ମୁମ୍ବାଇ: ବଲିଉଡ ବିଗ ବି ଅମିତାଭ ବଚ୍ଚନ କୋଭିଡ-19 ପଜିଟିଭ ହେବା ପରେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ମଧ୍ୟ କୋଭିଡ-19 ପଜିଟିଭ ହୋଇଥିବା ସୂଚନା ମିଳିଛି । ଏନେଇ ଅଭିଷେକ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଅଭିଷେକ ଟ୍ବିଟ କରି କହିଛନ୍ତି, ସେ ଓ ତାଙ୍କ ବାପା ଉଭୟେ କୋରୋନା ସଂକ୍ରମିତ ରହିଛନ୍ତି । ଉଭୟଙ୍କର କିଛି ବିଶେଷ ଲକ୍ଷଣ ନଥିଲା ଓ ଆମେ ହସ୍ପିଟାଲରେ ଭର୍ତ୍ତି ହୋଇଛୁ ବୋଲି ଲେଖିଛନ୍ତି । ଆମେ ସମସ୍ତ ଅବଶ୍ୟକୀୟ ସୂଚନା କର୍ତ୍ତୃପକ୍ଷଙ୍କୁ ଜଣାଉଛୁ ଓ ପରିବାର ଓ ଷ୍ଟାଫଙ୍କର କୋରୋନା ପରୀକ୍ଷା କରାଯାଇଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ଭୟଭୀତ ନହୋଇ ଶାନ୍ତ ରୁହନ୍ତୁ ।
ତେବେ ଉଭୟ ଅମିତାଭ ଓ ଅଭିଷେକଙ୍କ ଆରୋଗ୍ୟ କାମନା କରିଛି ସାରା ଦେଶ । ନେତା, ଅଭିନେତା ଟ୍ବିଟ କରି ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।
ତେବେ ଅମିତାଭ ବଚ୍ଚନ ରହୁଥିବା ସ୍ଥାନ ହେଉଛି ମୁମ୍ବାଇର ସବୁଠାରୁ ଅଧିକ କୋରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ସ୍ଥାନ । ଯେଉଁଠାରେ 91,745 ଜଣ ଆକ୍ରାନ୍ତ ହୋଇଥିବା ବେଳ 5,244 ମୃତ୍ୟୁ ହୋଇଛି ।