ମୁମ୍ବାଇ: କୋରୋନା ଭାଇରସ ପ୍ରକୋପ ଦିନକୁ ଦିନ ବଢିଚାଲିଛି । ଯାହାପାଇଁ ଲକଡାଉନକୁ ମେ 3 ପର୍ଯ୍ୟନ୍ତ ଦେଶରେ ବଢାଇ ଦିଆଯାଇଛି । ଏହି ସଂକ୍ରମଣରୁ ବଞ୍ଚିବା ପାଇଁ ସରକାର ସମସ୍ତଙ୍କୁ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବାକୁ ଅନେକଥ ଅପିଲ କରିସାରିଲେଣି । ହେଲେ ଏଭଳି ପରିସ୍ଥିତିରେ ପାଇଁ ଏହି ସବୁ ଜିନିଷର ଅଭାବ ବର୍ତ୍ତମାନ ଦେଶରେ ଦେଖାଦେଲାଣି ।
ଇତିମଧ୍ୟରେ ବିଶିଷ୍ଟ ଅଭିନେତ୍ରୀ ବିଦ୍ୟା ବାଲନ କଷ୍ଟଭରା ଏହି ସମୟରେ ପ୍ରଶଂସକଙ୍କୁ ଏକ ସହଜ ଉପାୟ କହିଛନ୍ତି । ଯାହାଦ୍ବାରା ଆପଣ ସହଜରେ ନିଜ ଘରେ ମାସ୍କ ତିଆରି କରିପାରିବ । ଅନେକ ଦୋକାନରେ ମାସ୍କ ଶେଷ ହୋଇଯିବା ଦ୍ବାରା ଜନସାଧାରଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିଛି।
ଏହି ସମସ୍ୟାରୁ ଜନସାଧାରଣଙ୍କୁ ବାହାର କରିବାକୁ ଯାଇ ବିଦ୍ୟା ଘରେ କିପରି ବ୍ଲାଉଜ ପିସ, ପୁରୁଣା ଶାଢୀ କିମ୍ବା କୌଣସି ମଧ୍ୟ କପଡାରେ ଫେସ ମାସ୍କ ତିଆରି କରାଯିବା ଶିଖାଇଛନ୍ତି । ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସହଜ ଉପାୟରେ ମାସ୍କ ତିଆରି କରିବା ଶିଖାଇଛନ୍ତି। ଆଉ ଭିଡିଓରେ କହିଛନ୍ତି ଆମ ଦେଶ ଆମ ମାସ୍କ । ଦେଖନ୍ତୁ ଭିଡିଓ...
- " class="align-text-top noRightClick twitterSection" data="
">