ଚେନ୍ନାଇ: ଲୋକପ୍ରିୟ ତାମିଲ ଟେଲିଭିଜନ ଅଭିନେତ୍ରୀ ଚିତ୍ରା କାମରାଜଙ୍କ ଆତ୍ମହତ୍ୟା ବୁଧବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଚେନ୍ନାଇର ନାଜରାଥପେଟର ଏକ ହୋଟେଲ ରୁମରେ ‘ପାଣ୍ଡିଆନ୍ ଷ୍ଟୋରେଜ’ ଅଭିନେତ୍ରୀଙ୍କ ମୃତଦେହ ମିଳିବା କଥା ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଇତିମଧ୍ୟରେ ସାମ୍ନାକୁ ଆସିଛି ଅଭିନେତ୍ରୀଙ୍କ ଆତ୍ମହତ୍ୟାରେ ସାମିଲ ଦୁଇ ବ୍ୟକ୍ତିଙ୍କ ନାଁ ।
ପୋଲିସ ଖୁଲାସା କରିଛି ଯେ, ଅଭିନେତ୍ରୀଙ୍କ ସ୍ବାମୀ ହେମନ୍ତ ଏବଂ ତାଙ୍କ ମା’ଙ୍କ ଚାପ ଯୋଗୁଁ ଚିତ୍ରାଙ୍କ ମୃତ୍ୟୁ ଘଟିଛି ।
ତେବେ ଚିତ୍ରା ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେପଟେ ଚିତ୍ରାଙ୍କ ବଏଫ୍ରେଣ୍ଡ ଭାବେ ପରିଚିତ ହେମନ୍ତ ଖୁଲାସା କରିଛନ୍ତି ଯେ, ସେ ଦୁଇ ମାସ ପୂର୍ବରୁ ଚିତ୍ରାଙ୍କ ସହ ବିବାହ ରେଜିଷ୍ଟ୍ରେସନ କରିଥିଲେ । ଗତ କିଛି ଦିନ ହେବ ପୋଲିସ ଏହି ମାମଲାରେ ଯାଞ୍ଚ କରି ହେମନ୍ତଙ୍କୁ ପଚାରାଉଚରା କରିଥିଲା ।
ଆଜି ପୋଲିସ କହିଛି ଯେ, ହେମନ୍ତ ଚିତ୍ରାଙ୍କୁ ସୁଟିଂ ସେଟରେ ଅପବ୍ୟବହାର କରୁଥିଲେ । ଏଥିସହିତ ଚିତ୍ରାଙ୍କ ମା' ଅଭିନେତ୍ରୀଙ୍କୁ ହେମନ୍ତଙ୍କୁ ଛାଡିବାକୁ ବାଧ୍ୟ କରୁଥିଲେ ।
ଏହି ଚାପରେ ଥାଇ ଚିତ୍ରା ଶେଷରେ ଭୁଲ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ । ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ମୃତକଙ୍କ ଫୋନକୁ ସାଇବର ବିଭାଗକୁ ପଠାଇଛି । RTO ଯାଞ୍ଜ ପରେ ଅଧିକ ବିବରଣୀ ପ୍ରକାଶ ପାଇବ ।