ETV Bharat / sitara

ଖୁବଶୀଘ୍ର 'Adipurush'ର ସୁଟିଂ ଶେଷ କରିବେ ପ୍ରଭାସ

author img

By

Published : Oct 26, 2021, 6:38 PM IST

ବହୁପ୍ରତିକ୍ଷିତ ପୌରାଣିକ ଆକ୍ସନ ଫିଲ୍ମ 'ଆଦିପୁରୁଷ'ର ସୁଟିଂ ଶେଷ କରିବାକୁ ଯାଉଛନ୍ତି ବଲିଉଡ଼ ସୁପରଷ୍ଟାର ପ୍ରଭାସ । ଅଧିକ ପଢନ୍ତୁ...

ଖୁବଶୀଘ୍ର 'Adipurush'ର ସୁଟିଂ ଶେଷ କରିବେ ପ୍ରଭାସ
ଖୁବଶୀଘ୍ର 'Adipurush'ର ସୁଟିଂ ଶେଷ କରିବେ ପ୍ରଭାସ

ହାଇଦ୍ରାବାଦ: ଟଲିଉଡ଼ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ପୌରାଣିକ ଡ୍ରାମା ଫିଲ୍ମ 'ଆଦିପୁରୁଷ' ବହୁ ଚର୍ଚ୍ଚାରେ ରହିଛି । ଫ୍ୟାନ୍ସ ଏହି ଫିଲ୍ମକୁ ନେଇ ବହୁ ଉତ୍ସାହିତ ଥିବାବେଳେ ଟିମ ଫିଲ୍ମର ସୁଟିଂ ଖୁବଶୀଘ୍ର ଶେଷ କରିବାକୁ ଜାରି ରଖିଛି ପ୍ରୟାସ । ଫିଲ୍ମକୁ ଆସନ୍ତା ବର୍ଷ ଅଗଷ୍ଟରେ ରିଲିଜ କରିବା ପାଇଁ ମେକର୍ସ ଲକ୍ଷ୍ୟ ରଖିଛନ୍ତି ।

ଦର୍ଶକଙ୍କୁ ଏହି ଫିଲ୍ମ ପାଇଁ ଆଉ ଅପେକ୍ଷା କରାଇବାକୁ ଚାହୁଁନାହାଁନ୍ତି ମେକର୍ସ । ଏଥିଲାଗି ପ୍ରଭାସ ବିଭିନ୍ନ ପ୍ରୋଜେକ୍ଟରେ ବ୍ୟସ୍ତ ଥିଲେ ମଧ୍ୟ ଏବେ 'ଆଦିପୁରୁଷ' ଟିମ ସହ ସାମିଲ ହୋଇଛନ୍ତି । ମୁମ୍ବାଇରେ ଏବେ ଫିଲ୍ମର ସୁଟିଂ ଚାଲିଥିବାବେଳେ ଆସନ୍ତା ମାସ ସମସ୍ତ ସୁଟିଂ ଶେଷ କରିବାକୁ ଟିମ ଲକ୍ଷ୍ୟ ରଖିଛି । ଏହାପରେ ଫିଲ୍ମର ପୋଷ୍ଟ-ପ୍ରଡକ୍ସନ କାର୍ଯ୍ୟ ଆରମ୍ଭ ହେବ । ଏଥିରେ ଅନେକ ଗ୍ରାଫିକ୍ସ କାମ ରହିଛି ବୋଲି ମେକର୍ସ କହିଛନ୍ତି ।

'ବାହୁବଳି' ଫିଲ୍ମର ଭିଜୁଆଲ ଠାରୁ ଏହା ଆହୁରି ଅଧିକ ରୋଚକପୂର୍ଣ୍ଣ ହେବ ବୋଲି ନିର୍ଦ୍ଦେଶକ ଓମ ରାଉତ କହିଛନ୍ତି । ଏଥିଲାଗି ନନଷ୍ଟପ୍‌ ଫିଲ୍ମର ସୁଟିଂ ଜାରି ରହିଛି । ଏହି 3D ଆକ୍ସନ ଫିଲ୍ମ 'ଆଦିପୁରୁଷ'ରେ ପ୍ରଭାସ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏଥିରେ ସେ ମର୍ଯ୍ୟାଦା ପୁରୁଷ ରାମଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ କ୍ରୀତି ସାନନ ମାତା ସୀତାଙ୍କ ରୋଲ ପ୍ଲେ କରୁଛନ୍ତି । ସେପଟେ ବଲିଉଡ଼ ସୁପରଷ୍ଟାର ସୈଫ ଅଲ୍ଲୀ ଖାନ ରାବଣ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.