ନୂଆଦିଲ୍ଲୀ: ଆଜି ମହା ଶିବରାତ୍ରୀ ଶୁଭ ଅବସରରେ ପ୍ରତ୍ୟେକ ସ୍ଥାନରେ ମହାଦେବଙ୍କ ନାମ ଶୁଣିବାକୁ ମିଳୁଛି । ଭକ୍ତମାନେ ଶିବଙ୍କ ପୂଜାରେ ବୁଡି ରହିଛନ୍ତି । ଭୋଳାନାଥଙ୍କୁ ଦେଖିବା ପାଇଁ ମନ୍ଦିରରେ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।
ଆଜି ମହାଶିବରାତ୍ରୀ ଅବସରରେ କରୀନା କପୁର ଖାନ ଏବଂ ସୈଫ ଅଲି ଖାନଙ୍କ ପୁଅ ତୈମୁର 'ଶିବ' ସାଜିଛନ୍ତି । ଏବେ ତୈମୁରଙ୍କ ଏହି କ୍ୟୁଟ 'ଭୋଲେନାଥ' ବେଶ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଗୁରୁବାର ତୈମୁର ତାଙ୍କ ଘର କ୍ୟାମ୍ପସରେ ଏକ ନୀଳ ଟି-ସାର୍ଟ ଏବଂ ସର୍ଟରେ ନଜର ଆସିଛନ୍ତି । ବିଶେଷ କଥା ହେଲା ଏହି ସମୟରେ ତୈମୁର 'ଶିବ'ଙ୍କ ରୂପରେ ଥିଲେ । ଶିବଙ୍କ ଭଳି ତୈମୁରଙ୍କ କପାଳରେ ତୃତୀୟ ନୟନ ଅଙ୍କାଯାଇଥିଲା ଏବଂ ସେ ତାଙ୍କ ମୁଣ୍ଡରେ ଜଟ ବାନ୍ଧିଥିଲେ ।
ଉଲ୍ଲେଖଥାଉ କି, ତୈମୁରଙ୍କ ଘରେ ତାଙ୍କର ଏକ ସାନ ଭାଇ ମଧ୍ୟ ଅଛନ୍ତି । ମହିଳା ଦିବସ ଅବସରରେ କରୀନା ତାଙ୍କ ସାନ ପୁଅର ପ୍ରଥମ ଝଲକ ସୋସିଆଲ ମିଡିଆରେ ସେୟାର କରିଥିଲେ ।
କହିବାକୁ ଗଲେ ଆଗାମୀ ସମୟରେ, ସୈଫ ଫିଲ୍ମ 'ଆଦିପୁରୁଷ'ରେ ନଜର ଆସିବେ । ଅନ୍ୟପକ୍ଷରେ କରୀନା ପିଲ୍ମ 'ଲାଲ ସିଂ ଚଡ୍ଡା'ରେ ଆମୀର ଖାନଙ୍କ ସହ ପରଦାରେ ନଜର ଆସିବେ ।