ETV Bharat / sitara

କୋରୋନାରେ କମଲଙ୍କ କଳାତ୍ମକ ଅନ୍ଦାଜ, ଆଣିବେ ସଚେତନତା ଗୀତ - ରଜୀନକାନ୍ତଙ୍କ ପଥ ଅନୁସରଣ କଲେ କମଲ

ରଜନୀକାନ୍ତଙ୍କ ପଥ ଅନୁସରଣ କଲେ କମଲ। ନିଜ ରାଗରୁ ଗୀତରେ ପରିଣତ କଲେ ସେ। ଗୁରୁବାର ରିଲିଜ ହେବାକୁ ଯାଉଛି ମଲ୍ଟି ଷ୍ଟାରର ଗୀତ ‘ଅରଭମ ଅନବମ’।

ଫଟୋ ସୌଜନ୍ୟ: ଟ୍ବିଟର@କମଲ ହାସନ
ଫଟୋ ସୌଜନ୍ୟ: ଟ୍ବିଟର@କମଲ ହାସନ
author img

By

Published : Apr 22, 2020, 8:46 PM IST

ମୁମ୍ବାଇ: ଅଭିନେତାରୁ ନେତା ସାଜିଥିବା ତାମିଲ ସୁପରଷ୍ଟାର କମଲ ହାସନ ନିଜ କ୍ରିଏଟିଭ ମସ୍ତିଷ୍କ ବ୍ୟବହାର କରି କୋରୋନା ଭାଇରସ ବିରୋଧରେ ଏକ ଗୀତ ନିର୍ମାଣ କରିଛନ୍ତି। ଏହି ଗୀତ ଭିଡିଓରେ ସେ ସାଉଥ ସିନେମାର ଫେମସ କଳାକାରଙ୍କୁ ସାମିଲ କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା। ଗୀତ ଜରିଆରେ ଦେଶବାସୀଙ୍କୁ ବାଣ୍ଟିବେ ସଚେତନତା ବାର୍ତ୍ତା।

tweet
ଫଟୋ ସୌଜନ୍ୟ: ଟ୍ବିଟର@କମଲ ହାସନ

ଗୀତରେ ଅନିରୁଦ୍ର ରବିଚନ୍ଦର, ୟୁଭାନ ଶଙ୍କର ରାଜା, ଦେବୀ ଶ୍ରୀ ପ୍ରସାଦ, ଶଙ୍କର ମହାଦେବନ, ସୃତି ହସନ, ବମ୍ବେ ଜୟଶ୍ରୀ, ସିଦ୍ଧାର୍ଥ, ଲିଡିୟନ,ଏଣ୍ଡ୍ରିୟା, ଭଳି କଳାରା ନଜର ଆସିବେ। ‘ଅରଭମ ଅନବମ’ ଗୀତକୁ ଗୁରୁବାର ରିଲିଜ କରାଯିବ।

ଟ୍ବିଟରେ ଏହାର ସୂଚନା ଦେଇ କମଲ ଲେଖିଛନ୍ତି, ‘ଲକଡାଉନର ଏହି ସମୟରେ ସବୁ କଳାକାର ଘରେ ବେକାରରେ ବସିଛନ୍ତି। ଆଉ କିଛି କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ ସ୍ଥିତି ପାଇଁ ମୋ ମନରେ ପ୍ରବଳ ରାଗ ଥିଲା । ଯାହାକୁ ମୁଁ ଏକ ଗୀତରେ ପରିଣତ କରିଛି। ଆମ ଏକ ଗୀତ ନିର୍ମାଣ କରିବାକୁ ମଧ୍ୟ ଚାହୁଁଥିଲୁ।’

ଦେଶରେ ଲକଡାଉନ ପାଇଁ ଏହି ସମୟରେ କମଲ ଶ୍ରମିକ, ଦିନ ମଜୁରିଆଙ୍କୁ ଖାଦ୍ୟ, କ୍ଷୀର, ପନିପରିବାର ଯୋଗାଇବାରେ ସାହାଯ୍ୟ କରୁଛନ୍ତି। କେବଳ କମଲ ନୁହେଁ ସାଉଥ ସୁପରଷ୍ଟାର ମଧ୍ୟ ପୂର୍ବରୁ ନେଇ କୋରୋନା ଭାଇରସ ଉପରେ ଗୀତ ନିର୍ମାଣ କରିସାରିଛନ୍ତି। ଯାହାଦ୍ବାରା ସେ ଦେଶବାସୀଙ୍କୁ ସଚେତନା ବାର୍ତ୍ତା ବାଣ୍ଟିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.