ETV Bharat / sports

Asia cup 2022, ଆଜି ଭାରତ ପାକିସ୍ତାନ ମହାମୁକାବିଲା

author img

By

Published : Aug 28, 2022, 8:32 AM IST

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହୋଇଯିବ ଏସିଆ କପର ପ୍ରତୀକ୍ଷିତ ହାଇଭୋଲଟେଜ ଲଢେଇ । ଏସିଆ କପ୍ ଦ୍ବିତୀୟ ଦିନରେ ଆଜି (ରବିବାର) ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ହେବ । ଏନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି । ଅଧିକ ପଢନ୍ତୁ

ଆଜି ଭାରତ ପାକିସ୍ତାନ ମହାମୁକାବିଲା
ଆଜି ଭାରତ ପାକିସ୍ତାନ ମହାମୁକାବିଲା

ଦୁବାଇ: ଆଉ କିଛି ଘଣ୍ଟା ପରେ ଏସିଆ କପର ପ୍ରତୀକ୍ଷିତ ହାଇଭୋଲଟେଜ ଲଢେଇ ଆରମ୍ଭ ହେବ । ଏସିଆ କପ୍ ଦ୍ବିତୀୟ ଦିନରେ ଆଜି (ରବିବାର) ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ହେବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନ ମଇଦାନରେ ମୁହାଁମୁହିଁ ହେବେ । ଏନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାକୁ ଲାଗିଛି । ସମୟ ଯେତିକି ପାଖଉଛି ଉତ୍ସାହ ସେତିକି ବଢୁଛି । ପାକ୍ ବିପକ୍ଷରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ସନ୍ଧ୍ୟା 7ଟା 30ରେ ଆରମ୍ଭ ହେବ ମ୍ୟାଚ ।

ପ୍ରଥମ ମ୍ୟାଚ ଜିତିବାକୁ ଦୁଇ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । କେବଳ ଟସକୁ ଅପେକ୍ଷା । ଆଉ କିଛି ଘଣ୍ଟା ପରେ ସବୁ କାମ ସାରି ଟିଭି ଆଗରେ ବସିଯିବେ କ୍ରିକେଟପ୍ରେମୀ । ଗତ ବର୍ଷ ଅନୁଷ୍ଠିତ ଟି-20 ବିଶ୍ବକପରେ ଭାରତ ପାକିସ୍ତାନଠୁ ପରାସ୍ତ ହୋଇଥିଲା । ଏଥର କ୍ୟାପ୍ଟେନ ରୋହିତ ଶର୍ମା କ୍ରିକେଟପ୍ରେମୀଙ୍କୁ ନିରାଶ କରିବେ ନାହିଁ ବୋଲି ଆଶା ରହିଛି । ଟି-20 ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ମ୍ୟାଚକୁ ନେଇ କ୍ରେଜ ବଢିବାକୁ ଲାଗିଛି।

ଆଜିର ମୁକାବିଲାରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ନଜର ରହିବ । କୋହଲି ଟି-20 ଫର୍ମାଟରେ ତାଙ୍କର 100ତମ ମ୍ୟାଚ ଖେଳିବେ । କିଛି ଦିନ ହେବ ଫର୍ମରେ ନଥିବା ବିରାଟଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ଅଭ୍ୟାସ ମ୍ୟାଚରେ କୋହଲି ଭଲ ଖେଳିଥିଲେ । ଆଜି ନିଜକୁ ପ୍ରମାଣ କରିବାକୁ ହେଲେ ବିରାଟଙ୍କୁ ବଡ ସଟ ଖେଳିବାକୁ ହେବ । ଟି-ଟ୍ବେଣ୍ଟି ମାନ୍ୟତା ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ସୂର୍ଯ୍ୟକୁମାର । ସୂର୍ଯ୍ୟଙ୍କ ବ୍ୟାଟରୁ ମଧ୍ୟ ଆଜି ବଡ ଇନିଂସ ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ବୋଲିଂ ବିଭାଗକୁ ଦେଖିଲେ ଭାରତ ପାଖରେ ଅଭିଜ୍ଞ ବୋଲିର ଅଛନ୍ତି । ଦଳର ପ୍ରମୁଖ ପେସ ବୋଲ ଜଶପ୍ରୀତ ବୁମରା ନାହାନ୍ତି । ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ଅଭେଶ ଖାନଙ୍କୁ ନେଇ ଗଠିତ ପେସ୍ ବାହିନୀ ନିକଟରେ ଯଥେଷ୍ଟ ସାମଥ୍ୟ ରହିଛି । ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ଅଲରାଉଣ୍ଡର ପ୍ରଦର୍ଶନ କରିବେ ବୋଲି ଆଶାୟୀ ଫ୍ୟାନ୍ସ ।

