ETV Bharat / sports

49 ବର୍ଷରେ ଗାଙ୍ଗୁଲି: ଏମିତି ଥିଲା ଦାଦାଙ୍କ ଭାରତୀୟ କ୍ରିକେଟକୁ ଶିଖରରେ ପହଞ୍ଚାଇବାର ଯାତ୍ରା

କ୍ରିକେଟ ପଡିଆରେ ନିଆରା ଶୈଳୀର ନେତୃତ୍ବ ଓ ପ୍ରତିଟି ମ୍ୟାଚରେ ପ୍ରତିପକ୍ଷ ଟିମ ସାମ୍ନାରେ ସହଜରେ ହାର୍‌ ମାନୁନଥିବା ଖେଳାଳି ପୂର୍ବତନ ଭାରତୀୟ କ୍ୟାପଟେନ ତଥା ବର୍ତ୍ତମାନର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)ର ସଭାପତି ସୌରଭ ଗାଙ୍ଗୁଲି । ଅଧିକ ପଢନ୍ତୁ...

As Sourav Ganguly turns 49, let's revisit how 'Dada' took Indian cricket to great heights
ଏମିତି ଥିଲା ଦାଦାଙ୍କ ଭାରତୀୟ କ୍ରିକେଟକୁ ଶିଖରରେ ପହଞ୍ଚାଇବାର ଯାତ୍ରା
author img

By

Published : Jul 8, 2021, 3:52 PM IST

ନୂଆଦିଲ୍ଲୀ: କ୍ରିକେଟ ପଡିଆରେ ନିଆରା ଶୈଳୀର ନେତୃତ୍ବ ଓ ପ୍ରତିଟି ମ୍ୟାଚରେ ପ୍ରତିପକ୍ଷ ଟିମ ସାମ୍ନାରେ ସହଜରେ ହାର୍‌ ମାନୁନଥିବା ନାମ ପୂର୍ବତନ ଭାରତୀୟ କ୍ୟାପଟେନ ତଥା ବର୍ତ୍ତମାନର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)ର ସଭାପତି ସୌରଭ ଗାଙ୍ଗୁଲି ।

କେବେ ପଛସିଟ୍‌ ପସନ୍ଦ କରୁନଥିଲେ ଗାଙ୍ଗୁଲି । ରାହୁଲ ଦ୍ରାବିଡ ତାଙ୍କୁ ଏକଦା କହିଥିଲେ 'ଗଡ୍‌ ଅଫ ଅଫ-ସାଇଡ' । ତାଙ୍କଠାରେ ଆହ୍ବାନକୁ ଗ୍ରହଣ କରିବାର ଥିଲା ଅବିଶ୍ବସନୀୟ କଳା, କଠିନ ପରିସ୍ଥିତିରେ ଚାପକୁ ଖାତିର ନକରି ଏବଂ ଅନିୟନ୍ତ୍ରିତ ସ୍ଥିତିକୁ ନିୟନ୍ତ୍ରଣ କରିବାରେ ସର୍ବଦା ବିଶ୍ବାସ ରଖୁଥିଲେ । ପ୍ରାୟ ଗୋଟିଏ ଦଶନ୍ଧି ଧରି ଗାଙ୍ଗୁଲି ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଓ ନେତତ୍ବ ଦ୍ବାରା ଦେଶ ତଥା ବିଶ୍ବକର ଅଗଣିତ କ୍ରିକେଟ ପ୍ରେମୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ ଓ ପ୍ରତିପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିଲେ ।

'ଦାଦା' ନାମରେ ସର୍ବତ୍ର ପରିଚିତ ଥିଲେ, ବର୍ଷ1996ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଶକ୍ତିଶାଳୀ ଇଂଲିସ ବୋଲିଂ ଆକ୍ରମଣକୁ ନିସ୍ପ୍ରଭ କରି ଡେବ୍ୟୁ ଟେଷ୍ଟରେ ଦମଦାର ଶତକ ହାସଲ କରିବା ପରେ, ଗଣମାଧ୍ୟମର ପ୍ରମୁଖ ଶୀରୋନାମାରେ ସ୍ଥାନ ପାଇବା ସହ ଚର୍ଚ୍ଚାର ପରିସରକୁ ଆସିଯାଇଥିଲେ । ଦ୍ବିତୀୟ ଟେଷ୍ଟରେ ମଧ୍ୟ ଶତକୀୟ ଇଂନିସ ଖେଳିଥିଲେ । ଏହାପରେ ସେ ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ପ୍ରଥମ ଦୁଇଟି ଇଂନିସରେ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ବନିଯାଇଥିଲେ ।

