ହାଇଦ୍ରାବାଦ: ନିକଟରେ ବି-ଟାଉନ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ତାଙ୍କ ସମର୍ପିତ ସ୍ବାମୀର ଲୁକ ପୋଷ୍ଟ କରି ଚର୍ଚ୍ଚାର ଶୀର୍ଷରେ । କାର୍ତ୍ତିକଙ୍କର ଏହି ଲୁକ ପ୍ରଶଂସକମାନଙ୍କୁ ବେଶ ପସନ୍ଦ ଆସିଥିବାବେଳେ ତାଙ୍କୁ ହଠାତ ଚିହ୍ନିବା ବି ମୁଶକିଲ ପ୍ରାୟ । କିନ୍ତୁ କାର୍ତ୍ତିକଙ୍କର ଏହି ଲୁକକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇ ଏହାକୁ ନେଇ ପ୍ରସ୍ତୁତ ହୋଇଛି ଅନେକ ମିମି । ଯାହା ଦେଖି ଏବେ କାର୍ତ୍ତିକ ଦେଇଛନ୍ତି ନିଜର ପ୍ରତିକ୍ରିୟା...
- " class="align-text-top noRightClick twitterSection" data="
">
କାର୍ତ୍ତିକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଭାଇରାଲ ହୋଇଥିବା ପ୍ରାୟ ମିମିକୁ ସେୟାର କରି ଶୀର୍ଷକରେ ଲେଖିଛନ୍ତି, 'ଚିଣ୍ଟୁ ତ୍ୟାଗୀ ଭାଇରାଲ ହୋଇଗଲେ । ଏତେସାରା ଭଲପାଇବା ଦେଇଥିବାରୁ ତାଙ୍କ ତରଫରୁ ଧନ୍ୟବାଦ । ଏବେ ସେ ତାଙ୍କ ପ୍ରେମିକାଙ୍କ ସହ ବୁଲୁଛନ୍ତି, ଖୁବଶିଘ୍ର ପତ୍ନୀଙ୍କ ସହ ଦେଖା ଦେବେ #ପତି ପତ୍ନୀ ଔର ୱରେ ।'
ତେବେ ଏହି ପୋଷ୍ଟରୁ ଜଣାପଡୁଛି ଯେ କାର୍ତ୍ତିକ ତାଙ୍କ ଚିଣ୍ଟୁ ତ୍ୟାଗୀ ଭୂମିକାକୁ ନେଇ ବହୁତ ଖୁସି । କାରଣ ଫିଲ୍ମ ରିଲିଜ ପୂର୍ବରୁ ହିଁ ସେ ଏତେ ଫେମସ । ପ୍ରକାଶ ଥାଉକି, ଫିଲ୍ମ 'ପତି ପତ୍ନୀ ଔର ୱ'ରେ କାର୍ତ୍ତିକଙ୍କ ସହ ନଜର ଆସିବେ ଭୂମି ପାଣ୍ଡେକର ଓ ଅନନ୍ୟା ପାଣ୍ଡେ । କାର୍ତ୍ତିକ ଚିଣ୍ଟୁ ତ୍ୟାଗୀଙ୍କ ଭୂମିକାରେ ନଜର ଆସିବାବେଳେ ଭୂମି ଚିଣ୍ଟୁଙ୍କ ପତ୍ନୀ ଓ ଅନନ୍ୟା ତାଙ୍କ ପ୍ରେମିକା ତଥା ସେକ୍ରେଟାରୀ ଭାବରେ ନଜର ଆସିବେ ।
ଫିଲ୍ମଟି 1978ରେ ସଞ୍ଜୀବ କୁମାରଙ୍କ ଅଭିନୀତ ଫିଲ୍ମ 'ପତି ପତ୍ନୀ ଔର ୱ'ର ରିମେକ, ଯାହାକି ମୁ୍ଦ୍ଦାସର ଅଜିଜଙ୍କ ନିର୍ଦ୍ଦେଶିତ । ମୁଦ୍ଦାସର ପୂର୍ବରୁ ଦୁଲ୍ହା ମିଲ ଗୟା, ହାପି ଭାଗ ଜାୟେଗୀ, ହାପି ଫିର ଭାଗ ଜାୟେଗୀ ଆଦି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।