ETV Bharat / sports

ଓଡିନ୍‌ ସ୍ମିଥଙ୍କ ବଲରେ ଗେଲଙ୍କ ବ୍ୟାଟ ଭାଙ୍ଗି ଦୁଇ ଖଣ୍ଡ

author img

By

Published : Sep 15, 2021, 6:06 PM IST

ଫାଷ୍ଟ ବୋଲର ଓଡିନ୍‌ ସ୍ମିଥଙ୍କ ବଲରେ ଭାଙ୍ଗିଲା ୟୁନିଭର୍ସ ବସ୍‌ ଗେଲ୍‌ଙ୍କ ବ୍ୟାଟ୍‌ । ବର୍ତ୍ତମାନ ଜାରି ରହିଥିବା କାରବିଆନ ପ୍ରିମିୟର ଲିଗ୍‌ରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅଧିକ ପଢ଼ନ୍ତୁ...

ଓଡିନ୍‌ ସ୍ମିଥଙ୍କ ବଲରେ କ୍ରୀଶ୍‌ ଗେଲ୍‌ଙ୍କ ବ୍ୟାଟ୍‌ ଭାଙ୍ଗି ଦୁଇଖଣ୍ଡ

ନୂଆଦିଲ୍ଲୀ: ଫାଷ୍ଟ ବୋଲର ଓଡିନ୍‌ ସ୍ମିଥଙ୍କ ବଲରେ ଭାଙ୍ଗିଲା ୟୁନିଭର୍ସ ବସ୍‌ କ୍ରୀସ ଗେଲ୍‌ଙ୍କ ବ୍ୟାଟ୍‌ । ବର୍ତ୍ତମାନ ଜାରି ରହିଥିବା କାରବିଆନ ପ୍ରିମିୟର ଲିଗ୍‌ରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସିପିଏଲ୍‌ ପ୍ରଥମ ସେମିଫାଇନାଲ୍‌ରେ ସେଣ୍ଟ କିଟ୍ଟସ୍‌ ନେଭିସ ପାଟ୍ରିଅଟ୍‌ସକୁ ଭେଟିଥିଲା ଗାଏନା ଆମାଜନ ୱାରିଅର । ଗତ ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ସେଣ୍ଟ କିଟ୍ଟସ୍‌ ନେଭିସ ପାଟ୍ରିଅଟ୍‌ସ ଦମ୍‌ଦାର ବିଜୟ ହାସଲ କରିଛି ।

ଦଳ ପକ୍ଷରୁ ଓପନିଂରେ କ୍ରୀସ ଗେଲ୍‌ ଓ ଏଭିନ ଲୁଇସ୍‌ ପଡ଼ିଆକୁ ଓହ୍ଲାଇଥିଲେ । ପ୍ରଥମ ୱିକେଟ ପାଇଁ ଦୁହେଁ ଧୂଆଁଧାର ବ୍ୟାଟିଂ କରି ମାତ୍ର ୭.୨ ଓଭରରେ ୭୬ ରନ୍‌ ସଂଗ୍ରହ କରିଥିଲେ । ତେବେ ଏହି ଇନିଂସର ଚତୁର୍ଥ ଓଭର ଦର୍ଶକଙ୍କ ମନ ମୋହିଥିଲା । କାରଣ ସେହି ସମୟରେ ବୋଲିଂ କରୁଥିବା ଓଡିନ ସ୍ମିଥ୍‌ଙ୍କ ଏକ ବଲରେ ଗେଲ୍‌ଙ୍କ ବ୍ୟାଟ ଦୁଇ ଖଣ୍ଡ ହୋଇ ପଡ଼ିଆରେ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ଏହାର ଭିଡିଓକୁ ସିପିଏଲ ପକ୍ଷରୁ ସେୟାର କରାଯାଇଛି । ସିପିଏଲରେ ଡ୍ବେନ ଭ୍ରାଭୋଙ୍କ ନେତୃତ୍ବରେ ସେଣ୍ଟ କିଟ୍ଟସ୍‌ ନେଭିସ ପାଟ୍ରିଅଟ୍‌ସ ଫାଇନାଲରେ ପହଞ୍ଚିଛି । ଏହି ମ୍ୟାଚରେ ଗେଲ୍‌ ୨୭ଟି ବଲ୍‌ ଖେଳି ୪୨ ରନ୍‌ କରିଥିଲେ । ସେପଟେ ଏଭିନ ଲୁଇସ୍‌ ମଧ୍ୟ ୩୯ଟି ବଲ୍‌ ଖେଳି ୭୭ ରନ୍‌ କରିଥିଲେ । ଯାହାଫଲରେ ଦଳକୁ ୭ ୱିକେଟ୍‌ରେ ଏହି ମ୍ୟାଚ ବିଜୟୀ ହୋଇ ପାରିଛି ।

ସେଣ୍ଟ କିଟ୍ଟସ୍‌ ନେଭିସ ପାଟ୍ରିଅଟ୍‌ସଠାରୁ ପରାଜିତ ହେବାପରେ ଗାଏନା ଆମାଜନ ୱାରିଅର ତୃତୀୟ ସ୍ଥାନ ପାଇଁ ସେଣ୍ଟ ଲୁସିଆ କିଙ୍ଗ୍ସକୁ ଟକ୍କର ଦେବ । ସପେଟେ ଫାଇନାଲରେ ମଧ୍ୟ ଗେଲ୍‌ଙ୍କ ଧୂଆଁଧାର ଇନିଂସ ଦେଖିବାକୁ ମିଳିବ ବୋଲି ଫ୍ୟାନ ଆଶା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.