ମୁମ୍ବାଇ: ସୋସିଆଲ ମିଡିଆ ଯୁଗରେ ବଲିଉଡ ଷ୍ଟାର୍ସ ଟ୍ରୋଲ ହେବା ଏକ ସାଧାରଣ କଥା । ପ୍ରାୟତଃ ସବୁବେଳେ କୌଣସି ନା କୌଣସି ସେଲିବ୍ରିଟି ଟ୍ରୋଲ ହେବା ଖବର ଶୁଣିବାକୁ ମିଳୁଛି । ଏବେ ଟ୍ରୋଲର୍ସଙ୍କ ଟାର୍ଗେଟରେ ସୁନ୍ଦରୀ ଅଭିନେତ୍ରୀ ଇଲିୟାନା ଡିକ୍ରୁଜ । ସେ ମଧ୍ୟ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି ।
ଇଲିୟାନା ଇନଷ୍ଟାଗ୍ରାମରେ ‘Ask Me anything’ ସେଶନ ରଖିଥିଲେ । ଏହି ସେଶନରେ ଅନେକ ଫ୍ୟାନ୍ସ ତାଙ୍କୁ ତାଙ୍କର ଆଗାମୀ ଫିଲ୍ମ, ପସନ୍ଦ, ନାପସନ୍ଦ ବିଷୟରେ ପ୍ରଶ୍ନ କରିଥିଲେ । ସେହିଠାରେ ଜଣେ ୟୁଜର ଏମିତି ପ୍ରଶ୍ନ କରିଦେଇଥିଲେ । ଯାହା ନେଇ ଖୁବ୍ ରାଗି ଯାଇଥିଲେ ଇଲିୟାନା ଆଉ ୟୁଜରଙ୍କୁ କଡା ଜବାବ ଦେଇଥିଲେ ।
ଏହି ସେଶନରେ ସେହି ୟୁଜର ଜଣକ ଲେଖିଥିଲେ କି ‘when did u lose ur virginity’ । ଏହାର ଉତ୍ତରରେ ଇଲିୟାନା କହିଥିଲେ କି ଏହି ପ୍ରଶ୍ନର ଉତ୍ତର ତୁମ ମାଆ କଣ ଦେବେ।
ଇଲିୟାନାଙ୍କ ପୂର୍ବରୁ ଅଭିନେତା ଟାଇଗର ଶ୍ରଫଙ୍କୁ ମଧ୍ୟ ଏପରି କିଛି ପ୍ରଶ୍ନ ପଚାରିଥିଲେ ଜଣେ ୟୁଜର । ଯେଉଁଥିରେ ସେ ରାଗି ଯାଇ ୟୁଜରକୁ ଆଡୁସାଡୁ ଶୁଣାଇଥିଲେ।