ETV Bharat / sitara

ସାମନ୍ଥାଙ୍କ ପରେ ମନୋଜଙ୍କ ସହ ଫାଇଟ୍ କରିବେ ସାଉଥଷ୍ଟାର ବିଜୟ

author img

By

Published : Jun 23, 2021, 1:23 PM IST

ସାମ୍ନାକୁ ଆସିଲା ବଡ ଖବର । ହିନ୍ଦୀ ଅଭିନୟ ଦୁନିଆରେ ସାମିଲ ହେବାକୁ ଯାଉଛନ୍ତି ବିଜୟ ସେଥୁପତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଜୟ ସେତୁପତି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଜୟ ସେତୁପତି

ହାଇଦ୍ରାବାଦ: ମନୋଜ ବାଜପେୟୀଙ୍କ ଅଭିନୀତ ସୁପରହିଟ୍ ସିରିଜ ‘ଦ ଫ୍ୟାମିଲି ମ୍ୟାନ 2’ରେ ଦମଦାର ଅଭିନୟ କରିଛନ୍ତି ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା । ଇତିମଧ୍ୟରେ ସିରିଜକୁ ନେଇ ବଡ ଚର୍ଚ୍ଚା । ଦ୍ବିତୀୟ ସିଜନର ସଫଳତା ପରେ ମେକର୍ସ ଏବେ ତୃତୀୟ ସିଜନରେ ଆଉ ଜଣେ ସାଉଥ ଷ୍ଟାରଙ୍କୁ ସାମିଲ କରିବାକୁ ଯାଉଛନ୍ତି ।

ଆଜ୍ଞା ହଁ, ‘ଦ ଫ୍ୟାମିଲି ମ୍ୟାନ 3’ରେ ଅଭିନୟ କରିପାରନ୍ତି ସାଉଥ ସୁପରଷ୍ଟାର ବିଜୟ ସେଥୁପତି । ଯିଏ ଏହି ସିରିଜରେ ଭିଲେନ ଭୂମିକାରେ ନଜର ଆସିବେ । ରିପୋର୍ଟ ଅନୁଯାୟୀ ସିରିଜର ଦ୍ବିତୀୟ ସିଜିନ ପାଇଁ ଶ୍ରୀଲଙ୍କା ଆତଙ୍କବାଦୀଙ୍କ ଭୂମିକାରେ ବିଜୟଙ୍କୁ ସାମିଲ କରିବାକୁ ଚାହୁଁଥିଲେ ମେକର୍ସ। କିନ୍ତୁ କିଛି କାରଣରୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆଉ ଏବେ ଲାଗୁଛି ‘ଦ ଫ୍ୟାମିଲି ମ୍ୟାନ 2’ର ସଫଳତା ଦେଖି ସେ ତୃତୀୟ ସିଜନରେ କାମ କରିବାକୁ ମନବଳାଇଛନ୍ତି ।

ପ୍ରକାଶ ଥାଉକି ଚଳିତ ବର୍ଷ ଜାନୁଆରୀରେ ରିଲିଜ ହୋଇଥିଲା ବିଜୟଙ୍କ ଅଭିନୀତ ଫିଲ୍ମ 'ମାଷ୍ଟର' । ଯାହା ବେଶ୍ ସଫଳତା ଅର୍ଜନ କରିଛି । ଯାହାର ହିନ୍ଦୀ ରିମେକରେ ଅଭିନୟ କରିବେ ସୁପରଷ୍ଟାର ସଲମାନ ଖାନ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.