ETV Bharat / sports

Asia Cup 2023: ବୈଠକ ଡାକିଲେ PCB ଅଧ୍ୟକ୍ଷ, ଆୟୋଜନ ନେଇ ନିଷ୍ପତ୍ତି

author img

By

Published : Feb 4, 2023, 9:31 AM IST

ଆଜି ବାହାରିନରେ ଏସିୟ କ୍ରିକେଟ ପରିଷଦର ଏକ ଜରୁରୀ ବୈଠକ ଡାକିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ନଜମ ସେଠୀ । ଅଧିକ ପଢନ୍ତୁ

ଏସିଆ କପ ୨୦୨୩
ଏସିଆ କପ ୨୦୨୩

ହାଇଦ୍ରାବାଦ: ଏସିଆ କପ ୨୦୨୩କୁ ଦୃଷ୍ଟିରେ ରଖି ବୈଠକ ଡାକିଲେ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ । ଶନିବାର ବାହାରିନରେ ଏସିୟ କ୍ରିକେଟ ପରିଷଦର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ନଜମ ସେଠୀ । ଏହି ବୈଠକରେ ଏସିଆ କପ ୨୦୨୩ର ଆୟୋଜନ କରିବାକୁ ଥିବା ପାକିସ୍ତାନର ଭାଗିଦାରକୁ ନେଇ ଏକ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ନେଇ ସୂଚନା ରହିଛି ।

ମିଡିଆ ରିପୋର୍ଟ ଅନୁଯାୟୀ PCBର ଅଧ୍ୟକ୍ଷ ନଜମ ସେଠୀ ଏସିୟ କ୍ରିକେଟ ପରିଷଦର (ACC ) ସଭାପତି ଏବଂ ସଦସ୍ୟଙ୍କ ସହିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି । ଏହି ବୈଠକ ବାହାରିନରେ ଅନୁଷ୍ଠିତ ହେବ । ଏହି ତତ୍କାଳ ବୈଠକର ମୁଖ୍ୟ ଏଜେଣ୍ଡା ୨୦୨୩ ଏସିଆ କପ ଆୟୋଜନ ବାବଦରେ ଆଲୋଚନା କରିବା । ଏହି ବୈଠକର ମୂଳ ଉଦ୍ଦେଶ୍ୟ ହେଉଛି ପାକିସ୍ତାନରେ ଏସିଆ କପ ୨୦୨୩ ଆୟୋଜନ ହେବା ନେଇ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବା ବୋଲି କୁହାଯାଉଛି ।

୨୦୨୩ ଏସିଆ କପର ଆୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଥିଲା । ହେଲେ ଏସିଆ କପ କେଉଁଠି ଖେଳାଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ତେବେ ଏ ବାବଦରେ ACC ଅଧ୍ୟକ୍ଷ ତଥା BCCI ସଚିବ ଜୟ ଶାହ କହିଥିଲେ ଯେ, ଭାରତୀୟ ଟିମ୍‌ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ । ସୁରକ୍ଷା ଦୃଷ୍ଟିରୁ ଭାରତ ପାକିସ୍ତାନ ଖେଳିବାକୁ ଯିବନାହିଁ ବୋଲି କହିଥିଲେ ଜୟ ଶାହ । ଏହାକୁ ନେଇ BCCI ବିରୋଧରେ ପାକିସ୍ତାନ ବିଭିନ୍ନ ଅଭିଯୋଗ ଆଣିଥିଲା ।

ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ଚେୟାରମ୍ୟାନ ରମିଜ ରାଜା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଉପରେ ବିଭିନ୍ନ ଆରୋପ ଲଗାଇଥିଲେ । ସେ କହିଥିଲେ BCCI ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ବ୍ୟାନ କରିବାକୁ ଚାହେଁ । ଏହା ସହିତ ରମିଜ ରାଜା ଆହୁରି ମଧ୍ୟ କହିଥିଲେ ଯଦି ଭାରତ ଏସିଆ କପ ଖେଳିବା ନେଇ ପାକିସ୍ତାନ ଗସ୍ତ କରିବ ନାହିଁ ତାହେଲେ ପାକିସ୍ତାନ ମଧ୍ୟ ଦିନିକିଆ ବିଶ୍ବକପ ଖେଳିବା ପାଇଁ ଭାରତ ଗସ୍ତ କରିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.