ETV Bharat / sitara

ସନ୍ତାନର ପିତା ସମ୍ପର୍କରେ ଚର୍ଚ୍ଚା କଲେ Nusrat

ନିଜ ପୁତ୍ର ସନ୍ତାନର ପିତା ସମ୍ପର୍କରେ ଚର୍ଚ୍ଚା କରିଛନ୍ତି ନୁସରତ ଜାହାଁ । ତାଙ୍କ ସନ୍ତାନର ବାପା ଜାଣିଛନ୍ତି ଯେ ସେ ହେଉଛନ୍ତି ବାପା ବୋଲି କହିଛନ୍ତି ନୁସରତ । ଅଧିକ ପଢନ୍ତୁ....

author img

By

Published : Sep 9, 2021, 7:48 PM IST

ସନ୍ତାନର ପିତା ସମ୍ପର୍କରେ ଚର୍ଚ୍ଚା କଲେ Nusrat
ସନ୍ତାନର ପିତା ସମ୍ପର୍କରେ ଚର୍ଚ୍ଚା କଲେ Nusrat

କୋଲକାତା: ଡେଲିଭରିର ୨ ସପ୍ତାହ ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମନାକୁ ଆସିଲେ ବେଙ୍ଗଲ ଅଭିନେତ୍ରୀ ତଥା ସାଂସଦ ନୁସରତ ଜାହାଁ । ତାଙ୍କ ପୁତ୍ର ସନ୍ତାନର ବାପାଙ୍କ ପରିଚୟ ପ୍ରଶ୍ନର ଉତ୍ତରରେ ନୁସରତ କହିଛନ୍ତି ଯେ ତାଙ୍କ ସନ୍ତାନର ବାପା ଜାଣିଛନ୍ତି ଯେ ସେ ହେଉଛନ୍ତି ବାପା ବୋଲି କହିଛନ୍ତି ନୁସରତ ।

ଗଣମାଧ୍ୟମ ଏହି ପ୍ରଶ୍ନ ପଚାରିବା ପରେ TMC ନେତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବର୍ଷିଥିଲେ । ତେବେ ଏହା ଏକ ଅଶୋଭନୀୟ ପ୍ରଶ୍ନ । ଏଭଳି ପ୍ରଶ୍ନ ଜଣେ ବ୍ୟକ୍ତିଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇଥାଏ ବୋଲି ସେ କହିଛନ୍ତି । ବର୍ତ୍ତମାନ ନୁସରତ ଓ ତାଙ୍କ ଲାଇଫ ପାର୍ଟନର ପିତାମାତା ଭାବେ ଅଦ୍ଭୁତ ମୁହୂର୍ତ୍ତ ବିତାଉଛନ୍ତି ବୋଲି କହିଛନ୍ତି । ତେବେ ସେ ଏକ ବ୍ୟୁଟି ସାଲୋନର ଉଦଘାଟନୀ ଉତ୍ସବରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରିଛନ୍ତି ।

ନୁସରତ ଓ ତାଙ୍କ ପାର୍ଟନର ୟଶ ଦାଶଗୁପ୍ତା ତାଙ୍କ ପୁତ୍ର ସନ୍ତାନକୁ ନେଇ ଖୁବ ଆନନ୍ଦିତ ବୋଲି କହିଛନ୍ତି । ସେପଟେ ନୁସରତ ବର୍ତ୍ତମାନ ଡାଏଟ ପ୍ଲାନକୁ ମାନୁନଥିବା କହିଛନ୍ତି ୟଶ । ତେବେ ସେ ପୁତ୍ରକୁ ସ୍ତନ୍ୟପାନ କରାଉଥିବାରୁ ଅଧିକ ଖାଦ୍ୟ ଖାଉଛନ୍ତି ବୋଲି କହିଛନ୍ତି ନୁସରତ । ସେ ଖୁବଶୀଘ୍ର ନିଜ କର୍ମକ୍ଷେତ୍ରକୁ ଫେରିବେ ବୋଲି କହିଛନ୍ତି । ବର୍ତ୍ତମାନ ସେ ତାଙ୍କ ପୁତ୍ର ସନ୍ତାନ ସହିତ ସମୟ ବିତାଉଥିବାକୁ ଚାହୁଁଛନ୍ତି । ଏହାସହିତ ତାଙ୍କୁ ଭୋଟ ଦେଇ ଜୟଯୁକ୍ତ କରିଥିବା ଲୋକଙ୍କ ପାଇଁ କର୍ତ୍ତବ୍ୟ କରିବା ସମ୍ପର୍କରେ ସେ ଜାଣିଛନ୍ତି । ଏଥିଲାଗି ଖୁବଶୀଘ୍ର କାମକୁ ଫେରିବେ ବୋଲି କହିଛନ୍ତି ।

ଅନ୍ୟପଟେ ସୁଟିଂ ସେଟକୁ ଫେରିବା ପାଇଁ ତାଙ୍କୁ ସମୟ ଲାଗିବ । ବର୍ତ୍ତମାନ ପୁତ୍ର ଇଶାନଙ୍କୁ ତାଙ୍କର ଆବଶ୍ୟକ ରହିଛି । ପୁତ୍ରକୁ ସମୟ ଦେବା ମଧ୍ୟ ଆବଶ୍ୟକ ରହିଛି । ଏଣୁ ବର୍ତ୍ତମାନ ସେ ସୁଟିଂ କରିପାରିବେ ନାହିଁ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.