ETV Bharat / sports

INDvs AUS Test Series: ବର୍ଡର-ଗାଭାସ୍କର ଟ୍ରଫି ଟକ୍କର, ପଡିଆରେ ଝାଳ ବୁହାଇଲେ ପୂଜାରା

author img

By

Published : Jan 31, 2023, 10:02 PM IST

ଚେତେଶ୍ବର ପୂଜାରା ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବୋର୍ଡର ଗାଭାସ୍କର ଟ୍ରଫି ପାଇଁ ମଇଦାନରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ଚେତେଶ୍ବର ପୂଜାରା
ଚେତେଶ୍ବର ପୂଜାରା

ହାଇଦ୍ରାବାଦ : ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜକୁ ଗୁରୁତର ଭାବରେ ନେଇଛି ଟିମ ଇଣ୍ଡିଆ । ଏନେଇ ପଡିଆରେ ଅଭ୍ୟାସ କରୁଥିବାର ନଜର ଆସିଛନ୍ତି ଚେତେଶ୍ବର ପୂଜାରା । ଚେତେଶ୍ବର ପୂଜାରା ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବୋର୍ଡର ଗାଭାସ୍କର ଟ୍ରଫି ପାଇଁ ମଇଦାନରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । BCCI ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ସ୍କ୍ବାଡ ଘୋଷଣା କରିଛି । ଏନେଇ ଟେଷ୍ଟ ସ୍ପେସାଲିଷ୍ଟ ପୂଜାରାଙ୍କୁ ମଇଦାନରେ ଝାଳ ବୁହାଇବାର ନଜର ଆସିଛି । ପୂଜାରା ଏହି ସିରିଜକୁ ଗୁରୁତର ସହ ନେଇଛନ୍ତି । ମଇଦାନରେ ପ୍ରାକ୍ଟିସ କରୁଥିବାର ଫଟୋ ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି । ସେ ଏହି ଫଟୋକୁ ସେୟାର କରି କ୍ୟାପସନରେ ଉଲ୍ଲେଖ କରିଛନ୍ତି, "ଭାରତ ବନାମ ଅଷ୍ଟ୍ରେଲିଆ ପାଇଁ ପ୍ରସ୍ତୁତ ହେଉଛି ।"

Getting ready for 🇮🇳 vs 🇦🇺 pic.twitter.com/g8c1RRqUbO

— Cheteshwar Pujara (@cheteshwar1) January 31, 2023

ଚେତେଶ୍ବର ପୂଜାରା ଟିମ ଇଣ୍ଡିଆର ଟେଷ୍ଟ ମ୍ୟାଚ ଇନିଂସ ଏକ ଗୁରୁତ୍ବପୂର୍ଣ୍ଣ ବ୍ୟାଟର । ଟେଷ୍ଟ ମ୍ୟାଚରେ ଅଷ୍ଟ୍ରିଲିଆ ବିପକ୍ଷରେ ତାଙ୍କର ରେକର୍ଡ ଆଖିଦୃଶିଆ ରହିଛି । ତେବେ ବୋର୍ଡର ଗାଭାସ୍କର ଟ୍ରଫି ନେଇ ତାଙ୍କର ଫର୍ମ ବହୁତ ଜରୁରୀ । ପୂଜାରା ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ପାଖାପାଖି ୨୦ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଏଥିରେ ସେ ୩୭ ପାଳିରୁ ୫୪.୦୮ ଆଭରେଜ ସହିତ ୧୮୯୩ ରନ ସଂଗ୍ରହ କରିଛନ୍ତି । ଏଥିରେ ୫ଟି ଶତକ ଏବଂ ୧୦ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହା ସହିତ ସର୍ବାଧିକ ସ୍କୋର ୨୦୪ ରନ ରହିଛି ।

ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଏବେ ତିନି ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଜାରି ରହିଛି । ଏହି ସିରିଜର ଅନ୍ତିମ ମୁକାବିଲା ଆସନ୍ତାକାଲି (ବୁଧବାର) ଖେଳାଯିବ । ଏହା ପରେ ଭାରତ ଅଷ୍ଟ୍ର୍ରେଲିଆ ବିପକ୍ଷରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ତଥା ବୋର୍ଡର ଗାଭାସ୍କର ଟ୍ରଫି ଖେଳିବ । ଏହାର ପ୍ରଥମ ମ୍ୟାଚ ଫେବୃଆରୀ ୯ ତାରିଖରେ ନାଗପୁରରେ ଖେଳାଯିବ । ଏଥର ଖେଳାଯିବାକୁ ଥିବା ବୋର୍ଡର ଗାଭାସ୍କର ଟ୍ରଫି ଉଭୟ ଟିମ ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ । ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ପହଁଞ୍ଚିବାର ପ୍ରବେଶ ଏହି ସିରିଜ ହିଁ ନିର୍ଣ୍ଣୟ କରିବ । ସେହିପରି ୧୯ ବର୍ଷ ଧରି ଭାରରେ କୌଣସି ଟେଷ୍ଟ ସିରିଜ ଜିତି ପାରିନାହିଁ । ଅଷ୍ଟ୍ରେଲିଆ ୨୦୦୪-୦୫ ପରେ ଭାରତରେ କୌଣସି ଟେଷ୍ଟ ସିରିଜ ଜିତି ପାରିନାହିଁ । ତେବେ ଉଭୟ ଟିମ ସିରିଜ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.