ETV Bharat / sports

WTC Final: ବିଶ୍ବ ଟେଷ୍ଟ ଚମ୍ପିଆନ୍‌ ଅଷ୍ଟ୍ରେଲିଆ, ପୁଣି ଭାଙ୍ଗିଲା ଭାରତର ICC ଟ୍ରଫି ସ୍ବପ୍ନ

author img

By

Published : Jun 11, 2023, 5:35 PM IST

Updated : Jun 11, 2023, 6:09 PM IST

ପୁଣି ଭାଙ୍ଗିଲା ଭାରତର ICC ଟ୍ରଫି ସ୍ବପ୍ନ । ୨୦୯ ରନରେ ଭାରତକୁ ହରାଇ ଐତିହାସିକ ବିଜୟ ସହ WTC ଫାଇନାଲ୍‌ ଟ୍ରଫି ହାସଲ କରିଛି ଅଷ୍ଟ୍ରେଲିଆ । ଅଧିକ ପଢ଼ନ୍ତୁ

୨୦୯ ରନରେ ଜିତିଲା ଅଷ୍ଟ୍ରେଲିଆ
୨୦୯ ରନରେ ଜିତିଲା ଅଷ୍ଟ୍ରେଲିଆ

ଲଣ୍ଡନ: ପୁଣି ଭାଙ୍ଗିଲା ଭାରତର ICC ଟ୍ରଫି ସ୍ବପ୍ନ । ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ହାର ମାନିଲେ ଭାରତୀୟ ବ୍ୟାଟର । କ୍ରମାଗତ ଦ୍ବିତୀୟ ଥର ପାଇଁ ବିଶ୍ବ ଟେଷ୍ଟ୍‌ ଚମ୍ପିଆନ୍‌ସିପ୍‌ର ଫାଇନାଲରେ ପ୍ରବେଶ କରିଥିବା ଭାରତ ପୁଣିଥରେ ପରାଜୟର ସମ୍ମୁଖୀନ ହୋଇଛି । ୨୦୯ ରନରେ ଭାରତକୁ ହରାଇ ଐତିହାସିକ ବିଜୟ ସହ WTC ଟ୍ରଫି ହାସଲ କରିଛି ଅଷ୍ଟ୍ରେଲିଆ ।

ଏହି ହାଇ ପ୍ରୋଫାଇଲ୍‌ ଫାଇନାଲ୍‌ ମ୍ୟାଚ୍‌ରେ ପ୍ରଥମ ଦିନରୁ ହିଁ ଭାରତ ଉପରେ ଭାରି ପଡ଼ିଥିଲେ କଙ୍ଗାରୁ ଟିମ୍‌ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଟ୍ରାବିସ ହେଡ୍‌ଙ୍କ ଧୂଆଁଧାର ଶତକ ବଳରେ ଅଷ୍ଟ୍ରେଲିଆ ୩ ୱିକେଟ୍‌ ହରାଇ ୩୨୭ ରନ ସଂଗ୍ରହ କରିଥିଲା । ଦ୍ବିତୀୟ ଦିନରେ ଷ୍ଟେଭ୍‌ ସ୍ମିଥ୍‌ଙ୍କ ଶତକ ବଳରେ ୪୬୯ ରନ କରିବା ପରେ ଅଲ୍‌ ଆଉଟ ହୋଇଥିଲା ଅଷ୍ଟ୍ରେଲିଆ । ଏହାପରେ ସେହିଦିନ ହିଁ ଭାରତର ଶୀର୍ଷ ବ୍ୟାଟିଂକ୍ରମକୁ ଧ୍ବସ୍ତ କରିଦେଇଥିଲେ କଙ୍ଗାରୁ ବୋଲର । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ମାତ୍ର ୧୫୧ ରନ ମଧ୍ୟରେ ୫ଟି ବହୁମୂଲ୍ୟ ୱିକେଟ ହରାଇ ସାରିଥିଲା । ତୃତୀୟ ଦିନର ଖେଳ ଉପରେ ନଜର ପକାଇଲେ, ଆଜିଙ୍କ୍ୟ ରାହାଣେ ଓ ଶାର୍ଦ୍ଦୁଲ ଠାକୁରଙ୍କ ଆକ୍ରାମକ ବ୍ୟାଟିଂ ଫଳରେ ଭାରତ ୨୯୬ ରନ ପର୍ଯ୍ୟନ୍ତ ପହଞ୍ଚି ଅଲ୍‌ ଆଉଟ ହୋଇଥିଲା । ଏହାପରେ ମଧ୍ୟ ଅଷ୍ଟ୍ରେଲିଆ ୨୯୬ ରନ ଆଗରେ ରହିଥିଲା । ସେହିଦିନ ହିଁ ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୧୨୩ ରନ ସଂଗ୍ରହ କରିନେଇଥିଲା ।

