ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତା କରଣଭୀର ବୋହରା ଏବଂ ଟିଜେ ସିଦ୍ଧୁ ପିତାମାତା ହେବାକୁ ଯାଉଛନ୍ତି । ସେମାନେ ତୃତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି ।
ଯାହାକୁ ନେଇ କରଣଭୀର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ କରଣଭୀର ଡ୍ୟାନ୍ସ କରି କରି ଡାକ୍ତରଖାନାରେ ପହଞ୍ଚିଛନ୍ତି । ଏଥିସହିତ ତାଙ୍କ ହାତରେ ବେବି କାର ସିଟ୍ ଧରିଥିବାର ଦେଖିବାକୁ ମିଳିଥିଲା ।
- " class="align-text-top noRightClick twitterSection" data="
">
କହିବାକୁ ଗଲେ, କରଣଭୀର ପୁଣି ଥରେ ପିତା ହେବାକୁ ନେଇ ବହୁ ଉତ୍ସାହିତ ଅଛନ୍ତି ।
କରଣଭୀର ଇନଷ୍ଟାଗ୍ରାମରେ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି, 'ହସ୍ପିଟାଲ ମୋତେ ଲାଗୁଛି ଯେମିତି 'ଲଭ ମେରା ହିଟ୍-ହିଟ୍' ଯେକୌଣସି ସମୟରେ ଭଲ ଖବର ଆସିପାରେ । ପୁଅ କିମ୍ବା ଝିଅ ହେଉ, ମୁଁ ଭାଗ୍ୟବାନ ହେବି ।
କରଣଭୀର ବେଲା ଏବଂ ବିଏନା ନାମକ ଦୁଇ ଝିଅଙ୍କ ପିତା। କରଣଭୀର ଏବଂ ଟିଜେ ବର୍ତ୍ତମାନ କାନାଡାରେ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