ମୁମ୍ବାଇ: ଫେମସ ପୌରାଣିକ ଧାରାବାହିକ ‘ରାମାୟଣ’ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ସୁନୀଲ ଲହରୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ ନିଜ ଫ୍ୟାନ୍ସଙ୍କ ପାଇଁ ‘ରାମାୟଣ’ର କାହାଣୀ ସେୟାର କରନ୍ତି । ଏଥର ମଧ୍ୟ ସେ ନିଜର ଏକ ଫଟୋ ସେୟାର କରି ରାମ ଓ ରାବଣଙ୍କ ବିଷୟରେ ଆଲୋଚନା କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।
ସୁନୀଲ ନିଜର ଦୁଇଟି ଫଟୋର କୋଲାଜ ତିଆରି କରିଛନ୍ତି । ଗୋଟିଏ ଫଟୋରେ ତାଙ୍କ ଚେହେରାରେ ଶାନ୍ତି ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ଫଟୋରେ କ୍ରୋଧ ଦେଖିବାକୁ ମିଳୁଛି । ନିଜର ଏହି ଫଟୋ ସହ ସୁନୀଲ ଜଣାଇଛନ୍ତି ଆମ ଭିତରେ ରାମ ଓ ରାବଣ ଦୁଇଜଣ ଅଛନ୍ତି ।
ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ରାମ(ଭଲ) ଓ ରାବଣ(ଖରାପ) ଦୁଇଟି ହିଁ ଆମର ସ୍ବରୂପ । ଯାହା ଆମ ଉପରେ ନିର୍ଭର କରୁଛି ଯେ ଆମେ କେଉଁ ସ୍ବରୂପକୁ ଆପଣାଇବା ଏବଂ କାହାକୁ ମାରିବା । ଜୟ ରାମ ଜି କି ।’ ଦେଖନ୍ତୁ ସୁନୀଲଙ୍କ ଏହି ଭିନ୍ନ ଅନ୍ଦାଜର ଫଟୋ...
- " class="align-text-top noRightClick twitterSection" data="
">