ETV Bharat / sitara

ପଦ୍ମଶ୍ରୀ ଫେରାଇ ଦେବାକୁ କହିଲେ କଙ୍ଗନା ! - କଣ୍ଟ୍ରୋଭର୍ସି କ୍ବିନ

ଭାରତର ସ୍ବାଧୀନତାକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ଏବେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି କଣ୍ଟ୍ରୋଭର୍ସି କ୍ବିନ କଙ୍ଗନା ରଣାୱତ । ତାଙ୍କ ମନ୍ତବ୍ୟ ଭୁଲ ପ୍ରମାଣିତ ହେଲେ ସେ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ପଦ୍ମଶ୍ରୀ ଫେରାଇଦେବେ କି କଙ୍କନା ?
ପଦ୍ମଶ୍ରୀ ଫେରାଇଦେବେ କି କଙ୍କନା ?
author img

By

Published : Nov 13, 2021, 4:24 PM IST

Updated : Nov 13, 2021, 5:39 PM IST

ମୁମ୍ବାଇ: ଭାରତର ସ୍ବାଧୀନତା ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ହଟାହଟା ହୋଇପଡ଼ିଛନ୍ତି ବଲିଉଡ଼ ବିବାଦୀୟ କୁଇନ କଙ୍ଗନା ରଣାୱତ । ଭାରତକୁ ୧୯୪୭ ମସିହାରେ ଭିକରେ ସ୍ବାଧୀନତା ମିଳିଥିଲା । ବାସ୍ତବରେ ୨୦୧୪ ମସିହାରେ ମୋଦି ସରକାର ଭାରତକୁ ଆସିବା ପରେ ଦେଶକୁ ସ୍ବାଧୀନତା ମିଳିଥିଲା ବୋଲି କହିଥିଲେ କଙ୍ଗନା । ଏହାକୁ କିଛି ଲୋକେ ବିରୋଧ କରି ତାଙ୍କ ନିକଟରେ ମାମଲା ରୁଜୁ କରିଛନ୍ତି । ତାଙ୍କ ବୟାନ ଭୁଲ ପ୍ରମାଣିତ ହେଲେ ସେ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବା ସହିତ କ୍ଷମା ପ୍ରାର୍ଥନା କରିବେ ବୋଲି କହିଛନ୍ତି ।

ପଦ୍ମଶ୍ରୀ ଫେରାଇଦେବେ କି କଙ୍କନା ?
ପଦ୍ମଶ୍ରୀ ଫେରାଇଦେବେ କି କଙ୍କନା ?

ଏହି ଘଟଣାରେ କଙ୍ଗନା ସୋସିଆଲ ମିଡ଼ିଆରେ ଏକାଧିକ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । କଙ୍ଗନା ଏକ ପୁସ୍ତକର କିଛି ଲେଖାକୁ ସେୟାର କରି ଲେଖିଛନ୍ତି ଯେ, " ୧୮୫୭ ମସିହାରେ ଭାରତ ସ୍ବାଧୀନତା ସଂଗ୍ରାମ ବିରୁଦ୍ଧରେ ଲଢେଇ ଆରମ୍ଭ କରିଥିଲା ବୋଲି ଲେଖାଅଛି । ଏଥିରେ ସୁଭାଷ ଚନ୍ଦ୍ର ବୋଷ, ରାଣୀ ଲକ୍ଷ୍ମୀବାଈ ଓ ବୀର ସାବରକରଙ୍କ ବଳିଦାନ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି । ତେବେ ୧୯୪୭ ମସିହାରେ କେଉଁ ଆନ୍ଦୋଳନ ହୋଇଥିଲା, ସେ ସମ୍ପର୍କରେ ମୁଁ ଅବଗତ ନୁହେଁ । ଯଦି ଏ ସମ୍ପର୍କରେ କିଏ ଜାଣିଛନ୍ତି, ତେବେ ମୋତେ ସାହାଯ୍ୟ କରନ୍ତୁ । ଏହାପରେ ମୁଁ ପଦ୍ମଶ୍ରୀ ଫେରାଇ ଦେବା ସହିତ କ୍ଷମା ପ୍ରାର୍ଥନା ମଧ୍ୟ କରିବି" ବୋଲି କଙ୍ଗନା କହିଥିଲେ ।

ଏହି ଏକାଧୀକ ଜାତୀୟ ପୁରସ୍କାର ବିଜୟିନୀ ଆକ୍ଟର ନିଜ ମନ୍ତବ୍ୟକୁ ନେଇ ଅନେକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ସେ ଆହୁରି ଲେଖିଛନ୍ତି ଯେ, "ଭାରତକୁ ଶାରୀରିକ ସ୍ତରରେ ସ୍ବାଧୀନତା ୨୦୧୪ ମସିହାରେ ମିଳିଛି । ମୃତ ନାଗରିକ ମାନେ ଏହାପରଠୁ ଜୀବିତ ହେବା ସହିତ ନିଜ ଡେଣା ଖୋଲି ଉଡ଼ିଥିଲେ, ଚିତ୍କାର କରିଥିଲେ । ଆଜି ପ୍ରଥମ ଥର ପାଇଁ ଲୋକେ ଇଂରାଜୀ ନ କହିପାରିବା, ଭାରତୀୟ ଉତ୍ପାଦ ବ୍ୟବହାର ଓ ଛୋଟ ସହରରୁ ଆସିଥିବାରୁ ଲଜ୍ଜା ପ୍ରକାଶ କରୁନାହାନ୍ତି " ବୋଲି କହିଛନ୍ତି କଙ୍ଗନା ।

ସେପଟେ ଭାରତର କିଛି ପ୍ରମୁଖ ଦଳ କଂଗ୍ରେସ, AAP, ଶିବସେନା, ନ୍ୟାସନାଲ କଂଗ୍ରେସ ପାର୍ଟି (ଏନସିପି) ଆଦି ଦଳଗୁଡ଼ିକ କଙ୍ଗନାଙ୍କ ଗିରଫ ଦାବି କରିଛନ୍ତି । ଏହାସହିତ କଙ୍ଗନାଙ୍କ ନିକଟରୁ ସମସ୍ତ ଜାତୀୟ ପୁରସ୍କାର ଫେରାଇ ନେବା ପାଇଁ ଭାରତ ସରକାରଙ୍କ ନିକଟରେ ଦାବି କରିବା ସହିତ ସମ୍ପୂର୍ଣ୍ଣ ଦେଶବାସୀଙ୍କୁ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦଳ ଦାବି କରିଛି । ଅନ୍ୟପଟେ ୧୯୪୭ ମସିହାରେ ଦେଶ ସ୍ବାଧୀନତା ପାଇଥିବାରୁ ଏବେ ଦେଶ ସ୍ବାଧୀନତାର ୭୫ ବର୍ଷକୁ ପାଳନ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 13, 2021, 5:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.