ETV Bharat / sitara

ଦର୍ଶକଙ୍କ ପାଇଁ ଆସୁଛି 'ଗୁଡ ନ୍ୟୁଜ', ନଜର ଆସିବେ ତୈମୁର

ଇଣ୍ଟରନେଟ ସେନ୍ସେଶନ ତୈମୁର ଅଲ୍ଲୀ ଖାନ ସବୁବେଳେ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଥାଆନ୍ତି । ଫ୍ୟାନ୍ସ ତାଙ୍କ ନୂଆ ନୂଆ ଫଟୋ ସୋସିଆଲ ମିଡିଆରେ ଦେଖି ଖୁବ୍ କମେଣ୍ଟ କରିଥାଆନ୍ତି । ଏବେ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ସାମନାକୁ ଆସିଛି । ତୈମୁର ଖୁବ୍ ଶୀଘ୍ର ବଲିଉଡରେ ନଜର ମଧ୍ୟ ଆସିବେ ।

author img

By

Published : Apr 1, 2019, 10:51 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କରୀନା କପୁର ଫ୍ୟାନକ୍ଲବ

ମୁମ୍ବାଇ: ବଲିଉଡର ଛୋଟେ ନୱାବ ତୈମୁର ଅଲ୍ଲୀ ଖାନଙ୍କ ଫ୍ୟାନ ଫଲୋଇଂ କୌଣସି ସୁପରଷ୍ଟାର ଠାରୁ କମ ନୁହେଁ । ତାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥାଏ । ତୈମୁର ଫିଲ୍ମରେ କାମ କରିବା କଥାକୁ ନେଇ ମମ୍ମି କରୀନା କପୁର ଖାନ ଓ ପିତା ସୈଫ ଅଲ୍ଲୀ ଖାନଙ୍କୁ ପ୍ରାୟତଃ ଫ୍ୟାନ୍ସ ପ୍ରଶ୍ନ କରିଥାଆନ୍ତି । ଏବେ ସେହି ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଆସିଯାଇଛି । ଆଜ୍ଞା ହଁ, ତୈମୁର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ତୈମୁରଙ୍କ ମମ୍ମି କରୀନାଙ୍କ ଆଗାମୀ ଫିଲ୍ମ 'ଗୁଡ ନ୍ୟୁଜ'ରେ କାମ କରୁଥିବାର ନଜର ଆସିବେ । ଏହି ଫିଲ୍ମରେ କରୀନାଙ୍କ ଅପୋଜିଟରେଅକ୍ଷୟ କୁମାର ମଧ୍ୟ ଅଛନ୍ତି ।

ଖବର ଅନୁଯାୟୀ ତୈମୁର 'ଗୁଡ ନ୍ୟୁଜ'ରେ ନଜର ଆସିବେ । ସେ ଦୁଇଟି ସିନ୍ସର ସୁଟିଂ ମଧ୍ୟ କରିସାରିଛନ୍ତି । ସିନରେ ତାଙ୍କ ସହ ଅକ୍ଷୟ ଓ କରୀନା ମଧ୍ୟ ଦେଖାଯିବେ । ଏବେ ଯେଉଁ ଭିଡିଓ ଭାଇରାଲ ହେଉଛି, ତାହା ସେହି ସିନରୁ ନିଆଯାଇଥିବା ଟିମ ସଟ୍ । ଫିଲ୍ମରେ ତୈମୁର ପାଖାପାଖି 10 ମିନିଟ୍ ପର୍ଯ୍ୟନ୍ତ ନଜର ଆସିବେ ।

ଜଣାଇ ଦେଉଛୁ ଯେ କିଛି ଦିନ ପୂର୍ବରୁ ତୈମୁରଙ୍କ ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଅଭିନେତ୍ରୀ କିୟାରା ଆଡୱାନୀଙ୍କ ସହ ଖେଳୁଥିବାର ନଜର ଆସିଥିଲେ।

Intro:Body:

