ବର୍ମିଂହାମ: ବୁଧବାର ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନଚମ୍ପିଆନସିପ୍ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ଅଲମ୍ପିକ୍ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ । ସେ ଆମେରିକାର ବେୱେନ ଜାଙ୍ଗଙ୍କୁ ସିଧାସଳଖ 21-14, 21-17 ଗେମରେ ପରାସ୍ତ କରିଛନ୍ତି ।
ତେବେ ବିଶ୍ବ ମାନ୍ୟତାର 6ନଂ ସ୍ଥାନରେ ଥିବା ସିନ୍ଧୁଙ୍କ ସହ ଜାଙ୍ଗଙ୍କର କଡ଼ା ପ୍ରତିଯୋଗିତା ହୋଇଥିଲା । ମାତ୍ର ସିନ୍ଧୁଙ୍କ ଘନଘନ ଆକ୍ରମଣର ସମ୍ମୁଖୀନ ହୋଇପାରି ନଥିଲେ ସେ । ତେବେ ଏହି ଦୁଇ ଖେଳାଳିଙ୍କ ଏହା 10ମ ଥର ମୁହାମୁହିଁ ହୋଇଥିବା ବେଳେ ହେଡ-ଟୁ-ହେଡ ରେକର୍ଡ 6-4 ରେ ଉନ୍ନତ ହୋଇଛି । ତେବେ 24 ବର୍ଷୀୟା ସିନ୍ଧୁ ପରବର୍ତ୍ତୀ ରାଉଣ୍ଡରେ କୋରିଆର ସାଙ୍ଗ ଜୀ ହୁନଙ୍କୁ ଭେଟିବେ ।