ପରେ ବର୍ଷ 1997ରେ ପାକିସ୍ତାନ ବିପକ୍ଷରେ ଦିନିକିଆ ଫର୍ମାଟରେ ଲଗାତାର 4ଟି ମ୍ୟାଚରେ ମ୍ୟାନ ଅଫ ଦ ମ୍ୟାଚ ଆୱାର୍ଡ ହାତେଇବା ପରେ 'ପ୍ରିନ୍ସ ଅଫ କୋଲକାତା' ଉପାଧି ପାଇଥିଲେ । 1999 ବିଶ୍ବକପରେ ଗାଙ୍ଗୁଲି ଶ୍ରୀଲଙ୍କା ବିପକ୍ଷରେ 183 ରନ୍‌ର ବିଶାଳ ଇଂନିସ ଖେଳିବା ସହ ରାହୁଲ ଦ୍ରାବିଡଙ୍କ ସହ ରେକର୍ଡ 318 ରନ୍‌ର ଭାଗିଦାରୀ କରିଥିଲେ ।

ବର୍ଷ 2000ରେ, ମ୍ୟାଚ ଫିକ୍ସିଂ ମାମଲା ଭାରତୀୟ କ୍ୟାମ୍ପକୁ କଳୁଷିତ କରେ ଓ ଗାଙ୍ଗୁଲିଙ୍କୁ ନେତୃତ୍ବ ଭାର ମିଳେ । ଅସ୍ବାଭାବିକ ସ୍ଥିତିରେ ଥିବା ଟିମକୁ ସମ୍ଭାଳିବା ଗାଙ୍ଗୁଲିଙ୍କ ପାଇଁ ଆହ୍ବାନ ଠାରୁ କମ ନଥିଲା । ତେବେ ଦାଦା କ୍ୟାପଟେନ ବନିବାପରେ, ନୂଆ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଆରମ୍ଭ କରିଦେଲେ । ଏହାର ଫଳ ସ୍ବରୂପ ଟିମ ଇଣ୍ଡିଆକୁ ମିଳନ୍ତି ଯୁବରାଜ ସିଂହ, ହରଭଜନ ସିଂହ, ମହମ୍ମଦ କୈଫ, ମହେନ୍ଦ୍ର ସିଂହ ଧୋନି, ଆଶିଷ ନେହେରା ଓ ଜାହିର ଖାନଙ୍କ ଭଳି ମ୍ୟାଚ ବିଜୟୀ ଚମ୍ପିଆନ ଖେଳାଳି ।

ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତୀୟ ଟିମ ପ୍ରଥମେ 2000 ICC ନକଆଉଟ ଟ୍ରଫି ଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରେ । 2001ରେ ଭାରତୀୟ କ୍ରିକେଟ ଟିମ ଆଉ ଏକ ଇତିହାସ ରଚିବାରେ ସଫଳ ହୁଏ । ଗାଙ୍ଗୁଲିଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆକୁ ବର୍ଡର-ଗାଭାସ୍କର ଟ୍ରଫିରେ 2-1ରେ ହରାଏ ଭାରତ ।

ଏହି ସିରିଜ ସମୟରେ, କୋଲକାତାର ଐତିହାସିକ ଇଡେନ ଗାର୍ଡେନ ଷ୍ଟାଡିୟମରେ ଭାରତ ଶ୍ରେଷ୍ଠ ପ୍ରସିଦ୍ଧ ଟେଷ୍ଟ ବିଜୟ ଲାଭ କରେ । ଷ୍ଟିଭ ୱଙ୍କ ଅଷ୍ଟ୍ରେଲିଆ ଟିମ ଭାରତକୁ ଫଲୋଅନ ଦିଏ ମାତ୍ର ଭିଭିଏସ ଲକ୍ଷ୍ମଣ ଓ ରାହୁଲ ଦ୍ରାବିଡ ବାଜି ପଲଟାଇ ଦିଅନ୍ତି । ଭାରତୀୟ ଟିମ ପାଇଁ ଅନ୍ୟତମ ଶ୍ରେଷ୍ଠ କମବ୍ୟାକ ଇଂନିସ ଖେଳନ୍ତି ଦୁଇ ଭେଟେରାନ କ୍ରିକେଟର ।

ନାସିର ହୁସେନ ଓ ଷ୍ଟିଭ ୱଙ୍କ ଭଳି ଏନେକ ପୂର୍ବତନ କ୍ୟାପଟେନ ଏବେବି କୁହନ୍ତି କିପରି ଗାଙ୍ଗୁଲି ପ୍ରତିପକ୍ଷଙ୍କ ହାତରୁ ବିଜୟ ଛଡାଇଆଣନ୍ତି । ଲର୍ଡ୍ସ ବାଲକୋନିରେ ଗାଙ୍ଗୁଲି ଟିସାର୍ଟ ଖୋଲିବା ଦୃଶ୍ୟ ଏବେବି କ୍ରିକେଟପ୍ରେମୀଙ୍କ ଆଖି ସାମ୍ନାରେ ରହିଛି । ଏକ ନିଶ୍ଚିନ୍ତ ପରାଜୟ ମୁହଁରେ ଥିବା ଭାରତ, ଇଂଲଣ୍ଡ ହାତରୁ ମ୍ୟାଚ ଛଡାଇନେବା ସହ ଫାଇନାଲ ମ୍ୟାଚରେ ନାଟକୀୟ ଢଙ୍ଗରେ 2002 ନଟୱେଷ୍ଟ ଟ୍ରପି ବିଜେତା ହୁଏ ।

