ମୁମ୍ବାଇ: ଛୋଟ ପରଦାର ପପୁଲାର ଶୋ ‘ତାରକା ମେହତା କା ଉଲଟା ଚଷମା’ସିରିୟଲକୁ ପୁଣି ଝଟକା । ଭଉଣୀ ପରେ ଏବେ ଭାଇ ଛାଡିପାରନ୍ତି ଶୋ’ । ଦୟା ଶୋ’ ଛାଡିବା ପରଠାରୁ ମୟୁର ମଧ୍ୟ ଏହି ଶୋ’ ପ୍ରତି ଆଉ ଉଚ୍ଛୁକ ନାହାନ୍ତି ବୋଲି ଶୁଣିବାକୁ ମିଳୁଛି ।
ଶୋ’ରେ ଦୟା ବେନ୍ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ଦିଶା ବକାନୀ ପୁଣି ସୁରିୟଲକୁ ଫେରିବାକୁ ନେଇ ବହୁ ସମୟରୁ ଚର୍ଚ୍ଚା ଚାଲିଛି । ତେବେ ଶୋ’ର ନିର୍ମାତା ଦିଶାଙ୍କୁ 30 ଦିନର ସମୟ ଦେଇ କହିଛନ୍ତି କି, ଯଦି ଦିଶା ଆଗାମୀ 30 ଦିନ ମଧ୍ୟରେ ଶୋ’କୁ ନଫେରନ୍ତି ତେବେ ସେ ତାଙ୍କୁ ଶୋ’ରୁ ବାହାର କରିଦେବେ ।
ଏପଟେ ଦିଶା ଶୋ’କୁ ଫେରିବା ପାଇଁ ବହୁ ସର୍ତ୍ତ ରଖିଛନ୍ତି । ସେ ମାସକୁ ମାତ୍ର 15 ଦିନ ସୁଟିଙ୍ଗ କରିବେ। ଏଥିସହ ଦିନକୁ 4 ଘଣ୍ଟାରୁ ଅଧିକ ସମୟ ସୁଟିଙ୍ଗ କରିବେ ନାହିଁ। ତେବେ ଶୋର ନିର୍ମାତା ଦିଶାଙ୍କ ଏପରି ଡିମାଣ୍ଡରେ ଚିଡି ଯାଇଛନ୍ତି। ଏପରି ସମୟରେ ଶୋର ନିର୍ମାତା ଦିଶାଙ୍କ ସହ ପ୍ରଫେସନାଲ ସମ୍ପର୍କକୁ ଖରାପ କରିବା ପାଇଁ ଚାହୁଁ ନାହାନ୍ତି । କିନ୍ତୁ ଦିଶା ତାଙ୍କ ଜିଦିରେ ଅଟଳ ଅଛନ୍ତି ।
କହିରଖୁଛୁ ମୟୁର ତଥା ସୁନ୍ଦର ଲାଲ, ଶୋ’ରେ ଦୟା ବେନଙ୍କଭାଇ ରୋଲରେ ନଜର ଆସିଥାନ୍ତି । ତେବେ ମୟୁର ଏବଂ ଦିଶା ଉଭୟ ରିୟଲ ଲାଇଫରେ ମଧ୍ୟ ଭାଇଭଉଣୀ । ଶୁଣିବାକୁ ମିଳୁଛି ଦୟା ଶୋ’ ଛାଡିବା ପରଠାରୁ ମୟୁର ମଧ୍ୟ ଏହି ଶୋ’ ପ୍ରତି ଆଉ ଉଚ୍ଛୁକ ନାହାନ୍ତି । ଅବଶ୍ୟ ଏହି ମାମଲାରେ କେହି ବି ମିଡିଆ ସାମ୍ନାରେ ମୁହଁ ଖୋଲିନାହାନ୍ତି । ଏପଟେ ଦିଶା ଓ ନିର୍ମାତାଙ୍କ ମଧ୍ୟରେ ଚାଲିଥିବା ବିବାଦ ପରଠାରୁ ମୟୁର ମଧ୍ୟ ଶୋ’ରୁ ବାହାର ହେବା ପାଇଁ ନିଷ୍ପତି ନେଇଛନ୍ତି ।