ETV Bharat / sports

INDvsAUS 4th Test: ଟସ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି - ଭାରତ ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ

ବର୍ଡର ଗାଭାସ୍କର ଟ୍ରଫି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

INDvsAUS 4th Test
ଟସ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି
author img

By

Published : Mar 9, 2023, 9:51 AM IST

Updated : Mar 9, 2023, 12:13 PM IST

ଅହମ୍ମଦାବାଦ: ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ ଦଳ ଅଧିନାୟକ ସ୍ମିଥ । ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ପରାଜୟ ପରେ ଚତୁର୍ଥ ଟେଷ୍ଟରେ ବିଜୟ ସହ WTC ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଛି ଟିମ ଇଣ୍ଡିଆ ।

ଭାରତୀୟ ଏକାଦଶରେ ପରିବର୍ତ୍ତନ ହୋଇଛି । ୱିକେଟ କିପର କେଏସ ଭାରତଙ୍କ ସ୍ଥାନରେ ଇଷାନ କିଷନଙ୍କୁ ସ୍ଥାନ ମିିଳିବା ସମ୍ଭାବନା ଥିଲା ମାତ୍ର ତାହା ହୋଇନାହିଁ । ବୋଲର ପରିବର୍ତ୍ତନ ହୋଇଛନ୍ତି । ମହମ୍ମଦ ସିରାଜଙ୍କ ସ୍ଥାନରେ ମହମ୍ମଦ ସାମିଙ୍କୁ ଏକାଦଶରେ ସ୍ଥାନ ମିଳିଛି । ଅଷ୍ଟ୍ରେଲିଆ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ । ପୂର୍ବ ଟେଷ୍ଟ ମ୍ୟାଚ୍‌ର ଚୂଡ଼ାନ୍ତ ଏକାଦଶକୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଛି କଙ୍ଗାରୁ ଦଳ । ପ୍ରଥମ ଦୁଇ ଟେଷ୍ଟ୍‌ରେ ପରାସ୍ତ ପରେ ସ୍ମିଥଙ୍କ ନେତୃତ୍ବରେ ତୃତୀୟ ଟେଷ୍ଟରେ ଜବରଦସ୍ତ କମ୍‌ବ୍ୟାକ କରିଥିଲା କଙ୍ଗାରୁ ଦଳ । ଚତୁର୍ଥ ଟେଷ୍ଟ ଜିତି ସିରିଜ ବରାବର କରିବାକୁ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ । ଲଞ୍ଚ ବ୍ରେକ ସୁଦ୍ଧା ଅଷ୍ଟ୍ରେଲିଆର 75ରେ ଦୁଇଟି ୱିକେଟ ପତନ ହୋଇଛି । ଅଶ୍ବନୀ ଓ ମହମ୍ମଦ ସାମିଙ୍କୁ ଗୋଚିଏ ଲେଖାଏଁ ସଫଳତା ମିଳିଛି ।

ଏହା ବି ପଢନ୍ତୁ...WPL 2023: ଆରସିବିର ହ୍ୟାଟ୍ରିକ ପରାଜୟ, 11ରନରେ ଜିତିଲା ଗୁଜରାଟ

ମ୍ୟାଚ ଦେଖୁଛନ୍ତି ଦୁଇ ଦେଶ ପ୍ରଧାନମନ୍ତ୍ରୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ଦେଖୁଛନ୍ତି ଦୁଇ ଦେଶ ପିଏମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବେନସ । ପୂର୍ବାହ୍ନା ପ୍ରାୟ 9ଟାରେ ଷ୍ଟାଡିୟମରେ ପହଞ୍ଚିଥିଲେ ଦୁଇ ଦେଶ ପ୍ରଧାନମନ୍ତ୍ରୀ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରିଥିଲେ ବିସିସିଆଇ ରୋଜନ ବିନି । କ୍ରିକେଟରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଗତ 75 ବର୍ଷ ଧରି ଥିବା ବନ୍ଧୁତାପୂର୍ଣ୍ଣ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବେନସଙ୍କ ଫ୍ରେମ ହୋଇଥିବା ଫଟୋ ଉପହାର ଦେଇଥିଲେ । ସେହିପରି ବିସିଆଇ ସମ୍ପାଦକ ଜୟ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରେମ ହୋଇଥିବା ଫଟୋ ପ୍ରଦାନ କରିଥିଲେ । ଷ୍ଟାଡିୟମରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ଉପସ୍ଥିତ ଅଛନ୍ତି ।

ଭାରତୀୟ ଦଳ ଏହି ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ମ୍ୟାଚରେ 2-1ରେ ଆଗୁଆ ରହିଛି । କାନପୁର ଓ ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଓ ଦ୍ବିତୀୟ ଟେଷ୍ଟ ଜିତିଛି ଭାରତ । ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ କଙ୍ଗାରୁ ଦଳଠୁ 9ୱିକେଟରେ ପରାସ୍ତ ହୋଇଥିଲା । ଆଜିର ଏହି ଶେଷ ମୁକାବିଲା ଭାରତ ପାଇଁ ନିର୍ଣ୍ଣାୟକ ହେବ । ଦୁଇ ଦଳ ମଧ୍ୟରେ ଜୋରଦାର ଲଢେଇ ହେବ । WTC ଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତକୁ ଚତୁର୍ଥ ଟେଷ୍ଟ ଜିତିବାକୁ ହେବ । ଏହି ଟେଷ୍ଟ ଜିତିଲେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ । ନିର୍ଣ୍ଣାୟକ ଲଢେଇ ପାଇଁ କେତେ ସଫଳ ହେଉଛି ତାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି ।

ଭାରତୀୟ ସ୍କ୍ବାର୍ଡ: ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଶ୍ରେୟାସ ଆୟର, କେଏସ ଭାରତ, ରବିଚନ୍ଦ୍ରନ ଅଶ୍ବନୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଉମେଶ ଯାଦବ, ମହମ୍ମଦ ସାମି ।

ଅଷ୍ଟ୍ରେଲିଆ ସ୍କାର୍ଡ: ଟ୍ରାଭିସ ହେଡ, ଉସମାନ ଖ୍ବାଜା, ମାର୍ନସ ଲାବୁସେନ, ଷ୍ଟିଭ ସ୍ମିଥ, ପିଟର ହ୍ୟାଣ୍ଡସକମ, କାମରେନ ଗ୍ରୀନ, ଆଲେକ୍ସ କ୍ୟାରୀ, ମିଚେଲ ଷ୍ଟାର୍କ, ନାଥନ ଲାୟନ, ମାଥ୍ୟୁ କୁନେମାନ, ଟମ ମର୍ଫି ।

Last Updated : Mar 9, 2023, 12:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.