ETV Bharat / sitara

ଡାକ୍ତରଙ୍କୁ ଏକ ହଜାର ପିପିଇ କିଟ ଦାନ କରିବେ ବିଦ୍ୟା

author img

By

Published : Apr 26, 2020, 4:22 PM IST

ସୋସିଆଲ ମିଡିଆରେ ବିଦ୍ୟାଙ୍କ ବଡ ଘୋଷଣା। କୋରୋନା ଭାଇରସ ଲଢେଇ ସହ ଲଢୁଥିବା ଡାକ୍ତରଙ୍କୁ ସହଯୋଗର ହାତ ବଢାଇଲେ ସେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ

ମୁମ୍ବାଇ: କୋରୋନା ଭାଇରସ ବିରୋଧ ଲଢେଇରେ ଅନେକ କଳାକାରଙ୍କ ଭଳି ଏବେ ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନ ମଧ୍ୟ ସାମିଲ ହୋଇଛନ୍ତି। ସେ ନିଜ ନୂଆ ଇନଷ୍ଟାଗ୍ରାମ ପୋଷ୍ଟରେ ଏହାର ସୂଚନା ସମସ୍ତଙ୍କୁ ଦେଇ ଅପିଲ ମଧ୍ୟ କରିଛନ୍ତି ଡାକ୍ତରଙ୍କୁ ସାହାଯ୍ୟ କରିବା ପାଇଁ। ସେ ଜଣାଇଛନ୍ତି ଯେ କୋରୋନା ଭାଇରସ ଯୋଦ୍ଧା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରୋଫେଶନଲ୍ସ ପାଇଁ ଏକ ହଜାର ପିପିଇ (ପର୍ସନାଲ ପ୍ରୋଟେକ୍ଟିଭ ଇକ୍ବିପମେଣ୍ଟ) କିଟ୍ସ ଦାନ କରୁଛନ୍ତି।

ବିଦ୍ୟା ଏକ ଭିଡିଓ ମଧ୍ୟମରେ କହିଛନ୍ତି ଯେ ସେଲିବ୍ରିଟି ସାଉଟ-ଆଉଟ ପ୍ଲାଟଫର୍ମ ଟ୍ରେନିଂ ସହ ମିଶି ଅତିରିକ୍ତ ଏକ ହଜାର ପିପିଇ କିଟ ପ୍ରଦାନ କରିବାର ପ୍ରାୟସ ମଧ୍ୟ କରିଛନ୍ତି । ତାଙ୍କ ସହ ଏହି ପ୍ରାୟସରେ ଦୃଶ୍ୟମ ଫିଲ୍ମସ, ମନୀଷ ମୁନ୍ଦ୍ରା ଓ ଫଟୋଗ୍ରାଫର ଅତୁଲ ବସ୍କୋକର ସାମିଲ ଅଛନ୍ତି।

ସେହିପରି ସେ ଭିଡିଓ କ୍ୟାପସନରେ ଲେଖିଛନ୍ତି, ‘ନମସ୍କାର, ଏହା ବହୁତ ମହତ୍ବପୂର୍ଣ୍ଣ ଯେ ଆମେ ହେଲ୍ଥକେୟାର ୱାର୍କର୍ସଙ୍କୁ କୋରୋନା ବିରୋଧ ଲଢେଇରେ ପିପିଇ କିଟ ଯୋଗାଇଛୁ । ମୁଁ ମୋର ମେଡିକାଲ ଷ୍ଟାପ ପାଇଁ ଏକ ହଜାର ପିପିଇ କିଟ ଦାନ କରୁଛି। ଆଉ ଆପଣ ମାନେ ମଧ୍ୟ ଦାନ କରନ୍ତୁ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.