ଏହା ବି ପଢନ୍ତୁ...Asia cup 2022, ଆଫଗାନିସ୍ତାନଠୁ ଶୋଚନୀୟ ପରାସ୍ତ ହେଲା ଶ୍ରୀଲଙ୍କା

ଅନ୍ୟପଟେ ଭାରତ ବିପକ୍ଷରେ ଟି-20 ବିଶ୍ବକପ ଭଳି ଆଧିପତ୍ୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି ପାକିସ୍ତାନ । ମ୍ୟାଚ ପୂର୍ବରୁ ଦଳକୁ ବଡ ଝଟକା ଲାଗିଛି । ଷ୍ଟାର ବୋଲର ସାହିନ ଆଫ୍ରିଦି ଆହତ କାରଣରୁ ଦଳରୁ ବାଦ ପଡିଛନ୍ତି । ଏସିଆ କପ୍‌ରେ ସାହିନ ଆଫ୍ରିଦିଙ୍କ ଅନୁପସ୍ଥିତି ପାକିସ୍ତାନ କ୍ରିକେଟ ଟିମ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ୨୦୨୦ ମସିହା ଟି୨୦ ବିଶ୍ବକପରେ ଭାରତ ବିପକ୍ଷ ଘାତକ ବୋଲିଂ ସହ ଭାରତୀୟ ଟପଅର୍ଡରକୁ ଧ୍ବସ୍ତ କରିଥିଲେ ସାହିନ। ବାବର ଟି-ଟ୍ବେଣ୍ଟି ମାନ୍ୟତା ତାଲିକାରେ ଟପରେ ରହିଛନ୍ତି । ବାବର ମ୍ୟାଚରେ ଆକର୍ଷଣ କେନ୍ଦ୍ରବିନ୍ଦୁ ସାଜିବେ ।

ଏସିଆ କପର ଏହା ପଞ୍ଚଦଶ ସଂସ୍କରଣ । ଏହାର ପ୍ରଥମ ସଂସ୍କରଣ ୧୯୮୪ ମସିହା ୟୁଏଇରେ ଖେଳାଯାଇଥିଲା । ୨୦୦୮ ମସିହାଠାରୁ ଏସିଆ କପ ଦୁଇ ବର୍ଷ ମଧ୍ୟରେ ଥରେ ଅନୁଷ୍ଠିତ ହୋଇଥାଏ । ୨୦୧୮ ମସିହାରେ ଶେଷ ଥର ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ଏସିଆ କପରେ ଭାଗ ନେଇଥିଲା । ଫାଇନାଲ ମ୍ୟାଚରେ ବାଲାଂଦେଶକୁ ହରାଇ ସପ୍ତମ ଥର ପାଇଁ ଏସିଆ କପ ଟାଇଟଲ ହାସଲ କରିଥିଲା । ସେହିପରି ମ୍ୟାନ ଇନ ବ୍ଲୁ ୧୯୮୪, ୧୯୮୮, ୧୯୯୦-୯୧, ୧୯୯୫, ୨୦୧୦, ୨୦୧୬, ୨୦୧୮ ମସିହାରେ ଭାରତ ଏସିଆ କପର ଟାଇଟଲ ନିଜ ନାମରେ କରିବାରେ ସଫଳ ହୋଇଛି । ସେହିପରି ଶ୍ରୀଲଙ୍କା ୫ ଥର ଏବଂ ପାକିସ୍ତାନ ୨ ଥର ଏସିଆ କପ ଟାଇଟଲ ହାସଲ କରିଛନ୍ତି ।

ପ୍ରକାଶ ଥାଉ କି, ଏସିଆ କପର ଉଦଘାଟନୀ ମ୍ୟାଚ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ହୋଇଥିଲା । ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି ଆଫଗାନିସ୍ତାନ । ୧୦୬ ରନର ଟାର୍ଗେଟକୁ ପିଛା କରି ଆଫଗାନିସ୍ତାନ ୧୦.୧ ଓଭରରେ ୨ ଟି ୱିକେଟ ହରାଇ ଲିଗର ପ୍ରଥମ ମ୍ୟାଚକୁ ସହଜରେ ଜିତି ନେଇଛି ।

ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.