ETV Bharat / sitara

ଡେବ୍ୟୁ କଲେ ଲକ୍ଷ୍ମଣଙ୍କ ଲାଡଲା

author img

By

Published : Jul 15, 2020, 7:33 PM IST

ଅଭିନୟରେ ଡେବ୍ୟୁ କଲେ ଛୋଟ ପରଦାର ଫେମସ ଅଭିନେତା ସୁନୀଲ ଲହରୀଙ୍କ ପୁଅ। ଟ୍ବିଟ କରି ଚର୍ଚ୍ଚାରେ ସୁନୀଲ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିଶ ପାଠକ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିଶ ପାଠକ

ମୁମ୍ବାଇ: ରାମନନ୍ଦ ସାଗରଙ୍କ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ରେ ଲକ୍ଷ୍ମଣ ସାଜିଥିବା ଅଭିନେତା ସନୀଲ ଲହରୀ ପୁଣିଥରେ ଚର୍ଚ୍ଚାରେ। ଏଥର ସେ କୌଣସି ପୋଷ୍ଟ ପାଇଁ ନୁହେଁ ନିଜ ଲାଡଲା କ୍ରିଶ ପାଠକ ପାଇଁ। କାରଣ କ୍ରିଶ ଅଭିନୟ ଦୁନିଆରେ ପଦାର୍ପଣ କରିଛନ୍ତି। ତାଙ୍କର ପ୍ରଥମ ମ୍ୟୁଜିକ ଭିଡିଓ ‘ଜିୟୁଂ କେସେ’ ରିଲିଜ ହୋଇଯାଇଛି ।

ଏହାର ତାଙ୍କ ପିତା ସୁନୀଲ ଟ୍ବିଟରରେ ଫ୍ୟାନ୍ସଙ୍କୁ ଦେଇଛନ୍ତି। ସେହିପରି ସେ ଟ୍ବିଟରେ ଲେଖିଛନ୍ତି, ‘ବନ୍ଧୁ ମୁଁ ରାମାୟଣର ସୁଟିଂର କାହାଣୀ ପରିବର୍ତ୍ତେ ଏବେ କ୍ରିଶଙ୍କ ଭିଡିଓ ପ୍ରମୋଶନ ପାଇଁ ପୋଷ୍ଟ କରିଛି । ମୁଁ ଆଶା କରୁନାହିଁ ବରଂ ମତେ ବିଶ୍ବାସ ଅଛି ଯେ ଆପଣ ପୁରା ସପୋର୍ଟ କରିବେ ଆଉ ଗୀତକୁ ହିଟ୍ କରାଇବେ । ଯାହା ବର୍ତ୍ତମାନ ରିଲିଜ ହୋଇଯାଇଛି । ଗୀତର ଲିଙ୍କ ମଧ୍ୟ ସେୟାର କରିଛି।’

  • " class="align-text-top noRightClick twitterSection" data="">

ଏହାସହ ସୁନୀଲ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ‘ରାମାୟଣ’ର ରାମ ତଥା ଅଭିନେତା ଅରୁଣ ଗୋଭିଲ ନଜର ଆସୁଛନ୍ତି। ଆଉ ଅରୁଣ କହୁଛନ୍ତି, ‘ହାଏ କ୍ରିଶ ଶୁଣିବାକୁ ମିଳିଲା ଯେ ତୁମର ଡେବ୍ୟୁ ମ୍ୟୁଜିକ ଆଲବମ 15 ତାରିଖରେ ରିଲିଜ ହୋଇଛି । ତୁମକୁ ବେଷ୍ଟ ଅଫ ଲକ ଏବଂ ଗୁଡ ଲକ କହିବାକୁ ଚାହୁଁଛି । ଭଗବାନ ରାମ ଆଶିର୍ବାଦ ଦେବେ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.