ETV Bharat / sports

Border Gavaskar Trophy: ଟସ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି, SKYଙ୍କ ଡେବ୍ୟୁ - ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ

ଆରମ୍ଭ ହୋଇଛି ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ବୋଲିଂ କରିବ ଭାରତ । ଅଧିକ ପଢନ୍ତୁ

Border Gavaskar Trophy test series
ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ
author img

By

Published : Feb 9, 2023, 9:57 AM IST

Updated : Feb 9, 2023, 10:16 AM IST

ମୁମ୍ବାଇ: ଘରୋଇ ଭାରତ ଓ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଆରମ୍ଭ ହୋଇଛି । ପ୍ରଥମ ଟେଷ୍ଟ ମ୍ୟାଚରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି କଙ୍ଗାରୁ ଦଳ । ବୋଲିଂ କରିବ ଭାରତ । ଭାରତୀୟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଡେବ୍ୟୁ କରିଛନ୍ତି । ସେହିିପରି କେଏସ ଭାରତ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ ମ୍ୟାଚ ଖେଳୁଛନ୍ତି ।

2014ରେ ଅଷ୍ଟ୍ରେଲିଆ ଶେଷ ଥର ପାଇଁ ଘରୋଇ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ ଜିତିଥିଲା । 2014 ପରେ 3ଟି ଟେଷ୍ଟ ସିରିଜ ହୋଇଛି । ଯେଉଁଥିରେ ଭାରତ କଙ୍ଗାରୁ ପରାସ୍ତ କରିଥିଲା । ଆଜିର ଆରମ୍ଭ ହେବାକୁ ଥିବା ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ଜିତି ଇତିହାସ ରଚିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । 2020-21ରେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତ 2-1ରେ ସିରିଜ ଜିତିଥିଲା ।

ଟେଷ୍ଟ ସିରିଜରେ ଭାରତ ଉପରେ ଅଷ୍ଟ୍ରେଲିଆ ପଲ୍ଲା ଭାରି ରହିଛି । ଭାରତ ଓ ଆଷ୍ଟେଲିଆ ମଧ୍ୟରେ ମୋଟ 102ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି । ଭାରତ 30ଟି ଜିତିଥିବା ବେଳେ ଅଷ୍ଟ୍ରେଲିଆ 43ଟି ମ୍ୟାଚରେ ବିଜୟୀ ହୋଇଛି । ଅନ୍ୟ 28ଟି ମ୍ୟାଚ ଡ୍ର ହୋଇଛି । ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନୀଙ୍କ ଭଳି ସ୍ପିନରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେହିପରି ମହମ୍ମଦ ସାମି, ଭାରତୀୟ ବ୍ୟାଟର ଲୋକେଶ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲଙ୍କ ଉପରେ ମଧ୍ୟ ନଜର ରହିବ । ସେହିପରି ବିଗତ କିଛି ଦିନ ଦେବ ଫୁଲ ଫର୍ମରେ ଅଛନ୍ତି କିଙ୍ଗ କୋହଲି । ଆଜି ତାଙ୍କ ରାଜୁତି ଦେଖିବାକୁ ମିିଳିପାରେ ।

ଖବର ଲେଖାଯିବ ସମୟରେ ଅଷ୍ଟ୍ରଲିଆ ଉପରେ ଆଟାକ କରିଥିଲେ ଭାରତୀୟ ବୋଲର । ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି କଙ୍ଗାରୁ ଦଳ । ଭାରତ ପାଇଁ ପ୍ରଥମ ସଫଳତା ଆଣିଥିଲେ ମହମ୍ମଦ ସିରାଜ । ଉସମାନ ଖ୍ବାଜାଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ ସିରାଜ । 3ଟି ବଲ ଖେଳି 1 ରନ କରି ସିରାଜଙ୍କ ଶିକାର ହୋଇଥିଲେ ଉସମାନ ଖ୍ବାଜା । ପରବର୍ତ୍ତୀ ସମୟରେ ବ୍ୟାଟର ଡେଭିଡ ୱାର୍ଣ୍ଣର ମଧ୍ୟ ବେଶି ସମୟ ତିଷ୍ଠି ପାରନଥିଲେ । ମହମ୍ମଦ ସାମିଙ୍କ ବଲରେ ବୋଲ୍ଡ ହୋଇଛନ୍ତି ୱାର୍ଣ୍ଣର । 5ଟି ବଲ ଖେଳ 1 ରନ କରି ସଅଳ ପାଭିଲିୟନ ଫେରିଛନ୍ତି ଡେଭିଡ । ଦଳୀୟ ସ୍କୋର 24ରେ ଦଳ 2ଟି ୱିକେଟ ହରାଇଛି ।

ଏହା ବି ପଢନ୍ତୁ...ଅନ୍ତର୍ଜାତୀୟ କ୍ରିକେଟରେ ୨୫ ହଜାର ରନ ପୂରଣ କରିବା ଅପେକ୍ଷାରେ କିଙ୍ଗ କୋହଲି

ଭାରତ ଚୂଡାନ୍ତ ଏକାଦାଶ- ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ (ଉପଅଧିନାୟକ), ଚେତେଶ୍ବର ପୂଜାରା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେଏସ ଭରତ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମ୍ମି, ମହମ୍ମଦ ସିରାଜ ।

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ- ପ୍ୟାଟ୍‌ କମିନ୍ସ (ଅଧିନାୟକ), ଡେଭିଡ୍‌ ୱାର୍ଣ୍ଣର, ମାଥ୍ୟୁ ରେନସୋ, ସ୍କଟ୍‌ ବୋଲେଣ୍ଡ, ଏଲେକ୍ସ କେରୀ, ମାରନସ ଲାବୁଶାନ, ନାଥନ ଲିୟୋନ, ଟୋଡ ମର୍ଫି, ଷ୍ଟିଭ ସ୍ମିଥ, ଉସମାନ ଖ୍ବାଜା, ପି. ହ୍ୟାଣ୍ଡକୋମ୍ବ ।

Last Updated : Feb 9, 2023, 10:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.