ETV Bharat / sitara

ନୂଆ ଫିଲ୍ମ କିସ୍‌ ମିସ୍‌ର ଶୁଭ ମହୁରତ୍, କମାଲ କରିବ ସ୍ବରାଜ-ଶିବାନୀଙ୍କ ଯୋଡି

ଝିଲିକ୍ ମୋସନ ପିକ୍ଚର୍ସର ଦ୍ବିତୀୟ ଅବଦାନ ନୂଆ ଓଡିଆ ଚଳଚ୍ଚିତ୍ର 'କିସମିସ୍' ର ଶୁଭ ମହୁରତ ଭୁବନେଶ୍ବରସ୍ଥିତ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ସରିଲା ଶୁଭ ମହୁରତ, ଆସୁଛି ନୂଆ ଫିଲ୍ମ କିସ୍‌ ମିସ୍‌

author img

By

Published : Feb 28, 2022, 4:06 PM IST

ଭୁବନେଶ୍ବର: ଝିଲିକ୍ ମୋସନ ପିକ୍ଚର୍ସର ଦ୍ବିତୀୟ ଅବଦାନ ନୂଆ ଓଡିଆ ଚଳଚ୍ଚିତ୍ର 'କିସମିସ୍' ର ଶୁଭ ମହୁରତ ଭୁବନେଶ୍ବରସ୍ଥିତ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଥମେ ଦିବଗଂତ ତାରକା ମିହିର ଦାସଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଚଳଚ୍ଚିତ୍ରଟି ଏକ ଯୁବ ପ୍ରେମ ଭିତ୍ତିକ କାହାଣୀ ଉପରେ ଆଧାରିତ ।

ଆସନ୍ତା ମାର୍ଚ୍ଚ ମାସରୁ ଏହାର ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ, ନିର୍ଦ୍ଦେଶକ ସୁଶାନ୍ତ ମଣି, ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର, ସଂଳାପ ଲେଖକ ସଂଜୀବ ରଥ, ଉପଦେଷ୍ଟା ଟୁଟୁ ନାୟକ ପ୍ରମୁଖ ଉପସ୍ଥିତ ରହି କ୍ଲାପ୍ ଦେଇ ଏହାର ପୋଷ୍ଟର ରିଲିଜ୍ କରିଥିଲେ ।

ସରିଲା ଶୁଭ ମହୁରତ, ଆସୁଛି ନୂଆ ଫିଲ୍ମ କିସ୍‌ ମିସ୍‌

ଏହି ଚଳଚ୍ଚିତ୍ରରେ ଅଭିନେତା ସ୍ବରାଜ ବାରିକ ଓ ଅଭିନେତ୍ରୀ ଶିବାନୀ ସଂଗୀତା ମୁଖ୍ୟ ଭୂମିକାରେ ଥିବାବେଳେ ପ୍ରିତିରାଜ୍, ଜିତୁ ସିଂ, ଟୁଟୁ ନାୟକ, ଧରିତ୍ରୀ ଖୁଣ୍ଟିଆ ପ୍ରମୁଖ ଅଭିନୟ କରିଛନ୍ତି । ନୃତ୍ୟ ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ଲୁବୁନ-ଟୁବୁନ୍ ।

ଭୁବନେଶ୍ବର ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.