ETV Bharat / sitara

ବଢିଲା ପର୍ଲଙ୍କ ସମସ୍ୟା, ଜାମିନ ଆବେଦନ ଖାରଜ କଲେ କୋର୍ଟ

author img

By

Published : Jun 12, 2021, 12:56 PM IST

ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ପର୍ଲଙ୍କ ଜାମିନ ଆବେଦନ ଖାରଜ । ବଢିଲା ଅଭିନେତାଙ୍କ ସମସ୍ୟା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ପର୍ଲ ଭି ପୁରୀ
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ପର୍ଲ ଭି ପୁରୀ

ମୁମ୍ବାଇ: ନିକଟରେ ‘ନାଗିନ’ ଫେମ ପର୍ଲ ଭି ପୁରୀଙ୍କୁ ଦୁଷ୍କର୍ମ ମାମଲାରେ ମୁମ୍ବାଇ ପୋଲିସ ଗିରଫ କରିଥିଲା । ନିକଟରେ ପୀଡିତାଙ୍କ ମା' ତାଙ୍କୁ ନିର୍ଦ୍ଦୋଷ ବୋଲି କହିଥିଲେ । ହେଲେ କମିବାର ନାଁ ନେଉନାହିଁ ତାଙ୍କ ସମସ୍ୟା । କାରଣ ପର୍ଲଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି କୋର୍ଟ । ଜୁନ 11ରେ ଏହାର ଶୁଣାଣି ହେବାର ଥିଲା ।

ଅଭିନେତାଙ୍କୁ ମୁମ୍ବାଇର ଥାନେ ଜେଲରେ ନ୍ୟାୟିକ ହେପାଜତରେ ରଖାଯାଇଛି । ବର୍ତ୍ତମାନ ରିପୋର୍ଟ ହୋଇଛି ଯେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ 15ରେ ହେବ ।

ପ୍ରକାଶ ଥାଉକି ଅନେକ ଟିଭି ସେଲିବ୍ରିଟି ପର୍ଲ ବିଷୟରେ କ୍ରମାଗତ ଭାବରେ ତାଙ୍କୁ ସମର୍ଥନ କରୁଛନ୍ତି । ରାକ୍ଷୀ ସାୱନ୍ତ ଠାରୁ ଆରମ୍ଭ କରି ଏକତା କପୁର ପର୍ଯ୍ୟନ୍ତ ସମସ୍ତେ ତାଙ୍କ ସହିତ ଠିଆ ହୋଇ ତାଙ୍କୁ ସମର୍ଥନ କରୁଥିବା କଥା କହିସାରିଛନ୍ତି ।

ସେହିପରି ନିଆ ଶର୍ମାଙ୍କ ପରି ଅନେକ ସେଲିବ୍ରିଟି ପର୍ଲଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ସେମାନେ ସମସ୍ତେ ସୋସିଆଲ ମିଡିଆରେ ତାଙ୍କର ନ୍ୟାୟ ଦାବି ମଧ୍ୟ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.