ଦୁଇ ଯୁବ ଖେଳାଳି ଯୁବରାଜ ସିଂହ ଓ ମହମ୍ମଦ କୈଫ ମେନ ଇନ ବ୍ଲୁ ପାଇଁ ଲର୍ଡ୍ସରେ ଇତିହାସ ରଚନ୍ତି । 48 ବର୍ଷୀୟ ଗାଙ୍ଗୁଲି 2003 ବିଶ୍ବକପ ଫାଇନାଲରେ ମଧ୍ୟ ଟିମ ଇଣ୍ଡିଆକୁ ପହଞ୍ଚାଇଥିଲେ, ମାତ୍ର ଫାଇନାଲ ଲଢେଇରେ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲା ଭାରତ ।

2004ରେ ପାକିସ୍ତାନରେ ମଧ୍ୟ ଦିନିକିଆ ଓ ଟେଷ୍ଟ ସିରିଜର ନେତୃତ୍ବ ନେଇଛନ୍ତି ସେ । ପାକିସ୍ତାନ ମାଟିରେ ଭାରତର ଏହା ପ୍ରଥମ ଟେଷ୍ଟ ସିରିଜ ବିଜୟ ହୁଏ । ପରେ ଗାଙ୍ଗୁଲିଙ୍କ କ୍ୟାରିୟରରେ 2005-06ରେ ଏକ ନୂଆ ମୋଡ ଆସେ ଯେବେ ମୁଖ୍ୟ କୋଚ୍‌ ଗ୍ରେଗ ଚାପେଲଙ୍କ ସହ ତାଙ୍କର ମତାନ୍ତର ହୁଏ । ଟିମରୁ ବାଦ ପଡନ୍ତି ଓ ଅଧିନାୟକତ୍ବ ମଧ୍ୟ ସଙ୍କଟରେ ଆସିଯାଏ ।

ଚ୍ୟାପେଲଙ୍କ ସମୟରେ ଟିମ ଇଣ୍ଡିଆର ମାହୋଲ କିଛି ଅଲଗା ହୋଇଯାଏ, ଗାଙ୍ଗୁଲି ଅଣଦେଖାର ଶିକାର ହୁଅନ୍ତି । ମାତ୍ର ପୁନର୍ବାର ସେ ଜଣେ ଯୋଦ୍ଧାର ପରିଚୟ ଦିଅନ୍ତି ଓ ଟିମକୁ ଫେରି ଜୋହାନ୍ସବର୍ଗରେ ଅର୍ଦ୍ଧଶତକୀୟ ଇଂନିସ ବଳରେ ସମାଲୋଚକଙ୍କୁ ଜବାବ ଦିଅନ୍ତି ।

ବର୍ଷ 2008ରେ ପ୍ରିନ୍ସ ଅଫ କୋଲକାତା ଅଷ୍ଟ୍ରେଲିଆ ବିପକ୍ଷରେ ନାଗପୁରରେ ଶେଷ ଟେଷ୍ଟ ମ୍ୟାଚ ଖେଳନ୍ତି । ବାମହାତୀ ଷ୍ଟାଇଲିଷ୍ଟ ବ୍ୟାଟ୍ସମ୍ୟାନ ଇଣ୍ଡିଆନ ପ୍ରିମିୟର ଲିଗ(IPL) ମଧ୍ୟ ଖେଳନ୍ତି, ଓ ଘରୋଇ କ୍ରିକେଟରୁ 2012ରେ ଅବସର ଘୋଷଣା କରନ୍ତି ।

ପୂର୍ବତନ କ୍ୟାପଟେନ ଗାଙ୍ଗୁଲି ଭାରତ ପାଇଁ 113ଟି ଟେଷ୍ଟ, 311 ଦିନିକିଆ ମ୍ୟାଚ ଖେଳିଛନ୍ତି । ସମସ୍ତ ଫର୍ମାଟରେ ଅନ୍ତର୍ଜାତୀୟ କ୍ୟାରିୟରରେ ତାଙ୍ଗ ନାମରେ ରହିଛି 18,575 ରନ୍‌ ।

ଗାଙ୍ଗୁଲି ସମସ୍ତ ଫର୍ମାଟରେ 195ଟି ମ୍ୟାଚ୍‌ରେ ଟିମ ଇଣ୍ଡିଆର ନେତୃତ୍ବ ନେଇଛନ୍ତି ଓ 97ଟିରେ ବିଜୟୀ ହେଇଛନ୍ତି । ବେଙ୍ଗଲ କ୍ରିକେଟ ଆସୋସିଏସନ(CAB) ର ସଭାପତି ରହିସାରିଥିବା ପ୍ରିନ୍ସ ଅଫ କୋଲକାତା ଏବେ ବିସିସିଆଇର ସଭାପତି ମଧ୍ୟ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.