ହାଇଦ୍ରାବାଦ: କିଛି ଦିନ ହେବ ଆରମ୍ଭ ହୋଇଛି ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ସପ୍ତମ ସିଜିନ । ପ୍ରଥମ କରି ଏହି ଶୋ' ଜରିଆରେ ଛୋଟ ପରଦାରେ ନଜର ଆସିଛନ୍ତି କରୀନା କପୁର । ଶୋ'ର ଜଜ ହିସାବରେ କରୀନାଙ୍କୁ ଦେଖିବାକୁ ମିଳୁଛି । ତେବେ ଏଥର କରୀନା ନୁହେଁ ବରଂ କରିସ୍ମା କରିବେ ଶୋ'କୁ ଜଜ ।
ସୂଚନାଯୋଗ୍ୟ, ରିଆଲିଟି ଶୋ' ଆଉ ଲଣ୍ଡନରେ ଫିଲ୍ମର ସୁଟିଂ ଦୁଇଟିଯାକରେ ବ୍ୟସ୍ତ ରହୁଛନ୍ତି କରୀନା । ତେବେ ନିଜ ପ୍ରଫେସନାଲ ଓ ପର୍ସନାଲ ଲାଇଫରେ ପୁରା ଛନ୍ଦି ହେଇଯାଉଛନ୍ତି କରୀନା । ତେବେ ଏହି ବ୍ୟସ୍ତତା ମଧ୍ୟରେ କରୀନା ଶୋ'ରେ ସମୟ ଦେଇପାରୁ ନାହାଁନ୍ତି । ତେଣୁ ଗୋଟେ ଏପିସୋଡ ପାଇଁ ସମୟ ଦେଇପାରିନାହାଁନ୍ତି ।
ତେଣୁ ଶୋ'ରେ ଗେଷ୍ଟ ଜଜ ଭାବେ ନଜର ଆସିବେ କରୀନାଙ୍କ ଭଉଣୀ ତଥା ଅଭିନେତ୍ରୀ କରିସ୍ମା କପୁର । ତେବେ ଶୋ'ରେ କରୀନାଙ୍କ ବ୍ୟତୀତ ବସ୍କୋ ମାର୍ତିଶ ଓ ରଫତାର ଜଜ କରୁଛନ୍ତି । ଅନ୍ୟପକ୍ଷେ କରିସ୍ମା କପୁର ୱେବ ସିରିଜ ‘ମେଣ୍ଟାଲହୁଡ’ରେ ନଜର ଆସିବେ ।