ନୂଆଦିଲ୍ଲୀ: ତମନ୍ନା ଭାଟିଆ ବଲିଉଡ ସହିତ ସାଉଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ।
ନିକଟରେ ତମନ୍ନା ତାଙ୍କ ପିତାମାତାଙ୍କ କରୋନା ପଜିଟିଭ ଖବର ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।
- — Tamannaah Bhatia (@tamannaahspeaks) August 26, 2020 " class="align-text-top noRightClick twitterSection" data="
— Tamannaah Bhatia (@tamannaahspeaks) August 26, 2020
">— Tamannaah Bhatia (@tamannaahspeaks) August 26, 2020
ତମନ୍ନା ଟ୍ବିଟ କରିଛନ୍ତି, ମୋର ପିତାମାତାଙ୍କ କରୋନା ରିପୋର୍ଟ ପଜିଟିଭ ବାହାରିଛି । ସେମାନଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଛି । ମୋ ସମେତ ବାକି ପରିବାର ସଦସ୍ୟଙ୍କ କରୋନା ରିପୋର୍ଟ ନେଗେଟିଭ ବାହାରିଛି । ଆମେ ସମସ୍ତେ ସତର୍କତା ନିର୍ଦ୍ଦେଶାବଳୀ ପାଳନ କରୁଛୁ । ଭଗବାନଙ୍କ କୃପାରୁ ଏବଂ ଆପଣଙ୍କର ସମସ୍ତ ପ୍ରାର୍ଥନା ଏବଂ ଆଶୀର୍ବାଦରୁ ସେମାନେ ଶୀଘ୍ର ସୁସ୍ଥ ହୋଇଯିବେ ।
ଏହାପୂର୍ବରୁ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଆରାଧ୍ୟା, କନିକା କପୁର ଏବଂ ଅନ୍ୟାନ୍ୟ ବଲିଉଡର ସେଲିବ୍ରିଟିମାନଙ୍କ ମଧ୍ୟ କରୋନା ରିପୋର୍ଟ ପଜିଟିଭ୍ ବାହାରିଥିଲା । ତଥାପି, ସେମାନେ ସମସ୍ତେ ବର୍ତ୍ତମାନ ସୁସ୍ଥ ଅଛନ୍ତି ।
ତମନ୍ନା , ‘ଏଣ୍ଟରଟେନମେଣ୍ଟ’, ‘ହିମତଓ୍ବାଲା’, ‘ହମସକଲ୍ସ’ ଏବଂ ଅନ୍ୟାନ୍ୟ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।