ETV Bharat / sports

ଚହଲଙ୍କ ଅଲୋଡ଼ା ରେକର୍ଡ: ଟି-20ରେ ଖାଇଛନ୍ତି ସର୍ବାଧିକ ଛକା, ଇଶ୍‌ ସୋଢ଼ିଙ୍କ ସମକକ୍ଷ

author img

By

Published : Aug 15, 2023, 8:06 AM IST

ଭାରତୀୟ କ୍ରିକେଟ ଦଳର ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ନିଜର ଚମତ୍କାର ବୋଲିଂରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କିରିଛନ୍ତି । କିନ୍ତୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜ ପରେ ତାଙ୍କ ନାମରେ ଏକ ଅଲୋଡ଼ା ରେକର୍ଡ ସୃଷ୍ଟି ହୋଇଛି । ନିର୍ଣ୍ଣାୟକ ମ୍ୟାଚ୍‌ରେ ସେ 4 ଓଭରରେ 51 ରନ ଦେବା ସହ 5ଟି ଛକା ଖାଇଥିଲା । ଅଧିକ ପଢନ୍ତୁ...

୪ ଓଭରରେ ୫୧ ରନ ସହ ୫ଟି ଛକା ଦେଇ ରେକର୍ଡ କେଲେ ଚହଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ନିଜର ଚମତ୍କାର ବୋଲିଂ ସ୍ବତନ୍ତ୍ର ପରିଚୟ ସୃଷ୍ଟି କିରିଛନ୍ତି । ବିଶ୍ବର ଯେକୈଣସି ପଡ଼ିଆରେ ଚହଲ ନିଜର ଚମତ୍କାର ବୋଲିଂ ବ୍ୟାଟରଙ୍କୁ ଧୂଳି ଚଟାଇଥାନ୍ତି । ସଦ୍ୟ ଖେଳଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜରେ ପରାସ୍ତ ହୋଇଛି ଭାରତ । ଏହି 5 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜକୁ 3-2ରେ କବଜା କରିଛି ୱେଷ୍ଟଇଣ୍ଡିଜ । ନିର୍ଣ୍ଣାୟକ ମ୍ୟାଚ୍‌ରେ ସୂର୍ଯ୍ୟକୁମାରଙ୍କ ଚମକ ପରେ ବି ହାରିଥିଲା ଭାରତ । ପଞ୍ଚମ ଟି-ଟ୍ବେଣ୍ଟି ଲଢେଇରେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ 8 ୱିକେଟରେ ଭାରତ ପରାସ୍ତ ହୋଇଥିଲା । ତେବେ ଏହି ମ୍ୟାଚ୍‌ରେ ମହଙ୍ଗା ସାବ୍ୟସ୍ତ ହେବାସହ ଚହଲଙ୍କ ନାମରେ ଏକ ଅଲୋଡ଼ା ରେକର୍ଡ ସୃଷ୍ଟି ହୋଇଛି ।

ଗତ ରବିବାର ଦିନ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଟି-20 ସିରିଜରେ ଚହଲଙ୍କ ଖରାପ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପଞ୍ଚମ ମ୍ୟାଚ୍‌ରେ ସେ 4 ଓଭର ବୋଲିଂ କରି 51 ରନ ଦେବା ସହ 5ଟି ଛକା ଖାଇଥିଲେ । ଯାହା ଫଳରେ ନିଜ ନାଁରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ୟୁଜବେନ୍ଦ୍ର ଚାହଲ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡର ଲେଗ-ସ୍ପିନର ଇଶ ସୋଢ଼ିଙ୍କ ଟି-20 ରେକର୍ଡ ସମକକ୍ଷ ହୋଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ସ୍ପିନର ଇଶ ସୋଢ଼ି 98 ଟି-20 ମ୍ୟାଚ୍‌ ଖେଳି 129 ଛକା ଖାଇଥିବା ବେଳେ ଚହଲ ବର୍ତ୍ତମାନ ଭାରତ ପାଇଁ 80 ଟି-20 ମ୍ୟାଚ ଖେଳି 129 ଛକା ଖାଇଛନ୍ତି । ତେବେ ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ହିଁ ଟି-20ରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇ ପାରିଛନ୍ତି । ସେ 80 ଟି-20 ମ୍ୟାଚ୍‌ରେ ମୋଟ 96 ୱିକେଟ୍ ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ..ଭାରତର ଆୟର୍ଲାଣ୍ଡ ଗସ୍ତ, କୋଚ୍‌ ଦାୟିତ୍ବ ତୁଲାଇବେ ସୀତାଂଶୁ କୋଟାକ

ପୂର୍ବରୁ ଟି-୨୦ରେ ଭାରତୀୟ ସ୍ପିନରମାନଙ୍କ ଭଲ ପ୍ରଦର୍ଶନ ରହିଆସିଛି । ଅଧିକ ୱିକେଟ ହାସଲକାରୀ ବୋଲରଙ୍କ ତାଲିକା ଦେଖିବାକୁ ଗଲେ ଶୀର୍ଷ ୪ ଜଣ ବୋଲର ହେଉଛନ୍ତି ସ୍ପିନର । ଏମାନଙ୍କ ମଧ୍ୟରୁ ୟୁଜବେନ୍ଦ୍ର ଚହଲ ସର୍ବାଧିକ ୩୦୩ ୱିକେଟ ହାସଲ କରିଛନ୍ତି । ଦ୍ବିତୀୟରେ ୨୮୭ ୱିକେଟ ସହିତ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ରହିଛନ୍ତି । ତୃତୀୟରେ ରହିଛନ୍ତି ପିୟୁସ ଚାୱଲା । ତାଙ୍କ ଖାତାରେ ୨୭୬ ୱିକେଟ ରହିଛି । ସେହିଭଳି ଅମିତ ମିଶ୍ରା ୨୭୨ ୱିକେଟ ହାସଲ କରି ଏହି ତାଲିକାର ଚତୁର୍ଥରେ ରହିଛନ୍ତି । ତେବେ ଭାରତୀୟ ଷ୍ଟାର ବୋଲର ଭୁବନେଶ୍ବର କୁମାର ଓ ଯଶପ୍ରୀତ ବୁମରା ଉଭୟ ୨୫୬ ଲେଖାଏଁ ଟି୨୦ ୱିକେଟ ହାସଲ କରି ଏହି ସୂଚୀର ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.