ETV Bharat / sports

ଡେନମାର୍କ ଓପନ: କ୍ବାର୍ଟରରେ କିଦାମ୍ବି ଶ୍ରୀକାନ୍ତ

author img

By

Published : Oct 15, 2020, 5:51 PM IST

ଡେନମାର୍କ ଓପନ 750 ଟୁର୍ଣ୍ଣାମେଣ୍ଟର ପୁରୁଷ ଏକକ ବର୍ଗର ଦ୍ବିତୀୟ ରାଉଣ୍ଡ ମ୍ୟାଚରେ କାନାଡାର ଜେସନ ଆନ୍ଥୋନିଙ୍କୁ 21-15, 21-14 ସେଟରେ ହରାଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଶ୍ରୀକାନ୍ତ ।

Srikanth sails into Denmark Open quarters
ଡେନମାର୍କ ଓପନ: କ୍ବାର୍ଟର-ଫାଇନାଲରେ କିଦାମ୍ବି ଶ୍ରୀକାନ୍ତ

ହାଇଦ୍ରାବାଦ: ପ୍ରାୟ 7ମାସର କୋରୋନା ଭାଇରସ ବାଧ୍ୟତାମୂଳକ ବ୍ରେକ ପରେ କୋର୍ଟକୁ ଫେରି ଦମ ଦେଖାଇଛନ୍ତି ଭାରତୀୟ ସର୍ଟଲର କିଦାମ୍ବି ଶ୍ରୀକାନ୍ତ । ଡେନମାର୍କ ଓପନ ପୁରୁଷ ଏକକ ବର୍ଗର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଶ୍ରୀକାନ୍ତ । 750 ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ରାଉଣ୍ଡ ମ୍ୟାଚରେ କାନାଡାର ଜେସନ ଆନ୍ଥୋନିଙ୍କୁ ହରାଇଛନ୍ତି ।

Srikanth sails into Denmark Open quarters
କିଦାମ୍ବି ଶ୍ରୀକାନ୍ତ

ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚରେ ସଂପୂର୍ଣ୍ଣ ପ୍ରଭାବ ବିସ୍ତାର କରିବା ସହ, 21-15, 21-14 ସେଟରେ ପ୍ରତିପକ୍ଷ ଖେଳାଳିଙ୍କୁ ମାତ ଦେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷର ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ କ୍ୟାଲେଣ୍ଡରର ଏକମାତ୍ର ଇଭେଣ୍ଟ ।

କୋରୋନା ଭାଇରସ ଯୋଗୁଁ ବ୍ୟାଡମିଣ୍ଟନର ସର୍ବୋଚ୍ଚ ପରିଚାଳନା ବୋର୍ଡ ଅନେକ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ଘୋଷଣା କରିଛି । ଆସନ୍ତ ବର୍ଷ ଜାନୁଆରୀରୁ ୱାର୍ଲ୍ଡ ଟୁର ଫାଇନାଲ ଆରମ୍ଭ ହେବ ବୋଲି ଧାର୍ଯ୍ୟ ହୋଇଛି ।

ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର ପୂର୍ବତନ ନଂ1 ଖେଳାଳି ଶ୍ରୀକାନ୍ତ, ବର୍ତ୍ତମାନ ମାନ୍ୟତାର 14ତମ ସ୍ଥାନରେ ରହିଛନ୍ତି । ଚାଇନାର ତେନ ଚୋଉ ଓ ଆୟରଲାଣ୍ଡର ନହଟ ନଗୟେନ ମଧ୍ୟରେ ଖେଳାଯାଉଥିବା ମ୍ୟାଚର ବିଜେତାଙ୍କୁ କ୍ବାର୍ଟର-ଫାଇନାଲରେ ଭେଟିବେ ଶ୍ରୀକାନ୍ତ । ପୂର୍ବରୁ ଅନ୍ୟତମ ଭାରତୀୟ ଖେଳାଳି ଶୁଭଙ୍କର ଦେ ଓ ଅଜୟ ଜୟରାମ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ବୁଧବାର ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.