ନୂଆଦିଲ୍ଲୀ: ଭୋଜପୁରୀ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ତଥା ଗାୟିକା ଅକ୍ଷରା ସିଂଙ୍କ ନୂଆ ଗୀତ 'ମେରେ ଓ୍ବଠବା ସେ ନାଥୁନିଆ' ଲଞ୍ଚ କରାଯାଇଛି । ୟୁଟ୍ୟୁବ୍ ରେ ଆସିବା ମାତ୍ରେ ଏହି ମ୍ୟୁଜିକ୍ ଭିଡିଓ ବହୁ ଲୋକପ୍ରିୟ ହୋଇପାରିଛି । ଏହାକୁ ଅକ୍ଷରା ଗାଇଛନ୍ତି ଏବଂ ସେ ନିଜେ ଏହି ଗୀତରେ ଅଭିନୟ ମଧ୍ୟ କରିଛନ୍ତି । ଏହି ଗୀତଟି ସରେଗାମାର ସାରେଗାମା ହମ୍ ଭୋଜପୁରୀ ୟୁଟ୍ୟୁବ୍ ଚ୍ୟାନେଲରେ ଲଞ୍ଚ କରାଯାଇଛି ।
- " class="align-text-top noRightClick twitterSection" data="">
'ମେରେ ଓ୍ବଠବା ସେ ନାଥୁନିଆ' ଗୀତର ପିକ୍ଚରାଇଜେସନ ଅତି ଚମତ୍କାର ଅଟେ । ଏଥିରେ ଅକ୍ଷରା ଅନେକ ଭିନ୍ନ ରୂପରେ ବହୁତ ସୁନ୍ଦର ଏବଂ ଗ୍ଲାମରସ୍ ନଜର ଆସିଛନ୍ତି । ଗୀତରେ ଅକ୍ଷରାଙ୍କର ନାଥୁନିୟା ଲୁକ୍ ଦର୍ଶକଙ୍କୁ ବେଶ ଆକର୍ଷିତ କରିଛି ।
ଅକ୍ଷରାଙ୍କ ଏହି ଲୋକପ୍ରିୟ ଗୀତର ଲିରିକ୍ସ କୁଲୱନ୍ତ ଜାନୀ ଲେଖିଥିବାବେଳେ ଏହାର ମ୍ୟୁଜିକ ଆଶିଷ ବର୍ମା କମ୍ପୋଜ କରିଛନ୍ତି । ଏହି ଗୀତର କୋରିଓଗ୍ରାଫି ଏମ.କେ ଗୁପ୍ତା ଜୟ ଦ୍ବାରା କରାଯାଇଛି ।
ଡିସେମ୍ବର 20 ରେ 'ମେରେ ଓ୍ବଠବା ସେ ନାଥୁନିଆ' ଗୀତ ଲଞ୍ଚ କରାଯାଇଛି । କେବଳ ଚାରି ଦିନ ମଧ୍ୟରେ, ଏହି ଗୀତଟିକୁ 17 ଲକ୍ଷରୁ ଅଧିକ ଅର୍ଥାତ୍ 1,712,897 ଥର ଦେଖାଯାଇଛି ।
ବିଶେଷ କଥା ହେଉଛି, ଏହି ଗୀତର ଅରଜିନାଲ ମ୍ୟୁଜିକ ନିର୍ଦ୍ଦେଶକ ହେଉଛନ୍ତି ନଦିମ-ଶ୍ରାବଣ । ଏହି ଅରଜିନାଲ ଗୀତକୁ ଆଶା ଭୋସଲେ ଗାଇଥିଲେ। ଏହି ଗୀତ 1977 ଚଳଚ୍ଚିତ୍ର ଦଙ୍ଗଲରୁ ଆସିଛି ।