ୱାଶିଂଟନ: ଶନିବାର ନିଜ 39 ତମ ଜନ୍ମଦିନ ପାଳନ କରୁଛନ୍ତି ହଲିଉଡ ଆକ୍ଟର କ୍ରିସ ଇଭାନ୍ସ । ଏହି ଅବସରରେ ତାଙ୍କର ଅଗଣିତ ଫ୍ୟାନ୍ସ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଟ୍ବିଟରରେ ନିଜ ପ୍ରିୟ ଷ୍ଟାରଙ୍କ ବର୍ଥ ଡେ ପାଇଁ ବିଭିନ୍ନ ପ୍ରକାର ଥିମ୍ ଓ ପାର୍ଟି ଆୟୋଜନ କରିଛନ୍ତି ଫ୍ୟାନ୍ସ ।
ଏହି ଅବସରରେ ଟ୍ବିଟରରେ ଟ୍ରେଣ୍ଡ କରୁଛି କ୍ୟାପ୍ଟେନ ଆମେରିକା ହାପି ବର୍ଥ ଡେ । ହଜାର ହଜାର ସଂଖ୍ୟାରେ କ୍ରିସଙ୍କ ଫ୍ୟାନ୍ସ ତାଙ୍କ ଫଟୋ ଏବଂ ଭିଡିଓ ସେୟାର କରି ଏହି ଟ୍ରେଣ୍ଡକୁ ଟପରେ ରଖିଛନ୍ତି । କ୍ରିସଙ୍କ ଫିଲ୍ମର ଡାଏଲଗ୍ ସହ ବହୁତ ଫ୍ୟାନ୍ସ ବର୍ଥ ଡେ ୱିସ କରିଛନ୍ତି । ଏହାସହ କିଛି ଲେଖିଛନ୍ତି ଯେ କ୍ୟାପ୍ଟେନ ଆମେରିକା ଏକାଠି ଜିତିବୁ ଓ ଏକାଠି ହାରିବୁ । ସେହିପରି ଆଉ କିଛି ୟୁଜର୍ସ ଲେଖିଛନ୍ତି ଯେ ଷ୍ଟିଭ ରୋଗର୍ସ ଓରଫ କ୍ୟାପ୍ଟେନ ଆମେରିକା ସାରା ଆମେରିକା ପାଇଁ ପ୍ରେରଣା । ତାଙ୍କ କ୍ୟାରେକ୍ଟରରୁ ଅନେକ କିଛି ଶିଖିବାକୁ ମିଳିଛି । ସେହିପରି କିଛି ଫ୍ୟାନ୍ସ ଇଭାନ୍ସଙ୍କ ସ୍କେଚ ଜାରି କରି ଶୁଭେଚ୍ଛା ଦେଇଛନ୍ତି ।
ପ୍ରକାଶ ଥାଉ କି କ୍ରିସ ମାର୍ଭଲର କ୍ୟାପ୍ଟେନ ଆମେରିକା କ୍ୟାରେକ୍ଟରରେ 8 ବର୍ଷ କାମ କରିବା ପରେ ନିକଟରେ ଏଥିରୁ ବିଦାୟ ନେଇଛନ୍ତି । ଆଭେଞ୍ଜର: ଏଣ୍ଡଗେମ୍ ତାଙ୍କର ଶେଷ ଫିଲ୍ମ ଥିଲା । ଏହାପୂର୍ବରୁ ଆଭେଞ୍ଜରର ସମସ୍ତ ସିରିଜ ସହ କ୍ୟାପ୍ଟେନ ଆମେରିକାର ସିଙ୍ଗଲ ପାର୍ଟରେ ମଧ୍ୟ ସେ ଅଭିନୟ କରିଛନ୍ତି । 2011ରୁ ଏହି କ୍ୟାରେକ୍ଟରରେ ଆକ୍ଟିଂ କରୁଥିବା କ୍ରିସ ସାରା ବିଶ୍ବରେ ଖୁବ୍ ଲୋକପ୍ରିୟ ।