ETV Bharat / sitara

ଗ୍ଲୋବାଲ ୱାର୍ମିଂରୁ ରକ୍ଷା କରିବ ପରିବେଶ ସୁରକ୍ଷା: ବରୁଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିଙ୍ଗଲ ପ୍ଲାଷ୍ଟିକ ବ୍ୟାନ ଉପରେ ନିଜ ମତ ରଖିଛନ୍ତି ଅଭିନେତା ବରୁଣ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 22, 2019, 2:32 PM IST

ହାଇଦ୍ରାବାଦ: ବଲିଉଡର ପାୱାର ହାଉସ ବରୁଣ ଧୱନ ନିକଟରେ ସିଙ୍ଗଲ ପ୍ଲାଷ୍ଟିକ ବ୍ୟବହାର ନେଇ ନିଜ ମତ ରଖିଛନ୍ତି । ଫ୍ୟାନ୍ସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ‘ନୋ ସିଙ୍ଗଲ ପ୍ଲାଷ୍ଟିକ’ ଅଭିଯାନକୁ ଗୁରୁତ୍ବ ସହ ନେବାକୁ ଅନୁରୋଧ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

32 ବର୍ଷିୟ ବରୁଣ ପରିବେଶ ସୁରକ୍ଷା ପାଇଁ ଏହି ଅନୁରୋଧ କରିଛନ୍ତି । ପୃଥିବିକୁ ଗ୍ଲୋବାଲ ୱାର୍ମିଂରୁ ରକ୍ଷା କରିବା ପାଇଁ, ଏହାର ସୁରକ୍ଷା କରିବା ଜରୁରୀ ବୋଲି କହିଥିଲେ । ବରୁଣଙ୍କ ଆଗାମୀ ଫିଲ୍ମ କୁଲି ନମ୍ବର-1ରେ ମଧ୍ୟ ପ୍ଲାଷ୍ଟିକ ବ୍ୟାନ କରାଯାଇଛି । ଏହାସହ ‘ଷ୍ଟ୍ରିଟ୍ ଡ୍ୟାନ୍ସର’ରେ ମଧ୍ୟ କିଛି ନୂଆ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ବରୁଣ ।

ତେବେ ଅଗଷ୍ଟ 15ରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ସିଙ୍ଗଲ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଅନୁରୋଧ କରିଥିଲେ । ଏହାସହ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମଧ୍ୟ ଏହି ଅଭିଯାନ ପାଇଁ ଆହ୍ବାନ ଦେଇଥିଲେ । ଅନ୍ୟପକ୍ଷେ ଅକ୍ଟୋବର 2ରୁ ପ୍ଲାଷ୍ଟିକ ବ୍ୟବହାର ବ୍ୟାନ କରାଯିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.