ETV Bharat / sitara

ଆରମ୍ଭ ହେଲା ‘ଶେରନି’ର ସୁଟିଂ, ସୂଚନା ଦେଲେ ବିଦ୍ୟା - ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଆଗାମୀ ଫିଲ୍ମ ‘ଶେରନି’

ବିଦ୍ୟାଙ୍କ ହାତରେ ଆଉ ଏକ ଦମଦାର ଫିଲ୍ମ । ଶେରନି ସାଜି ଦର୍ଶକଙ୍କୁ କରିବେ ଘାଇଲା । ଆରମ୍ଭ ହୋଇଯାଇଛି ଫିଲ୍ମର ସୁଟିଂ।

vidya balan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ
author img

By

Published : Mar 5, 2020, 11:29 PM IST

ମୁମ୍ବାଇ: ହିନ୍ଦୀ ସିନେମାରେ ମଣିଷ ଓ ପଶୁପକ୍ଷୀଙ୍କ ପୁରୁଣା ସମ୍ପର୍କ ରହିଆସୁଛି। କେବେ ଏମାନଙ୍କ ଶତ୍ରୁତା ଆଉ କେବେ ଏମାନଙ୍କ ବନ୍ଧୁତା ଫିଲ୍ମରେ ଦେଖିବାକୁ ମିଳିଥାଏ । ଯାହାକୁ ନେଇ ଏବେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଖୁବଶୀଘ୍ର ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲାନ ‘ଶେରନି’ ଫିଲ୍ମ ନେଇ ପରଦାରେ ନଜର ଆସିବେ । ବୁଧବାର ତଥା ବିଶ୍ବ ବନ୍ୟ ଜୀବନ ଦିବସରେ ଫିଲ୍ମର ସୁଟିଂ ମଧ୍ୟ ପ୍ରଦେଶର ଜଙ୍ଗଲ ଅଞ୍ଚଳର ଭୂତ ପଲାସୀରେ ଆରମ୍ଭ ହୋଇଛି। ଭାଲେଣ୍ଟାଇନ ଡେରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା।

ଏହାର ସୂଚନା ବିଦ୍ୟା ଫ୍ୟାନ୍ସଙ୍କୁ ଇନଷ୍ଟାଗ୍ରାମରେ ଦେଇଛନ୍ତି । ସେ ସବୁ ଧର୍ମର ଭଗବାନଙ୍କ ଏକ ଫଟୋ ସେୟାର କରି ‘ଶେରନି’ ପାଇଁ ଆଶୀର୍ବାଦ ମାଗିଛନ୍ତି। ଫିଲ୍ମର ମହୁରତ ସେହି ଜଙ୍ଗଲରେ ଥିବା ଏକ ବହୁ ପୁରୁଣା ମନ୍ଦିରରେ ରଖାଯାଇଥିଲା ।

‘ଶେରନି’ର ନିର୍ଦ୍ଦେଶକନା ଦାୟିତ୍ବ ତୁଲାଇବେ ଅମିତ ମାସୁରକର । ସେହିପରି ଫିଲ୍ମର ପ୍ରଯୋଜନା ଭୂଷଣ କୁମାର, ବିକ୍ରମ ମଲହୋତ୍ରା, କ୍ରିଷ୍ଣ କୁମାର ଓ ଅମିତ କରିବେ । ଫିଲ୍ମର କାହାଣୀ ଲେଖିଛନ୍ତି ଫେମସ ଲେଖକ ଆସ୍ଥା ଟିକୁ । ‘ଶେରନି’ ବ୍ୟତୀତ ବିଦ୍ୟା ଖୁବଶୀଘ୍ର ହ୍ୟୁମାନ କମ୍ପ୍ୟୁଟର ଶକୁନ୍ତଳା ଦେବୀଙ୍କ ବାୟୋପିକରେ ନଜର ଆସିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.