ETV Bharat / sitara

PORNOGRAPHY CASE: ମୁମ୍ବାଇ ପୋଲିସ ଉପରେ ଶିଳ୍ପାଙ୍କର ଅଛି ପୂର୍ଣ୍ଣ ବିଶ୍ବାସ

author img

By

Published : Aug 2, 2021, 3:56 PM IST

ପର୍ଣ୍ଣୋଗ୍ରାଫି ମାମଲା । ବହୁତ ଦିନର ମୌନ ପରେ ମୁହଁ ଖୋଲିଲେ ଅଭିନେତ୍ରୀ ଶିଳ୍ପା ସେଠୀ । କହିଲେ ମୋ ପରିବାରର ପ୍ରାଇଭେସିକୁ ସମ୍ମାନ କରନ୍ତୁ । ଅଧିକ ପଢନ୍ତୁ....

PORNOGRAPHY CASE: ମୁମ୍ବାଇ ପୋଲିସ ଉପରେ ପୂର୍ଣ୍ଣ ବିଶ୍ବାସ PORNOGRAPHY CASE: ମୁମ୍ବାଇ ପୋଲିସ ଉପରେ ପୂର୍ଣ୍ଣ ବିଶ୍ବାସ ରହିଛି କହିଲେ ଶିଳ୍ପାରହିଛି କହିଲେ ଶିଳ୍ପା
PORNOGRAPHY CASE: ମୁମ୍ବାଇ ପୋଲିସ ଉପରେ ପୂର୍ଣ୍ଣ ବିଶ୍ବାସ ରହିଛି କହିଲେ ଶିଳ୍ପା

ମୁମ୍ବାଇ: ପର୍ଣ୍ଣୋଗ୍ରାଫି ମାମଲାରେ ସ୍ବାମୀ ରାଜକୁନ୍ଦ୍ରାଙ୍କ ଗିରଫ ପରେ ପ୍ରଥମଥର ପାଇଁ ପ୍ରତିକ୍ରିୟା ଦେଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଓ ମୁମ୍ବାଇ ପୋଲିସ ଉପରେ ତାଙ୍କର ଦୃଢ ବିଶ୍ବାସ ରହିଛି ବୋଲି ଶିଳ୍ପା ନିଜ ଇନଷ୍ଟାଗ୍ରାମରେ ଏକ ନୋଟ୍‌ ପୋଷ୍ଟ କରି କହିଛନ୍ତି ।

ଏହାସହିତ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ନ କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଶିଳ୍ପା । କୁନ୍ଦ୍ରାଙ୍କୁ ପର୍ଣ୍ଣୋଗ୍ରାଫି ବା ଅଶ୍ଳୀଳ ଫିଲ୍ମ ତିଆରି କରି କିଛି ପ୍ରାଇଭେଟ ଆପ୍‌ରେ ରିଲିଜ କରୁଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଗତ ଜୁଲାଇ ୧୯ ତାରିଖରେ ଗିରଫ କରିଥିଲା । ଏ ସମ୍ପର୍କରେ ପୂର୍ବରୁ କିଛି ଜାଣିନଥିଲେ ବୋଲି ତଦନ୍ତ ବେଳେ କହିଥିଲେ ଶିଳ୍ପା । ତେବେ କୌଣସି ଖବର ବିନା ତର୍ଜମା କରି ପ୍ରସାରିତ ନକରିବାକୁ ମାଆ ହିସାବରେ ଲୋକଙ୍କୁ ଓ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ଶିଳ୍ପା ।

ଭାରତୀୟ ନ୍ୟାୟିକ ଅବସ୍ଥାରେ ତାଙ୍କର ପୂର୍ଣ୍ଣ ବିଶ୍ବାସ ରହିଛି । ସେ ଗତ ୨୯ ବର୍ଷ ଧରି ପରିଶ୍ରମ କରିଆସୁଛନ୍ତି । ଯାହାଦ୍ବାରା ଲୋକମାନେ ତାଙ୍କ ଉପରେ ବିଶ୍ବାସ କରନ୍ତି । ସେ ଏହାକୁ ଆଗକୁ ବଜାୟ ରଖିବେ । ଏହି ଘଟଣାରେ ସେ କାହାର ହସ୍ତକ୍ଷେପ ଚାହୁଁନାହାନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ନ କରିବାକୁ ସେ ଅନୁରୋଧ କରିଛନ୍ତି । ଏହି ଘଟଣା ପରେ ଶିଳ୍ପା ଅନେକ ବିବାଦର ସମ୍ମୁଖୀନ ହୋଇଛନ୍ତି । ଏଭଳି ଘଟଣା ଘଟିବା ପରେ ତାଙ୍କ ପରିବାରର ବଦନାମୀ ହେବା ସହିତ ଆର୍ଥିକ କ୍ଷେତ୍ରରେ ସେ କ୍ଷତି ସହିଛନ୍ତି ବୋଲି କହିଥିଲେ ।

ଏହି ଘଟଣାକୁ ନେଇ ଅନେକ ଗୁଜବ ପ୍ରଚାର କରାଯାଉଛି । ସେ ଏ ଘଟଣାକୁ ନେଇ କେଉଁଠି ମଧ୍ୟ ପ୍ରତିକ୍ରିୟା ଦେଇନାହାନ୍ତି । ଏହି ଘଟଣାକୁ ନେଇ ତାଙ୍କୁ ଓ ପରିବାରକୁ ଟ୍ରୋଲ କରାଯାଉଛି । ଏପରି ନ କରିବାକୁ ସେ ଅନୁରୋଧ କରିଛନ୍ତି । ଘଟଣାରେ ତଦନ୍ତ ପ୍ରକ୍ରିୟା ଚାଲୁ ରହିଥିବାରୁ ସେ କୌଣସି ପ୍ରତିକ୍ରିୟା ରଖିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.