ETV Bharat / sitara

ମଜାଦାର ଅନ୍ଦାଜରେ ‘ଶକୁନ୍ତଳା ଦେବୀ’ ରିଲିଜ ତାରିଖ ଘୋଷଣା

author img

By

Published : Jul 6, 2020, 12:39 PM IST

ସୋସିଆଲ ମିଡିଆରେ ବିଦ୍ୟାଙ୍କ ମଜାଦାର ଅନ୍ଦାଜ ଦେଖିବାକୁ ମିଳୁଛି । ଯେଉଁଥିରେ ସେ ନିଜ ଆଗାମୀ ଫିଲ୍ମ ‘ଶକୁନ୍ତଳା ଦେବୀ’ର ରିଲିଜ ତାରିଖ ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ
ଫଟୋ ସୌଜନ୍ୟଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଶକୁନ୍ତଳା ଦେବୀ’ ଦେଖିବାକୁ ଦର୍ଶକ ବ୍ୟାକୁଳ । ଯେବେଠୁ ଫିଲ୍ମ ରିଲିଜ ଡିଜିଟାଲ ପ୍ଲାଟଫର୍ମରେ ହେବାର ଘୋଷଣା ହୋଇଛି, ସେହି ସମୟଠୁ ଦର୍ଶକଙ୍କ ଉତ୍ସାହିତ ଦୁଇଗଣ ବଢିଯାଇଛି । ଇତିମଧ୍ୟ ଦର୍ଶକଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ । କାରଣ ଘୋଷଣା ହୋଇଯାଇଛି ଫିଲ୍ମର ରିଲିଜ ତାରିଖ । ଯାହାକୁ ମଜାଦାର ଅନ୍ଦାଜରେ ଘୋଷଣା କରିଛନ୍ତି ବିଦ୍ୟା । ଫିଲ୍ମଟି ଏମାସ 31 ତାରିଖରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ।

ସେ ଇନଷ୍ଟାଗ୍ରାମରେ ଏକ ଗଣିତର ପ୍ରଶ୍ନ ପଚାରି ଫିଲ୍ମର ରିଲିଜ ତାରିଖ ସମସ୍ତଙ୍କୁ ଜଣାଇଛନ୍ତି । ବିଦ୍ୟାଙ୍କ ଏହି ଅନ୍ଦାଜ ଫ୍ୟାନ୍ସଙ୍କ ମନ କିଣିଛି । ଆଉ ପୋଷ୍ଟରେ କୁହାଯାଇଛି ଶକୁନ୍ତଳା ଦେବୀଙ୍କ ଏକ୍ସଟ୍ରା ଅର୍ଡିନାରୀ ମାଇଣ୍ଡର ଜବରଦସ୍ତ କାହାଣୀ 31 ତାରିଖରେ ଦର୍ଶକ ଦେଖିପାରିବେ ।

ପ୍ରକାଶ ଥାଉକି ଫିଲ୍ମରେ ବିଦ୍ୟା ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ । ଶକୁନ୍ତଳା ଦେବୀଙ୍କୁ ହ୍ୟାମାନ କମ୍ପ୍ୟୁଟର ମଧ୍ୟ କୁହାଯାଏ । ସେହିପରି ଏହି ଫିଲ୍ମରେ ବିଦ୍ୟାଙ୍କ ଝିଅ ଭୂମିକାରେ ଦଙ୍ଗଲ ଗାର୍ଲ ସନୟା ମଲହୋତ୍ରା ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.