ETV Bharat / sitara

ପୁଅ ସହ ଜାଭେଦ ଜାଫ୍ରିଙ୍କ ଜବରଦସ୍ତ ଡାନ୍ସ, ଦେଖନ୍ତୁ ଭିଡିଓ - sanjay leela bhansali

ପୁଅ ମିଜାନ ସହ ନାଚି ଜାଭେଦ ପ୍ରମାଣ କରିଦେଇଛନ୍ତି, ସେ ଏବେ ବି ଯୁବକ ଅଛନ୍ତି । ମଲାଲ ଗୀତରେ ପୁଅ ସହ ପ୍ରଥମ ଥର ନାଚିଛନ୍ତି ଜାଭେଦ ।

ଡିଜାଇନ ଫଟୋ
author img

By

Published : Jun 9, 2019, 7:07 AM IST

ହାଇଦ୍ରାବାଦ: ଜାଭେଦ ଜାଫ୍ରିଙ୍କ ପୁଅ ମିଜାନ ଫୁବ ଶୀଘ୍ର ବଲିଉଡରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି । ସଞ୍ଜୟ ଲୀଲା ଭଂସାଲିଙ୍କ ଭାଣିଜି ଶର୍ମିନ ସେଗଲଙ୍କ ସହ ଫିଲ୍ମ ‘ମଲାଲ’ ରୋମାନ୍ସ କରିବେ ମିଜାନ । ନିକଟରେ ‘ମଲାଲ’ର ଗୀତ ‘ଆଇଲା ରେ’ରିଲିଜ ହୋଇଥିଲା ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/meezaanj

ତେବେ ଏହି ଗୀତରେ ପୁଅ ମିଜାନଙ୍କ ସହ ଜାଭେଦ ନାଚୁଥିବାର ଏକ ଭିଡିଓ ସେୟାର ଭାଇରାଲ ହୋଇଛି । ଏଥିରେ ପ୍ରଥମ ଥର ଜାଭେଦ ଓ ପୁଅ ମିଜାନ ନାଚ କରିଛନ୍ତି । ଏନେଇ ବହୁତ ଖୁସି ଥିବା ସହ ବାପାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମିଜାନ ।

ମିଜାନଙ୍କ ପ୍ରଥମ ଗୀତକୁ ସ୍ମରଣୀୟ ବନେଇଥିବାରୁ ସେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଓ ସଞ୍ଜୟ ଲୀଲା ଭଂସାଲିଙ୍କୁ ମଧ୍ୟ ଧନ୍ୟବାଦ ଜଣେଇଛନ୍ତି । ପ୍ରକାଶ ଥାଉକି, ସଞ୍ଜୟ ଲୀଲା ଭଂସାଲି ଉଭୟ ମିଜାନ ଓ ଶର୍ମିନଙ୍କୁ ବଲିଉଡରେ ଉପସ୍ଥାପନା କରିବେ ।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମଙ୍ଗେଶ ହଦୱାଲା ଓ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଭୂଷଣ କୁମାର, ମହାବୀର ଜୈନ ଓ କ୍ରିଷ୍ଣା କୁମାର । ଫିଲ୍ମଟି ଜୁଲାଇ 5ରେ ପରଦାକୁ ଆସିବ ।

On Sat, 1 Jun 2019, 21:24 SATARUPA SAMANTRAY, <satarupa.samantray@etvbharat.com> wrote:
ଫଳ ଦାମ ସହ ଟ୍ରାଫିକ ଜାମ , ଚିନ୍ତା ରେ  ସହରି ସତ୍ୟବାନ।

ଆଜି ରାଜଧାନୀ ଭୁବନେଶ୍ୱର ରେ ଦେଖିବା କୁ ମିଳିଥିଲା। ରାସ୍ତା କଡ଼ ରେ ଶହ ଶହ ଫଳ ବେପାରୀ ନିଜର ପସରା ମେଲାଇ ପକାଇ ଥିବା ବେଳେ ସାବିତ୍ରୀ ପାଇଁ  ରାସ୍ତା ଘାଟ ,ଛକ ପୁରା ଜାମ। ସ୍ମାର୍ଟ ସିଟିର ଏକ ନମ୍ୱର ମାର୍କେଟ ହଉ ବା ରାଜଧାନୀ ର ଗାନ୍ଧୀ ବାଜର ସବୁ ଠାରେ ଲୋକ ଙ୍କ ଭିଡ଼। ଅନ୍ୟ ପଟେ ସାଧାରଣ ଦିନ ଅପେକ୍ଷାକୃତ ଆଜି ପର୍କିଙ୍ଗ ରେ ଗାଡି ରଖିବା ପାଇଁ ମଧ୍ୟ ଜଗା ଟିକିଏ ନାହିଁ। ଯାହା ଫଳ ରେ ଲୋକେ ଏଣେ ତେଣେ ଗାଡି ରଖି ଚାଲିଯିବା ଫଳରେ ଟ୍ରାଫିକ ସମସ୍ୟ ସୃଷ୍ଟି ହେଉଛି। ଅନ୍ୟ ପଟେ ସାବିତ୍ରୀ ପାଇଁ ଫଳ ଦେକାନ ରେ ବି ସାଧାରଣ ଦିନ ହିସାବ ରେ ଦର ବୃଦ୍ଧି ପାଇଛି ,ଯାହାକି ସହରି ସତ୍ୟବାନ ଙ୍କ ଚିନ୍ତା ର କାରଣ ପାଲଟିଛି। କଦଳୀ କିଲେ ସାଧାରଣ ଦିନ ରେ 30 ରୁ 40 ଥିବାବେଳେ ଆଜି 60 କୁ ଚୁଇଛି, ଠିକ ସେଭଳି ଲିଚୁ କିଲେ 80 ରୁ 100 କୁ ବୃଦ୍ଧି ହୋଇଛି ।
ଏଠି ସୂଚନା ଯୋଗ୍ୟ ଯେ ଦିନକ ପରେ ସାବିତ୍ରୀ । ଗାଁ ଠୁ ସହର ଏବେ ଭାର ନେବାରେ ବ୍ୟସ୍ତ। କାରଣ ସୋମବାର ଘରେ ଘରେ ସଧବା ମହିଳା ରଖିବେ ବ୍ରତ। ଯାହାକୁ ନେଇ ବଜାରରେ ମିଳୁଛି ନାନାଦି ପ୍ରକାର ଫଳମୂଳ, ଶଙ୍ଖା ଓ ସିନ୍ଦୁର। 
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.