ETV Bharat / sports

ଭାରତ-ଅଷ୍ଟ୍ରେଲିଆ ମହିଳା ପିଙ୍କ୍‌ ବଲ୍‌ ଟେଷ୍ଟ 'ଡ୍ର' - ମିତାଲି ରାଜ

ଭାରତ ଓ ଅଷ୍ଟ୍ରେଲିଆ ମହିଳା ଟିମ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଦିବାରାତ୍ର ଟେଷ୍ଟ ଡ୍ର'ରେ ଶେଷ ହୋଇଛି । ଅଧିକ ପଢନ୍ତୁ...

Aus W v Ind W: The Pink-ball Test ends in draw
ଭାରତ-ଅଷ୍ଟ୍ରେଲିଆ ମହିଳା ପିଙ୍କ୍‌ ବଲ୍‌ ଟେଷ୍ଟ 'ଡ୍ର'
author img

By

Published : Oct 3, 2021, 7:00 PM IST

କୁଇନ୍ସଲ୍ୟାଣ୍ଡ(ଅଷ୍ଟ୍ରେଲିଆ): ଭାରତ ଓ ଅଷ୍ଟ୍ରେଲିଆ ମହିଳା ଟିମ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଦିବାରାତ୍ର ଟେଷ୍ଟ ଡ୍ର'ରେ ଶେଷ ହୋଇଛି । ରବିବାର ମ୍ୟାଚ୍‌ର ଚତୁର୍ଥ ଦିନର ଅନ୍ତିମ ସେସନରେ ମିତାଲି ରାଜ ଓ ମେଗ୍‌ ଲାନିଙ୍ଗ୍‌ ହାତମିଳାଇବା ପରେ ଡ୍ର ଘୋଷିତ ହୋଇଥିଲା ।

ମ୍ୟାଚ୍‌ ଡ୍ର' ହେବାପରେ ଉଭୟ ଟିମ ୨ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି । ମଲ୍ଟି ଫର୍ମାଟ ସିରିଜ୍‌ ଦିନିକିଆ ଓ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ପରେ ଅଷ୍ଟ୍ରେଲିଆ ୬ ଭାରତ ୪ ପଏଣ୍ଟ ହାସଲ କରିଛନ୍ତି ।

ପିଙ୍କ୍‌ ବଲ୍‌ ଟେଷ୍ଟରେ ଭାରତ ପାଇଁ ପ୍ରଥମ ଇଂନିସରେ ସ୍ମୃତି ମାନ୍ଧାନା ଓ ଦ୍ବିତୀୟ ଇଂନିସରେ ଶେଫାଳି ବର୍ମା ବ୍ୟାଟ୍‌ରେ କମାଲ କରିଥିଲେ । ସେହିପରି ବଲ୍‌ରେ ଝୁଲଣ ଗୋସ୍ବାମୀଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ଅଷ୍ଟ୍ରେଲିଆ ପକ୍ଷରୁ ଏଲିସ ପେରୀ ବ୍ୟାଟ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ଓ ଷ୍ଟେଲା କ୍ୟାମ୍ପବେଲ୍‌ ଡେବ୍ୟୁରେ ଚମତ୍କାର ପ୍ରଦର୍ଶନ କରିଥିଲେ ।

ସଂକ୍ଷିପ୍ତ ସ୍କୋର: ଭାରତ ୩୭୭/୮ ଘୋଷଣା ଓ ୧୩୫/୩ (ଶେଫାଳି ବର୍ମା ୫୨, ପୁନମ ରାଉତ ୪୧, ଆସଲେ ଗାର୍ଡନର ୧-୩୧); ଅଷ୍ଟ୍ରେଲିଆ ୨୪୧/୯ ଘୋଷଣା ଓ ୩୬/୨(ମେଗ ଲାନିଙ୍ଗ୍‌ ୧୭, ବେଥ ମୁନି ୧୧; ଝୁଲଣ ଗୋସ୍ବାମୀ ୧-୮)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.