ନୂଆଦିଲ୍ଲୀ: ଭୋଜପୁରୀ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ତଥା ଗାୟିକା ଅକ୍ଷରା ସିଂଙ୍କ ଗୀତ ଆସିବା ମାତ୍ରେ ହିଁ ସୁପରହିଟ୍ ହୋଇଯାଏ । କିନ୍ତୁ ଏବେ ତାଙ୍କର ଗୋଟିଏ ଗୀତ 'ଇଧର ଆନେ କା ନେହି' ୟୁଟ୍ୟୁବରେ ଧମାଲ କରୁଛି । ଏହି ଭୋଜପୁରୀ ଗୀତକୁ ନିଜେ ଅକ୍ଷରା ଗାଇଛନ୍ତି ଏବଂ ସେ ନିଜେ ଏହି ଗୀତରେ ପରର୍ଫମ ମଧ୍ୟ କରିଛନ୍ତି ।
- " class="align-text-top noRightClick twitterSection" data="">
ଅକ୍ଷରା ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ 'ଇଧର ଆନେ କା ନେହି' ଗୀତ ଲଞ୍ଚ କରିଛନ୍ତି । ଗୀତର ପିକ୍ଚରାଇଜେସନ ଚମତ୍କାର ଅଟେ । ଏଥିରେ ଅକ୍ଷରା ବହୁତ ସୁନ୍ଦର ଏବଂ ଗ୍ଲାମରସ୍ ଦେଖାଯାଉଛନ୍ତି । ଏହି ଗୀତରେ ଅକ୍ଷରା ଅନେକ ଭିନ୍ନ ରୂପରେ ନଜର ଆସିଛନ୍ତି ।
ଅକ୍ଷରାଙ୍କ ଏହି ଲୋକପ୍ରିୟ ଗୀତକୁ ଆଶିଷ ବର୍ମା ଲେଖିଥିବାବେଳେ ସୋନୁ ଏହି ଗୀତର କୋରିଓଗ୍ରାଫି କରିଛନ୍ତି ।
ଗତ ବର୍ଷ ଜୁନ୍ ମାସରେ ଅକ୍ଷରାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ 'ଇଧର ଆନେ କା ନେହି'ଗୀତ ଲଞ୍ଚ କରାଯାଇଥିଲା । ଏହି ଗୀତକୁ ଏପର୍ଯ୍ୟନ୍ତ 24 କୋଟିରୁ ଅଧିକ ଅର୍ଥାତ୍ 248,914,163 ଭ୍ୟୁଜ ମିଳିସାରିଛି ।
ପ୍ରକାଶ ଥାଉ ଯେ, ଅକ୍ଷରା ଭୋଜପୁରୀ ଚଳଚ୍ଚିତ୍ର 'ସତ୍ୟମେବ ଜୟତେ'ରୁ କ୍ୟାରିୟର ଆରମ୍ଭ କରିଥିଲେ ।