ETV Bharat / sitara

2019ରେ ସୁପରହିଟ ଏହି 5 ଗୀତ

2019 ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି । ଆଉ ଏହି ଚଳିତ ବର୍ଷରେ ଅନେକ ବଲିଉଡ ଗୀତ ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କ ମନ କିଣିବା ସହ ସୋସିଆଲ ମିଡିଆରେ ଛାଇ ଯାଇଥିଲା । କିଛି ଗୀତ ଦର୍ଶକଙ୍କୁ ଏଣ୍ଟରଟେନମେଣ୍ଟ କରିଥିବା ବେଳେ ଆଉ କିଛି ଗୀତ କନ୍ଦାଇଛି ମଧ୍ୟ । ହେଲେ ଏହି ଗୀତ ମଧ୍ୟରେ 5ଟି ଏମିତି ଗୀତ ଅଛି ଯାହା ଏବେ ମଧ୍ୟ ଦର୍ଶକଙ୍କ ଓଠରେ ଶୁଣିବାକୁ ମିଳୁଛି । ତେବେ ଆସନ୍ତୁ ଜାଣିବା ବଲିଉଡର ଟପ 5ଟି ଗୀତ ବିଷୟରେ...

author img

By

Published : Dec 26, 2019, 11:41 PM IST

bollywood songs
ଡିଜାଇନ ଫଟୋ

ମୁମ୍ବାଇ: 2019 ଆଉ 5 ଦିନ ପରେ ସମସ୍ତଙ୍କୁ ଅଲବିଦା କହିବାକୁ ଯାଉଛି । ଚଳିତ ବର୍ଷ ଅନେକ ଲୋକଙ୍କ ପାଇଁ ଖାସ୍ ମଧ୍ୟ ସାବ୍ୟସ୍ତ ହୋଇଛି । 2019 ନିଜ ପୁରୁଣା ସ୍ମୃତିକୁ ଛାଡି ଚାଲିଯିବ । ଏବର୍ଷ ଅନେକ ବ୍ଲକବଷ୍ଟର ଫିଲ୍ମ ସିଲଭର ସ୍କ୍ରିନରେ ଶାନଦାର ପ୍ରଦର୍ଶନ କରି ଦର୍ଶକଙ୍କ ମନ କିଣିଥିଲା । ଏହି କ୍ରମରେ ‘ଗଲି ବୟ’, ‘କବୀର ସିଂ’, ‘ଦବଙ୍ଗ 3’ ଭଳି ଫିଲ୍ମ ଦର୍ଶକଙ୍କୁ ନିଜ ଦିୱାନା କରିଦେଇଛି । ଯଦି ଆପଣ ବଲିଉଡ ପ୍ରେମୀ ଏବଂ ଗୀତ ଶୁଣିବାରେ ସୌଖନୀ ମଧ୍ୟ । ତାହାଲେ ଆସନ୍ତୁ ଏକ ନଜର ପକାଇବା 2019ର ବ୍ଲକବଷ୍ଟର ଗୀତ ଉପରେ ।

‘ବେଖୟାଲି ମେଁ’

ସର୍ବପ୍ରଥମେ ଅଛି କ୍ୟୁଟ ଅଭିନେତା ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ଫିଲ୍ମ ‘କବୀର ସିଂ’ । ଏହି ଫିଲ୍ମ ବକ୍ସ ଅଫିସରେ ଶାନଦାର ପ୍ରଦର୍ଶନ କରି ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । ଫିଲ୍ମର କାହାଣୀ ସହ ଦର୍ଶକଙ୍କୁ ଏହାର ଗୀତ ଅଧିକ ପସନ୍ଦ ଆସିଛି । ସବୁଠୁ ଅଧିକ ଫିଲ୍ମର ଇମୋଶନାଲଭରା ଗୀତ ‘ବେଖୟାଲି ମେଁ’ ଦର୍ଶକଙ୍କୁ ଇମୋସନାଲ କରିଦେଇଥିଲା । ‘କବୀର ସିଂ’ ସାଉଥର ସୁପରହିଟ୍ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ ଫିଲ୍ମ । ଏହି ଫିଲ୍ମରେ ଶାହିଦ ଓ କିୟାରାଙ୍କ ବ୍ୟତୀତ ସୁରେଶ ଓବରାୟ, କାମିନୀ କୌଶଲ, ଅର୍ଜୁନ ବାଜୱା, ସୋହମ ମଜୁମଦାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

  • " class="align-text-top noRightClick twitterSection" data="">

‘ଅପନା ଟାଇମ ଆଏଗା’

