ମୁମ୍ବାଇ: ତାମିଲ ସୁପରଷ୍ଟାର କମଲ ହାସନ ଆଜି 66 ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଖାସ୍ ଅବସରରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ସୋସିଆଲ ମିଡିଆରେ ଦେବା ଆରମ୍ଭ କରିଦେଇଛନ୍ତି ପ୍ରଶଂସକ । ହେଲେ ପିତାଙ୍କ ପାଇଁ ଇମୋଶନାଲ ପୋଷ୍ଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଦୁଇ ଝିଅ ତଥା ଅଭିନେତ୍ରୀ ସ୍ମୁତି ହାସନ ଓ ଅକ୍ଷରା ହସନ । ପିଲାଙ୍କ ସହ ଫଟୋ ସେୟାର କରି ସ୍ପେଶାଲ ମେସେଜ କରିଛନ୍ତି ଏହି ଦୁଇଜଣ ।
ଇନଷ୍ଟାଗ୍ରାମରେ ଏକ ଥ୍ରୋବ୍ୟାକ ଫଟୋ ସେୟାର କରି ସ୍ମୃତି ଲେଖିଛନ୍ତି, ‘ମୋ ବାପା, ଅପ୍ପା ଓ ଡ୍ୟାଡିଙ୍କୁ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଏହି ବର୍ଷ ତୁମର ଅନ୍ୟ ବର୍ଷ ପରି ସ୍ମରଣୀୟ ହେଉ । ଦୁନିଆ ପାଇଁ ତୁମ ପାଖରେ କଣ ଅଛି ତାହା ଦେଖିବାକୁ ଆଉ ଅପେକ୍ଷା କରି ହେଉନାହିଁ ।’
- " class="align-text-top noRightClick twitterSection" data="
">
ସେପଟେ କଲମଙ୍କ ସାନ ଝିଅ ଅକ୍ଷରା ଏକ ପୋଷ୍ଟରେ ଲେଖିଛନ୍ତି, ‘ମୋର ଶାନଦାର ବାପା ଓ ଲେଜେଣ୍ଡ ଯିଏ କେବଳ ମୋ ପାଇଁ ନୁହେଁ ବରଂ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ତୁମକୁ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ହାପି ବର୍ଥଡେ ବାପା ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ତାମିଲ ସମେତ ହିନ୍ଦୀ ଫିଲ୍ମର ଅଭିନେତା କମଲ କିଛି ଦିନ ପୂର୍ବରୁ ତାଙ୍କ ପ୍ରଶଂସକଙ୍କୁ ଏକ ଗୁଡନ୍ୟୁଜ ଦେଇଥିଲେ । ସେ ତାଙ୍କର 232ତମ ଫିଲ୍ମ ଘୋଷଣା କରିଥିଲେ । ବର୍ତ୍ତମାନ ଏହି ଫିଲ୍ମକୁ ‘କମଲହସନ232’ କୁହାଯାଉଛି ।
କମଲ ‘ସାଗର’, ‘ସଦମା’ ଓ ‘ଚାଚି 420’ ସହିତ ଅନେକ ହିନ୍ଦୀ ଫିଲ୍ମରେ ଶାନଦାର ଅଭିନୟ କରିଥିଲେ । ଏହି ସମୟରେ ସେ ତାମିଲ ବିଗବସ ହୋଷ୍ଟ କରୁଛନ୍ତି ।