ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରୌତେଲା ଫିଲ୍ମଠୁ ଅଧିକ ସୋସିଆଲ ମିଡିଆରେ ଆକ୍ଟିଭ ନଜର ଆସନ୍ତି । ସେ ପ୍ରାୟତଃ ନିଜର ଫଟୋ, ଡାନ୍ସ ଭିଡିଓ ଓ ୱାର୍କଆଉଟ ଭିଡିଓ ଫ୍ୟାନ୍ସଙ୍କ ପାଇଁ ସେୟାର କରନ୍ତି । କିଛି ଦିନ ପୂର୍ବରୁ ସେ ‘ଭୁଲ ଭୁଲୈୟା’ର ମଞ୍ଜୁଲିକା ଲୁକରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଡରାଇ ଦେଇଥିଲେ। ଇତିମଧ୍ୟରେ ତାଙ୍କର ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ତାଙ୍କର ଖୁବ୍ ଭାଇରାଲ ହୋଇଛି । ଯେଉଁଥିରେ ସେ ଆଇ ଲଭ ୟୁ କହିବାକୁ ଡିମାଣ୍ଡ କରୁଥିବାର ଦେଖାଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ଉର୍ବଶୀ କାହାକୁ ଲଭ ୟୁ କହିବାକୁ କହୁଛନ୍ତି।
- " class="align-text-top noRightClick twitterSection" data="
">
କଥାଟି ହେଲା ଯେ ଉର୍ବଶୀ ଦିଲ୍ଲୀ ଝିଅଙ୍କ ମିମିକ୍ରୀ କରି ଫ୍ୟାନ୍ସଙ୍କୁ ହସାଇଛନ୍ତି । ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଏହି ଭାଲେଣ୍ଟାଇନ ୱିକରେ ଦିଲ୍ଲୀ ଝିଅମାନେ କିଛି ଏପରି ବ୍ୟବହାର କରିବେ । ଆପ ବୋଲୋ ଆଇ ଲଭ ୟୁ, ବାସ ଏକ ବାର ବୋଲ ଦୋ ।’
ତାଙ୍କର ଏହି ଫନ୍ନି ଭିଡିଓକୁ ଏଯାବତ 11 ଲକ୍ଷରୁ ଅଧିକ ଥର ଦେଖାସରିଲାଣି । ଫ୍ୟାନ୍ସ ମଧ୍ୟ ଖୁବ୍ କମେଣ୍ଟ କରିବାରେ ଲାଗିଛନ୍ତି । ଆଉ ଟ୍ରୋଲର୍ସ ତାଙ୍କୁ ନିଶା କରିବା କଥା କହି ଟ୍ରୋଲ ମଧ୍ୟ କରିଛନ୍ତି । ସେହିପରି ଆଉ କିଛି ୟୁଜର୍ସ ତାଙ୍କୁ ରାକ୍ଷୀ ସାୱନ୍ତଙ୍କ ସହ ତୁଳନା କରିଛନ୍ତି ।