ETV Bharat / sitara

T-Series ଏମଡି ଭୂଷଣ କୁମାରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ଜଣେ 30 ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ T-Series ଏମଡି ଭୂଷଣ କୁମାରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଅଧିକ ପଢନ୍ତୁ...

author img

By

Published : Jul 16, 2021, 1:58 PM IST

Updated : Jul 16, 2021, 2:05 PM IST

ଭୂଷଣ କୁମାରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ
ଭୂଷଣ କୁମାରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ପ୍ରଯୋଜକ ତଥା T-Series ଏମଡି ଭୂଷଣ କୁମାରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଜଣେ 30 ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି । କାମ ଦେବା ବାହାନାରେ ମହିଳାଙ୍କୁ ଅସଦାଚାରଣ କରାଯାଇଥିବା ରିପୋର୍ଟରେ ପ୍ରକାଶିତ ହୋଇଛି । ବର୍ତ୍ତମାନ ସୁଦ୍ଧା ଭୂଷଣଙ୍କୁ ଗିରଫ କରାଯାଇନାହିଁ ।

ଅଭିଯୋଗ ଆଧାରରେ ଡିଏନ ପୋଲିସ ଷ୍ଟେସନରେ ଭୂଷଣଙ୍କ ନାଁରେ ଆଇପିସି ଧାରା 376ରେ ମାମଲା ରୁଜ୍ଜୁ ହୋଇଛି । T-Seriesର ନିର୍ଦ୍ଦେଶକ ହେଉଛନ୍ତି ଭୂଷଣ କୁମାର । 2018ରେ ଭୂଷଣଙ୍କ ନାମରେ ମି ଠୁ ଅଭିଯୋଗ ଆସିଥିଲା । ଟ୍ବିଟ ମାଧ୍ୟମରେ ଜଣେ ମହିଳା ଅସଦାଚାରଣକୁ ବିରୋଧ କରିବାରୁ ତାଙ୍କୁ ଫିଲ୍ମରୁ ବାହାର କରାଯାଇଥିଲା ।

ଏହା ସହିତ ମହିଳା ଜଣକ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ନିର୍ମାତା ତାଙ୍କୁ 3ଟି ଚଳଚ୍ଚିତ୍ର ପାଇଁ ସାଇନ କରିଥିଲେ । ଶେଷରେ ତାଙ୍କୁ ଭର୍ସୋଭାସ୍ଥିତ ଏକ ବଙ୍ଗଳାରେ ଭେଟିବାକୁ କହିଥିଲେ । ତାଙ୍କୁ ସୁପରଷ୍ଟାର କରିବା ନେଇ ଅଫର ଦେଇ ଏପରି କରିଥିବା ମହିଳା ଜଣଙ୍କ ଟ୍ବିଟ କରିଛନ୍ତି ।

ମହିଳାଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଭୂଷଣ କୁମାର । ତାଙ୍କ ପ୍ରତିଷ୍ଠାକୁ ଖରାପ କରିବା ପାଇଁ ଷଡଯନ୍ତ୍ର କରାଯାଉଥିବା କହିଛନ୍ତି । ସେ ଆହୁରି କହିଛନ୍ତି ମୁଁ ଜାଣି ଆଶ୍ଚର୍ଯ୍ୟ ହୋଇଗଲି ମୋ ନାଁରେ ଜଣେ ଏପରି ଅଭିଯୋଗ ଆଣିଛନ୍ତି । ମୋତେ ବଦନାମ କରିବା ଏବଂ ମୋର ପ୍ରତିଷ୍ଠାକୁ ଅପମାନିତ କରିବା ପାଇଁ ଏହି ଟ୍ବିଟ୍ ବ୍ୟବହାର କରାଯାଇଛି ବୋଲି କହିଛନ୍ତି ଭୁଷଣ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 16, 2021, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.