ETV Bharat / sitara

ସୁଶାନ୍ତଙ୍କ ଆତ୍ମହତ୍ୟାରେ ବିଦ୍ୟାଙ୍କ ଆଶ୍ଚର୍ଯ୍ୟକର ବୟାନ

author img

By

Published : Jul 22, 2020, 9:27 PM IST

ଦୀର୍ଘ ସମୟରୁ ନିଜ ଅପକମିଂ ଫିଲ୍ମ ‘ଶକୁନ୍ତଳା ଦେବୀ’କୁ ନେଇ ଚର୍ଚ୍ଚାରେ ବିଦ୍ୟା । ହେଲେ ଏଥର ସେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାତ୍ର 34 ବର୍ଷ ବୟସରେ ଆତ୍ମହତ୍ୟା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ତାଙ୍କ ମୃତ୍ୟୁରେ ଏଯାବତ ଦୁଃଖି ସମସ୍ତେ । କେବଳ ଫ୍ୟାନ୍ସଙ୍କୁ ନୁହେଁ ବଲିଉଡକୁ ମଧ୍ୟ ତାଙ୍କ ଆତ୍ମହତ୍ୟାରେ ଝଟକା ଲାଗିଛି । କାରଣ ତାଙ୍କ ମୃତ୍ୟୁରେ କ୍ରୋଧିତ ଥିବା ଦର୍ଶକ ବର୍ତ୍ତମାନ ବଲିଉଡ ଉପରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ସୋସିଆଲ ମିଡିଆରେ କରିବାରେ ଲାଗିଛନ୍ତି । ଏହି ମାମଲାରେ ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନ ପ୍ରତିକ୍ରିୟା ରଖି ଚର୍ଚ୍ଚାରେ । ସେ ସୁଶାନ୍ତଙ୍କ ମୃତ୍ୟୁରେ ଆଶ୍ଚର୍ଯ୍ୟକର କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ସେ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, ‘ଯଦି କେହି ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଇଛନ୍ତି, ତେବେ ଏଥି ପାଇଁ କାହାରିକୁ ବି ଦାୟୀ କରିବା ଠିକ୍ କଥା ନୁହେଁ । ଏବେ କଥା ଭୁଲ କିମ୍ବା ଠିକ୍‌ର ନୁହେଁ । ଆମେ କେହି ଜାଣିନେ ଯେ ସୁଶାନ୍ତ କାହିଁକି ଏପରି ପଦକ୍ଷେପ ନେଲେ। ତାଙ୍କୁ ସମ୍ମାନ ଦେବା ପାଇଁ ସବୁଠୁ ଭଲ କାମ ହେଲା ଚୁପ୍ ରହିବା। ଲୋକ ସବୁ ପ୍ରକାର ସିଦ୍ଧାନ୍ତ ନେଇ ଆସିଯାଉଛନ୍ତି । ବର୍ତ୍ତମାନ ତାଙ୍କ ପରିବାର ପାଇଁ ବହୁତ ଦୁଃଖଦାୟକ ସମୟ । ମୁଁ ମଧ୍ୟ ଜୀବନରେ ଅନେକ ସଂଘର୍ଷ ଦେଖିଥିଲି । ହେଲେ ମୋ ସଫଳତା ରାସ୍ତାରେ ଏହି ସଂଘର୍ଷକୁ କେବେ ଆସିବାକୁ ଦେଇନଥିଲି । ସମସ୍ତେ ସମସ୍ତଙ୍କଠୁ ଭିନ୍ନ । ହେଲେ କାହା ଆତ୍ମହହତ୍ୟା ପାଇଁ ଅନ୍ୟ ଉପରେ ଦୋଷ ଲଗାଇବା ଆଦୌ ଠିକ୍ ନୁହେଁ।’

ପ୍ରକାଶ ଥାଉକି ଏମାସ 31ରେ ବିଦ୍ୟାଙ୍କ ଚର୍ଚ୍ଚିତ ଫିଲ୍ମ ‘ଶକୁନ୍ତଳା ଦେବୀ’ ଓଟିଟି ପ୍ଲାଟଫର୍ମ ଆମଜନ ପ୍ରାଇମରେ ରିଲିଜ ହେବାକୁ ଯାଉଛି । ଯେଉଁଥିରେ ହ୍ୟୁମାନ କମ୍ପ୍ୟୁଟ ନାମରେ ପରିଚିତ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଭୂମିକାରେ ନଜର ଆସିବେ ବିଦ୍ୟା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.