ସେହିଭଳି ଚତୁର୍ଥ ଦିନରେ ଆଲେକ୍ସ କ୍ୟାରୀଙ୍କ ଅପରାଜିତ ୬୬ ରନର ପାଳି ବଳରେ ଅଷ୍ଟ୍ରେଲିଆ ୨୭୦ ରନ କରି ପାଳି ଘୋଷଣା କରିଦେଇଥିଲା । ଏହି ଦିନ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ ହରାଇ ୧୬୪ ରନ୍‌ ସଂଗ୍ରହ କରିଥିଲା । ଏହା ସହିତ ଏହି ଆଇସିସି ଟ୍ରଫି ହାତେଇବା ପାଇଁ ଭାରତକୁ ପଞ୍ଚମ ତଥା ଶେଷ ଦିନରେ ଆଉ ୨୮୦ ରନ୍‌ର ଆବଶ୍ୟକତା ରହିଥିଲା । ବିରାଟ କୋହଲି ୪୪ ଓ ଆଜିଙ୍କ୍ୟ ରାହାଣେ ୨୦ ରନ କରି ପିଚ୍‌ରେ ମହଜୁଦ ରହିଥିଲେ । ହେଲେ ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ସଂଘର୍ଷ କରୁଥିବା ଭାରତୀୟ ବ୍ୟାଟର ବେଶୀ ସମୟ ପିଚ୍‌ରେ ରହିପାରିନଥିଲେ । ବୋଲାଣ୍ଡଙ୍କ ବଲରେ କୋହଲି (୪୯) ଧରା ପଡ଼ିବା ପରେ ସେହି ଓଭରରେ ତୁରନ୍ତ ଜାଡେଜା ମଧ୍ୟ ଆଉଟ୍‌ ହୋଇଯାଇଥିଲେ । ଶ୍ରୀକର ଭରତ ଓ ରାହାଣେ ଯଦିଓ କିଛି ସମୟ ପରିସ୍ଥିତି ସମ୍ଭାଳିଥିଲେ, ରାହାଣେ (୪୬) ଷ୍ଟାର୍କ୍‌ଙ୍କ ବଲରେ ଆଉଟ୍‌ ହୋଇଥିଲେ । ଶ୍ରୀକର ଭରତ ମାତ୍ର ୨୩ ରନ କରି ପାଭିଲିୟନ ଫେରିଥିଲେ । ଗୋଟିଏ ପଟେ ମହମ୍ମଦ ସାମି କଙ୍ଗାରୁ ବୋଲରଙ୍କୁ ଆକ୍ରମଣ କରୁଥିବା ବେଳେ ଅନ୍ୟପଟେ କୌଣସି ବ୍ୟାଟର୍‌ ଏହି ବୋଲରଙ୍କୁ ସାମ୍ନା କରିପାରିନଥିଲେ ।

ଫଳରେ ୨୦୯ ରନରେ ବଡ଼ ବିଜୟ ସହ ଏହି ଲମ୍ବା ଟୁର୍ଣ୍ଣାମେଣ୍ଟର ଚମ୍ପିଆନ୍‌ ହୋଇଛି ଅଷ୍ଟ୍ରେଲିଆ । ୨୦୧୩ରୁ ଗୋଟିଏ ଆଇସିସି ଟ୍ରଫି ସନ୍ଧାନରେ ରହିଥିବା ଭାରତ ପୁଣିଥରେ ଅସଫଳ ହୋଇଛି । କ୍ରମାଗତ ଦ୍ବିତୀୟ ଥର ପାଇଁ WTC ଫାଇନାଲ୍‌ରେ ପ୍ରବେଶ କରିଥିବା ଭାରତ ଦ୍ବିତୀୟ ଥର ପାଇଁ ପରାଜୟର ସମ୍ମୁଖୀନ କରିଛି । ୨୦୨୧ରେ ଖେଳାଯାଇଥିବା WTC ଫାଇନାଲ୍‌ରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ନ୍ୟୁଜିଲାଣ୍ଡଠାରୁ ପରାଜୟ ବରଣ କରିଥିଲା । ଏଥର ରୋହିତ ଶର୍ମାଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ବିପକ୍ଷରେ ମୈଦାନକୁ ଓହ୍ଲାଇଥିବା ବେଳେ ଫଳାଫଳ କିନ୍ତୁ ସମାନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 11, 2023, 6:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.