ETV Bharat / sitara

Pornography Case; ସାକ୍ଷୀ ଦେଲେ ବିଜନେସ ପାର୍ଟନର - ମୁମ୍ବାଇ ପୋଲିସ

ରାଜ କୁନ୍ଦ୍ରାଙ୍କ ପାଇଁ ବଢୁଛି ଅଡୁଆ । ମାମଲାକୁ ନେଇ ରାଜଙ୍କ ବିରୋଧରେ ତାଙ୍କର 4 ଜଣ ବିଜନେସ ପାର୍ଟନର ସାକ୍ଷୀ ଦେଇଛନ୍ତି । ଏ ନେଇ ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ସାକ୍ଷୀ ଦେଲେ ବିଜନେସ ପାର୍ଟନର
ସାକ୍ଷୀ ଦେଲେ ବିଜନେସ ପାର୍ଟନର
author img

By

Published : Jul 25, 2021, 3:10 PM IST

ମୁମ୍ବାଇ: ରାଜ କୁନ୍ଦ୍ରାଙ୍କ ପାଇଁ ପର୍ଣ୍ଣୋଗ୍ରାଫି ମାମଲା ଦିନକୁ ଦିନ ଅଡୁଆ ବଢାଉଛି । ମାମଲାକୁ ନେଇ ରାଜଙ୍କ ବିରୋଧରେ ତାଙ୍କର 4 ଜଣ ବିଜନେସ ପାର୍ଟନର ସାକ୍ଷୀ ଦେଇଛନ୍ତି । ଏନେଇ ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରା ପୋଲିସକୁ ତଦନ୍ତ ପ୍ରକ୍ରିୟାରେ ସହାୟତା କରୁନଥିବା କହିଛି ମୁମ୍ବାଇ ପୋଲିସ । ରାକେଟ ବିରୋଧରେ ରାଜଙ୍କ ଚାରିଜଣ ବିଜନେସ ପାର୍ଟନର ମୁମ୍ବାଇ କ୍ରାଇମବ୍ରାଞ୍ଚର ସମ୍ପତ୍ତି ସେଲକୁ ତଥ୍ୟ ଦେଇଥିବା କହିଛି ମୁମ୍ବାଇ ପୋଲିସ । ପୂର୍ବରୁ ମାମଲା ନେଇ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କୁ କ୍ରାଇମବ୍ରାଞ୍ଚ ପଚରା ଉଚରା କରିଥିଲା ।

ରାଜ କୁନ୍ଦ୍ରାଙ୍କ ଫାର୍ମକୁ ନେଇ କରାଯାଇଥିବା ଆର୍ଥିକ କରାବାରକୁ ନେଇ ପ୍ରଶ୍ନ ଉଠିଛି । କୁନ୍ଦ୍ରାଙ୍କ ଫାର୍ମରୁ ପ୍ରିଣ୍ଟର, ଗୋଟିଏ ଲାପଟପ ଏବଂ ଗୋଟିଏ ବକ୍ସ ଭର୍ତ୍ତି କାଗଜପତ୍ର ଜବତ ହୋଇଛି । ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ମୋବାଇଲ ଆପରେ ପ୍ରସାରିତ କରିବା ଘଟଣାରେ ରାଜ କୁନ୍ଦ୍ରାଙ୍କୁ ମିଶାଇ ୧୧ଜଣଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଯେଉଁଥିରେ ରାଜ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ହାତରେ ପ୍ରମାଣ ଲାଗିଥିଲା ।

କୁନ୍ଦ୍ରାଙ୍କୁ ଗିରଫ ପରେ କ୍ରାଇମବ୍ରାଞ୍ଚ ତାଙ୍କ ଭିଏନା ଅଫିସରେ ଚଢାଉ କରିଥିଲା । ଚଢାଉ ବେଳେ କମ୍ପାନୀର କିଛି ଡାଟା ଡିଲିଟ୍ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲେ । ଏହାସହ ଗତ 1 ବର୍ଷ ମଧ୍ୟରେ ରାଜ କୁନ୍ଦ୍ରାଙ୍କ କମ୍ପାନୀ 100ରୁ ଊର୍ଦ୍ଧ୍ବ ଅଶ୍ଳୀଳ ଫିଲ୍ମ ସୁଟିଂ କରିଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.