‘ଗଲି ବୟ’ରେ ରଣବୀର ସିଂଙ୍କୁ ରାପର ଅନ୍ଦାଜରେ ଦେଖି ଖୁସି ହୋଇଯାଇଥିଲେ ଦର୍ଶକ । ସେହିପରି ଫିଲ୍ମର ଗୀତ ‘ଅପନା ଟାଇମ ଆଏଗା’ ସବୁଠୁ ଅଧିକ ପପୁଲାର ହୋଇଥିଲା ଏବର୍ଷ । ଏହି ଗୀତର ଯାଦୁ ଦର୍ଶକଙ୍କ ଉପରେ ଏତେ ଚଢିଥିଲା ଯେ ସେମାନେ ‘ଅପନା ଟାଇମ ଆଏଗା’ ଲେଖା ଟି-ସର୍ଟ ପିନ୍ଧିବା ଆରମ୍ଭ କରିଦେଇଥିଲେ । ‘ଗଲି ବୟ’ର ଦମଦାର କାହାଣୀ ପାଇଁ 2019 ଓସ୍କାର ପୁରସ୍କାରରେ ପୁରସ୍କୃତ ହେବା ପାଇଁ ଚନୟ ହୋଇଥିଲା ।

‘ମୁନ୍ନା ବଦନାମ ହୁଆ’

‘ଦବଙ୍ଗ’ ସିରିଜର ତୃତୀୟ ସଂସ୍କରଣ ତଥା ସଲମାନ ଖାନଙ୍କ ଆକ୍ସନ ଫିଲ୍ମ ‘ଦବଙ୍ଗ 3’ ଡିସେମ୍ବର 20ରେ ରିଲିଜ ହୋଇଯାଇଛି । ରିଲିଜର 6 ଦିନ ମଧ୍ୟରେ ଫିଲ୍ମଟି 115 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି । ସେହିପରି ଫିଲ୍ମର ଟ୍ରେଣ୍ଡ ମାର୍କ ଗୀତ ‘ମୁନ୍ନୀ ବଦନାମ ହୁଇ’ ସ୍ଥାନରେ ଏଥର ‘ମୁନ୍ନା ବଦନାମ ହୁଆ’ ଶୁଣିବାକୁ ପାଇଥିଲେ ଦର୍ଶକ । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ପ୍ରଶଂସକ । ଗୀତ ରିଲିଜ ହେବା ପରଠୁ ଦର୍ଶକଙ୍କ ଉପରେ ଛାଇଯାଇଥିଲା । ଗୀତକୁ ଫେମସ ରାପର ବାଦଶାହ, କମାଲ ଖାନ ଓ ମମତା ଶର୍ମା ମିଶି ଗାଇଛନ୍ତି । ଅନ୍ୟପଟେ ଏହି ଦମଦାର ଗୀତରେ ମ୍ୟୁଜିକର ତଡକା ସାଜିଦ-ୱାଜିଦ ଲଗାଇଥିବା ବେଳେ ଗୀତର ଲିରିକ୍ସ ଲେଖିଛନ୍ତି, ଦାନିଶ ସବରୀ ଓ ବାଦଶାହ ।

‘ମଖନା’

ହ୍ୟାଣ୍ଡସମ ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ ଜ୍ୟାକଲୀନ ଫର୍ଣ୍ଣାଡେଜଙ୍କ ୱେବ ଫିଲ୍ମ ‘ଡ୍ରାଇଭ’କୁ ନଭେମ୍ବର 1 ତାରିଖରେ ନେଟଫ୍ଲିକ୍ସରେ ରିଲିଜ କରାଯାଇଥିଲା । ଯାହାପରେ ପପୁଲାର ଗୀତ ‘ମଖନା’କୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ଏହି ଗୀତର ଯାଦୁ । ମଖନା ଗୀତଟିକୁ ତାନିଷ୍କ ବାଗଚୀ, ଅସୀସ କୌର ଓ ୟାସୀର ଦେସାଇ ମିଶି ଗାଇଥିଲେ ।

‘ଆଖିୟୋଁ ସେ ଗୋଲି ମାରେ’

ନିର୍ଦ୍ଦେଶକ ମୁଦସର ଅଜୀଜଙ୍କ ନିର୍ଦ୍ଦେଶିକ କମେଡି ଡ୍ରାମା ଫିଲ୍ମ ‘ପତି ପତ୍ନୀ ଔର ୱୋ’ ନିକଟରେ ରିଲିଜ ହୋଇଥିଲା । ଏଥରି କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଥିଲେ ଭୂମି ପେଡନେକର ଓ ଅନନ୍ୟା ପାଣ୍ଡେ । ଫିଲ୍ମର ପାର୍ଟି ସଙ୍ଗ ‘ଆଖିୟୋଁ ସେ ଗୋଲି ମାରେ’ ନୂଆ ବର୍ଷର ପାର୍ଟି ସଙ୍ଗ ହେବାକୁ ଯାଉଛି । ସୋସିଆଲ ମିଡିଆରେ ଏବେ ମଧ୍ୟ ଚହଳ ସୃଷ୍ଟି କରିଛି ଏହି ଗୀତ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.