ETV Bharat / sitara

ଶାନ୍ତନୁ ସମ୍ମାନରେ ସମ୍ମାନିତ ହେଲେ ସୁନାମଧନ୍ୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ - pranab pattnaik got Shantanu Award

ସଙ୍ଗୀତ ନିର୍ଦ୍ଦେଶକ ଡକ୍ଟର ଶାନ୍ତନୁ ମହାପାତ୍ରଙ୍କ ସ୍ମୃତିରେ ଶାନ୍ତନୁ ଜୟନ୍ତୀ ସମାରୋହ ୨୦୨୧ ପାଳିତ ହୋଇଯାଇଛି । ଏହି ଅବସରରେ ସୁନାମଧନ୍ୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଶାନ୍ତନୁ ସମ୍ମାନ ୨୦୨୧ରେ ସମ୍ମାନିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

well known odia singer pranab pattnaik honored with Shantanu Award
ଶାନ୍ତନୁ ସମ୍ମାନରେ ସମ୍ମାନିତ ହେଲେ ସୁନାମଧନ୍ୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ
author img

By

Published : Nov 23, 2021, 4:50 PM IST

ଭୁବନେଶ୍ବର: ସଙ୍ଗୀତ ନିର୍ଦ୍ଦେଶକ ଡକ୍ଟର ଶାନ୍ତନୁ ମହାପାତ୍ରଙ୍କ ସ୍ମୃତିରେ ଶାନ୍ତନୁ ଜୟନ୍ତୀ ସମାରୋହ ୨୦୨୧ ପାଳିତ ହୋଇଯାଇଛି । ଶାନ୍ତନୁ ମହାପାତ୍ର ଫାଉଣ୍ଡେସନ ଓ MGMRL ଫାଉଣ୍ଡେସନ ମିଳିତି ଆନୁକୂଲ୍ୟରେ ସହଯୋଗରେ ଏହି ସମାରୋହ ଆୟୋଜିତ ହୋଇଛି । ଏହି ରଙ୍ଗାରଙ୍ଗ ସନ୍ଧ୍ୟାକୁ ପ୍ରତିଷ୍ଠିତ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ଉଦଘାଟନ କରିଥିଲେ । ଏହି ଅବସରରେ ସୁନାମଧନ୍ୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଶାନ୍ତନୁ ସମ୍ମାନ ୨୦୨୧ରେ ସମ୍ମାନିତ କରାଯାଇଛି ।

ଶାନ୍ତନୁ ସମ୍ମାନରେ ସମ୍ମାନିତ ହେଲେ ସୁନାମଧନ୍ୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ

ଏହାସହ MGMRL ଫାଉଣ୍ଡେସନ ପକ୍ଷରୁ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ପ୍ରଥମ ଉତ୍କର୍ଷ ସମ୍ମାନରେ ସମ୍ମାନିତ କରାଯାଇଛି । ଶାନ୍ତନୁ ଜୟନ୍ତୀ ସମାରୋହରେ ଅନେକ ଜଣାଶୁଣା ତାରକା ଯୋଗ ଦେଇ ସମାରୋହରେ ଚାରଚାନ୍ଦ ଲଗାଇଥିଲେ । ଏହି କାର୍ଯ୍ୟକ୍ରମରେ ଶାନ୍ତନୁ ମହାପାତ୍ରଙ୍କ ଦ୍ବାରା ନିର୍ଦ୍ଦେଶିତ ଲୋକପ୍ରିୟ ଗୀତ ପରିବେଷଣ ହୋଇଥିଲା ।

ଆଗୋ ଚନ୍ଦ୍ରିକା, ମୟୂରୀ ଗୋ, ତୁମକୁ ପାରୁନି ତ ଭୁଲି, ଆଜି ମୁଁ ଶ୍ରାବଣୀ, ଉଆଁସୀ ରାତି , ଯା ଯା ରେ ଭାସି ଯା, ଭଳି ଅଭୁଲା ଗୀତ ଗୁଡିକକୁ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀମାନେ ନିଜ କଣ୍ଠରେ ସଜାଇଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ, ଦେବାଶିଷ ମହାପାତ୍ର, ବନ୍ଦୀସ ପାଲିତ, ଅଭିଜିତ ମିଶ୍ର, ଶୋହିନୀ ମିଶ୍ର, ନାଜିଆ ଆଲାମ ପ୍ରମୁଖ ଉପସ୍ଥିତ ରହି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.