ମୁମ୍ବାଇ: ରବିବାର ହାତକୁ ଦି ହାତ ହେଲେ ବଲିଉଡ ହିରୋ ବରୁଣ ଧୱନ । ନିଜ ପିଲାଦିନ ସାଙ୍ଗ ନତାଶାଙ୍କୁ ଆଲିବାଗରେ ବିବାହ କରିଛନ୍ତି ବରୁଣ ।
ଏବେ ତାଙ୍କ ବିବାହ ବିଷୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ନତାଶାଙ୍କ ସହ ବିବାହକୁ ନେଇ ବହୁତ ଖୁସି ବରୁଣ ।
ବରୁଣଙ୍କ ବିବାହରେ କେବଳ ଅଳ୍ପ କେତେକ ମନୋନୀତ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି।
ବରୁଣଙ୍କ ବିବାହକୁ ନେଇ ଜଣେ ଅତିଥି କହିଛନ୍ତି ଯେ, 'ମିଡିଆ ସହ କଥାବାର୍ତ୍ତା କରିବାକୁ ଆମକୁ ମନା କରାଯାଇଛି। ସବୁକିଛି ଠିକ୍ ଚାଲିଛି। ସମସ୍ତ ଯୋଜନା ବହୁତ ଭଲ। ଅଳ୍ପ କେତେକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ସମସ୍ତଙ୍କର ଯତ୍ନ ନିଆଯାଉଛି। ମୁଁ ବରୁଣଙ୍କ ବନ୍ଧୁ ।
ଯେତେବେଳେ ବରୁଣଙ୍କ ବିଷୟରେ ମିଡିଆ ତାଙ୍କୁ ପ୍ରଶ୍ନ କରିଛନ୍ତି ସେ କହିଛନ୍ତି, 'ବରୁଣ ବହୁତ ଉତ୍ସାହିତ ଅଛନ୍ତି। ଏବେ ତ ତାଙ୍କର ଲଟେରୀ ଲାଗିଯାଇଛି। ମୁଁ କେବେବି ବରୁଣଙ୍କୁ ଏତେ ଖୁସି ଦେଖି ନାହିଁ ଏବଂ ସେ ଖାଲି ପିଲାଙ୍କ ଭଳି ଏଠିକି ସେଠିକି ଦୌଡୁଛନ୍ତି।
ବିବାହରେ କାହାକୁ କାହାକୁ ନିମନ୍ତ୍ରଣ କରାଯାଇଛି ବୋଲି ପଚରାଯିବାରୁ ସେ କହିଥିଲେ, 'ଆମକୁ ଏ ବିଷୟରେ ସୂଚନା ଦେବାକୁ ମନା କରାଯାଇଛି।