ହାଇଦ୍ରାବାଦ: ମଡେଲ ତଥା ଅଭିନେତ୍ରୀ ଆମୀ ଜ୍ୟାକ୍ସନ, ଯିଏକି ଶେଷଥର ପାଇଁ ରଜନୀକାନ୍ତଙ୍କ ପ୍ରେମିକା ଭାବରେ ଫିଲ୍ମ '2.0'ରେ ନଜର ଆସିଥିଲେ। କିଛିଦିନ ପୂର୍ବରୁ ଆମୀ ପ୍ରେମିକଙ୍କ ସହ ଏନଗେଜମେଣ୍ଟର ଖୁଲାସା କରିଥିବାବେଳେ ଏବେ ସେ ଗର୍ଭବତୀ।

ଆମୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଗୁଡ ନ୍ୟୁଜଟି ପ୍ରଶଂସକମାନଙ୍କ ସହ ସେୟାର କରିବା ସହ ନିଜ ଖୁସି ବିଷୟରେ ଜଣାଇଛନ୍ତି। ପ୍ରେମିକ ଜର୍ଜ ପାନାୟିତୋୟୁଙ୍କ ସହ ସୁନ୍ଦର ଫଟୋଟିଏ ପୋଷ୍ଟ କରି ଶୀର୍ଷକରେ ଲେଖିଛନ୍ତି, 'ମୁଁ ଉପରକୁ ଯାଇ ଚିଲ୍ଲାଇବାକୁ  ଅପେକ୍ଷା କରିଥିଲି ଏବଂ ଆଜି ମାତୃ ଦିବସ ଅବସରରେ ଏହାଠାରୁ ଭଲ ସମୟ ଆଉ ଆସିବନାହିଁ। ମୁଁ  ବିଶ୍ବରେ ସବୁଠାରୁ ଅଧିକ ତୁମକୁ ଭଲ ପାଏ। ଆମେ ଛୋଟ ଲିବ୍ରାଙ୍କ ଭେଟିବାକୁ ଆଉ ଅପେକ୍ଷା କରିପାରୁନାହୁଁ।'

ତେବେ ଆମୀ ସେପ୍ଟେମ୍ବର-ଅକ୍ଟୋବର ସମୟରେ ମାଆ ହେବାକୁ ଯାଉଛନ୍ତି। ଆମୀଙ୍କ ଏହି ପୋଷ୍ଟରେ ଅଭିନେତ୍ରୀ ତଥା ଗାୟିକା ସୋଫି ଚୌଧୁରୀ ପ୍ରଥମେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, 'ଏହା ବହୁତ ସୁନ୍ଦର। ମୁଁ ତୁମ ପାଇଁ ବହୁତ ଖୁସି। ବହୁତ ସାରା ଭଲପାଇବା।' ତାଙ୍କ ପରେ ଅଭିନେତ୍ରୀ କୀର୍ତ୍ତୀ ସାନନ ମଧ୍ୟ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, 'ଉଭୟଙ୍କୁ ଖୁବ ଶୁଭେଚ୍ଛା। ଆମୀ ତୁମ ପାଇଁ ମୁଁ ବହୁତ ଖୁସି।'

ପ୍ରକାଶ ଥାଉକି, ଆମୀ ଜ୍ୟାକ୍ସନ 2010ରେ ତାମିଲ ଫିଲ୍ମ 'ମଦ୍ରାସପଟିନମ'ରୁ ଡେବ୍ୟୁ କରି ପରେ ତେଲୁଗୁ ଓ କନ୍ନଡ ଆଦି ଫିଲ୍ମରେ ନଜର ଆସିଥିଲେ। ପରେ ସେ ବଲିଉଡରେ ଏକ ଦିୱାନା ଥା, ସିଙ୍ଗ ଇଜ ବ୍ଲିଙ୍ଗ, ଫ୍ରିକୀ ଅଲୀ, 2.0 ଆଦି ଫିଲ୍ମରେ ନଜର ଆସି ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ଆମୀ ତାଙ୍କ ପ୍ରେମିକଙ୍କୁ 2020ରେ ଗ୍ରୀସରେ ବିବାହ କରିପାରନ୍ତି ବୋଲି ସୁତ୍ରରୁ ପ୍ରକାଶ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.