ଦୁବାଇ: ଇଣ୍ଡିଆନ ସୁପର ଲିଗ୍(ISL) କ୍ଳବ ATK ମୋହନ ବାଗାନର ନିର୍ଦ୍ଦେଶକ ପଦରୁ ବୁଧବାର ଇସ୍ତଫା ଦେଇଛନ୍ତି BCCI ସଭାପତି ସୌରଭ ଗାଙ୍ଗୁଲି । ATK ମୋହନ ବାଗାନ ଏଫସିର ମାଲିକାନା RPSG ଭେଞ୍ଚର୍ସ ପ୍ରାଇଭେଣ୍ଟ ଲିମିଟେଡ୍ ନାମରେ ରହିଛି ।
ସୋମବାର ନୂଆ IPL ଟିମ ଲକ୍ଷ୍ନୌର ମାଲିକାନା ମଧ୍ୟ ରେକର୍ଡ ୭,୦୯୦ କୋଟି ଟଙ୍କାରେ ହାତେଇଛି ଏହି କମ୍ପାନୀ । RPSG ଗ୍ରୁପ ବର୍ତ୍ତମାନ IPLର ଅଂଶ ହୋଇସାରିଥିବାରୁ ଦୈତସ୍ବାର୍ଥ (conflict of interest) ଅଭିଯୋଗକୁ ଏଡାଇବା ପାଇଁ ଗାଙ୍ଗୁଲି ଏହି ନିଷ୍ପତ୍ତି ନେଇଛନ୍ତି ।
ବୁଧବାର କ୍ରିକବଜ୍କୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଛନ୍ତି । ATK ମୋହନ ବାଗାନ FC'ର ୱେବସାଇଟ୍ରେ ଗାଙ୍ଗୁଲିଙ୍କ ନାମ ନିର୍ଦ୍ଦେଶକ ଭାବେ ବୋର୍ଡ ନିର୍ଦ୍ଦେଶକ ଅଧ୍ୟକ୍ଷ ସଞ୍ଜୀବ ଗୋୟେଙ୍କାଙ୍କ ସହିତ ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